ପଂଚାୟତ ହିତାଧିକାରୀଙ୍କୁ ଭତା ବାଣ୍ଟିଲେ ବିଧାୟକ

କୁକୁଡାଖଣ୍ଡି,(ବିଭୁ ନନ୍ଦନ ପଣ୍ଡା):କୁକୁଡାଖଣ୍ଡି ବ୍ଲକ ରେ ବିଧାୟକ ଙ୍କ ଦ୍ୱାରା ଭତ୍ତା ବଣ୍ଟନ l ଦିଗପହଣ୍ଡି ନିର୍ବାଚନ ଅନ୍ତର୍ଗତ କୁକୁଡାଖଣ୍ଡି ବ୍ଲକରେ ୧୭ ପଂଚାୟତ ଥିବା ବେଳେ ଗୋପାଳପୁର ନିର୍ବାଚନ ଅନ୍ତର୍ଗତ ୫ ଟି ପଂଚାୟତ ରହିଛି କୁକୁଡାଖଣ୍ଡି ବ୍ଲକ ରେ l ଦିଗପହଣ୍ଡି ବିଧାୟକ ସିଦ୍ଧାନ୍ତ ମହାପାତ୍ର ନୂତନ ମଧୁବାବୁ ଭତ୍ତା ବଣ୍ଟନ ଏକିକୃତ ପେନସନ ପରିଚାଳନା ପୋର୍ଟାଲ ର ଶୁଭ ଉନ୍ମୋଚନ ଅବସରରେ କୁକୁଡାଖଣ୍ଡି ବ୍ଲକ ସଭା ଗୃହ ରେ ବ୍ଲକ ସ୍ତରୀୟ ଭତ୍ତା ବଣ୍ଟନ କରିଥିଲେ l ବିଡ଼ିଓ ପଲ୍ଲବୀ ସ୍ୱାଇଁ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ସଭା ରେ ବିଧାୟକ ଶ୍ରୀ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗଦେଇ ହିତାଧିକାରୀଙ୍କୁ ଭତ୍ତା ପ୍ରଦାନ କରିଥିବା ବେଳେ ଉପାଧ୍ୟାକ୍ଷା ବିଷ୍ଣୁ ପ୍ରିୟା ପାତ୍ର ସଂମାନୀୟ ଅତିଥି ଭାବେ ଯୋଗ ଦେଇଥିଲେ l ବ୍ଲକ ଅଧୀନରେ ଥିବା ୨୨ ଗୋଟି ପଂଚାୟତ ର ୨୪୦୯ ନୂତନ ହିତାଧିକାରୀଙ୍କୁ ବାର୍ଦ୍ଧକ୍ୟ , ଭିର୍ନକ୍ଷମ ଏବଂ ବିଧବା ଭତ୍ତା ଯୋଜନାରେ ସାମିଲ କରାଯାଇ ୨୨୦ ଜଣ ହିତାଧିକାରୀ ଙ୍କୁ ଭତ୍ତା କାର୍ଡ ସହ ସହାୟତା ରାଶି ପ୍ରଦାନ କରାଯାଇଥିଲା l ବଣ୍ଟନ ସମୟରେ ଦିଗପହଣ୍ଡି ବିଧାୟକ , ବ୍ଲକ ଉପାଧ୍ୟାକ୍ଷା ଶ୍ରୀ ମତୀ ପାତ୍ର , ବିଡ଼ିଓ ପଲ୍ଲବୀ ସ୍ୱାଇଁ, ସାଂସଦ ପ୍ରତିନିଧି ସନ୍ତୋଷ ଚୌଧୁରୀ, ବିଏସଏସଓ ମନୋଜ କୁମାର ପ୍ରଧାନ ପ୍ରମୁଖ ମଞ୍ଚାସିନ ଥିଲେ l ଏଥିରେ ରହିଂଗା ସରପଞ୍ଚ ବଶିଷ୍ଠ ଜେନା, ଲାଞ୍ଜିଆ ସରପଞ୍ଚ ଅନିଲ ଗୌଡ଼, ବୋଉଲୋଝୋଳି ର ଚିତ୍ତରଞ୍ଜନ ବିଷୋୟୀ, ବାଘଲଟି ସରପଞ୍ଚ ମାମି ଶାସମଲ, କୁକୁଡାଖଣ୍ଡି ସରପଞ୍ଚ ବନ୍ଦନା ସେଠୀ, ବନ୍ଥପାଲି ସରପଞ୍ଚ କାମିନୀ ନାୟକ, ଓ ମାସିଆଁଖଲି ସମିତି ସଭ୍ୟ ପ୍ରତିନିଧିକୋଟି ଲଷ୍ମୀ ନାରାୟଣ, ଜଗଦଳପୁର ସମିତି ସଭ୍ୟ ବି ରବୀନ୍ଦ୍ର ପାତ୍ର, ନିମଖଣ୍ଡି ସରପଞ୍ଚ ଶଶୀ ସାହୁ, ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ କୈଳାଶ ବିଶୋଇ, ବିଜେପି ନେତା କପାଳ ବିକ୍ରମ, ଗୌତମ ମହାରଣା, ସମେତ ବହୁ ହିତାଧିକାରୀ ଓ ଗ୍ରାମବାସୀ ଉପସ୍ଥିତ ଥିବା ବେଳେ ବିଏସଏସଓ ମନୋଜ କୁମାର ପ୍ରଧାନ କାର୍ଯ୍ୟକ୍ରମ କୁ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ