ବିଧାୟକଙ୍କ ଦ୍ୱାରା ଦିଗପହଣ୍ଡି ସହରରେ ୧୦ ପ୍ରକଳ୍ପ ଉଦଘାଟନ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ୭୯ ତମ ସ୍ବାଧିନତା ଦିବସ ପାଳନ ଅବସରରେ ଶୁକ୍ରବାର  ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟଅତିଥି ଭାବେ ଯୋଗଦେଇ  ସ୍ଥାନୀୟ ଏନ୍ଏସି କାର୍ଯ୍ୟାଳୟ ପକ୍ଷରୁ  ନୂତନ ଭାବେ ନିର୍ମାଣ ହୋଇଥିବା ୧୦ ଟି ଉନ୍ନୟନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଦିଗପହଣ୍ଡି କାର୍ଯ୍ୟନିର୍ବାହୀ ଅଧିକାରୀ ଅବିନାଶ ମିଶ୍ରଙ୍କ ସଂଯୋଜନା ଏବଂ ନଗରପାଳ ପ୍ରଫୁଲ ପଣ୍ଡାଙ୍କ ତତ୍ବାବଧାନରେ ବିଧାୟକ  ପ୍ରଥମେ ଦିଗପହଣ୍ଡି ନୂତନ ବସଷ୍ଟାଣ୍ଡ ଠାରେ ନୂତନ ଭାବେ ସ୍ଥାପିତ ହୋଇଥିବା ଏକ ୬୦ ଫୁଟ ଉଚ୍ଚତାର ଜାତୀୟ ପତାକା ସ୍ତମ୍ଭର ଶୁଭ ଉଦଘାଟନ କରିଥିଲେ । ଏହାପରେ ବସଷ୍ଟାଣ୍ଡ ଠାରେ ବିଦ୍ଯାରତ୍ନ ପାଠାଗାର , ମାତୃତ୍ଵ କେନ୍ଦ୍ର , ଦିଗପହଣ୍ଡି ଥାନା ଛକରେ ଥିବା ନମସ୍ତେ ଓ ଜୟ ଜଗନ୍ନାଥର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ , ହନୁମାନ ବାଟିକା ଏବଂ ଖୋଲା ସ୍ଥାନର ସୌନ୍ଦର୍ଯ୍ୟକରଣ ପ୍ରକଳ୍ପ , ଗୁଣ୍ଡିଚା ରୋଡ ଥାନା ସମ୍ମୁଖରେ ଶିଶୁ ଉଦ୍ୟାନ , ମନ ଉପଚାର କେନ୍ଦ୍ର , ସର୍ବ ସାଧାରଣଙ୍କ ନିମନ୍ତେ ନିର୍ମିତ ପରିଶ୍ରାଗାର , ବଡଖେମୁଣ୍ଡି ହାଇସ୍କୁଲ ପଡିଆ ଠାରେ ମୁକ୍ତାକାଶ ବ୍ୟାୟାମ କେନ୍ଦ୍ର , ଦଧିବାମନ କଲୋନୀ ମିନି ପାର୍କର ଉଦଘାଟନ କରିଥିଲେ । କାର୍ଯ୍ୟକ୍ରମରେ ତହସିଲଦାର ସନ୍ତୋଷ କୁମାର ସାହୁ , ବିଡ଼ିଓ ଅନାମିକା ପାଣ୍ଡେ , ଏନଏସି ଉପାଧ୍ୟକ୍ଷା କେ . ପୂଜା , କାଉନସିଲର ଦୀପକ କୁମାର ମିଶ୍ର,ନୀଳମାଧବ ଗୌଡ଼, ସନ୍ତୋଷିନୀ ବେହେରା , ସୁଶାନ୍ତ କୁମାର ପାତ୍ର , କରିସ୍ମା ନାୟକ , ମାମିନୀ ବେହେରା , ସୁନୀଲ ପଣ୍ଡା , ଇ . ଗାୟତ୍ରୀ  , ଜ୍ୟୋସ୍ନା ଜେନା , ଗୌରାଙ୍ଗ ଚରଣ ବେହେରା ଙ୍କ ସମେତ ସହକାରୀ ଯନ୍ତ୍ରୀ ଇଂ . ମମତା ପଣ୍ଡା , କନିଷ୍ଠ ପରିମଳ ବିଶେଷଜ୍ଞ ସ୍ୱାଗତିକା ପାତ୍ର , କନିଷ୍ଠ ଯନ୍ତ୍ରୀ ଇଂ. ରଶ୍ମୀ ରାଣୀ ନାହାକ , ସିଓ ସନ୍ଧ୍ୟାରାଣୀ ପଟ୍ଟନାୟକ , ଜମାଦାର ସତ୍ୟନାରାୟଣ ଦାସ , ଭାଜପା କର୍ମକର୍ତ୍ତା ବାପି ପ୍ରଧାନ , ପୂର୍ବତନ ସମବାୟ ସଂଘ ଜିଲା ସଭାପତି ସନାତନ ସଂଗ୍ରାମ ସିଂ,ଏମ.ପି ପ୍ରତିନିଧି ସନ୍ତୋଷ କୁମାର ଚୌଧୁରୀ ଙ୍କ ସମେତ ସମସ୍ତ ଏନ୍ ଏସି କର୍ମଚାରୀ ଙ୍କ ସମେତ ବହୁସଂଖ୍ୟକ ସହରବାସୀ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ