ଗ୍ରାମ ପଂଚାୟତରେ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପର ଶିଳାନ୍ୟାସ କଲେ ବିଧାୟକ

ବାଲେଶ୍ୱର(ସରୋଜ ପଣ୍ଡା): ବାଲେଶ୍ୱର ସଦର ନିର୍ବାଚନମଣ୍ଡଳୀ ଅନ୍ତର୍ଗତ କସିପଦା ପଂଚାୟତରେ ଏକାଧିକ ଜନକଲ୍ୟାଣକାରୀ ପ୍ରକଳ୍ପର ଶିଳାନ୍ୟାସ ମାଧ୍ୟମରେ ଜନସାଧାରଣଙ୍କ ପାଇଁ ବିକାଶର ନୂତନ ପଥ ପ୍ରଦର୍ଶନ କରିଛନ୍ତି ବିଧାୟକ ମାନସ କୁମାର ଦତ୍ତ । ଏହି ପରିପ୍ରେକ୍ଷୀରେ ବାଲେଶ୍ୱର ସଦର ପଂଚାୟତ ସମିତି ପକ୍ଷରୁ ରାଜ୍ୟ ସରକାରଙ୍କ ବିକଶିତ ଗାଁ ବିକଶିତ ଓଡିଶା ଯୋଜନା ଅନ୍ତର୍ଗତ ୪ଲକ୍ଷ ଟଙ୍କା ଆର୍ôଥକ ଅନୁଦାନରେ ସଦର ପଂଚାୟତ ସମିତି ମାଧ୍ୟମରେ କସିପଦା ପଂଚାୟତର ଆଗରଗୋହିରା ଠାରେ ଶ୍ମସାନ ଗୃହ ନିର୍ମାଣ, ତାହାରପୁର ଗ୍ରାମର ୨ନଂ ୱାର୍ଡରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଶ୍ମସାନ ଗୃହ ନିର୍ମାଣ, ବରହମପୁର ଗ୍ରାମରେ ୩ଲକ୍ଷ ୧୦ହଜାର ଟଙ୍କା ଖର୍ଚ୍ଚ ଅଟକଳରେ ପରିଡା ସାହି ଛକ ଠାରୁ ବାସୁଳୀ ଜେନାଙ୍କ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ଓ ସେହି ଗ୍ରାମରେ ୩ଲକ୍ଷ ଟଙ୍କା ଖର୍ଚ୍ଚ ଅଟକଳରେ ଆଦିକନ୍ଦ ବେଜଙ୍କ ଘର ଠାରୁ ପ୍ରତାପ ଦଳାଇଙ୍କ ଘର ପର୍ଯ୍ୟନ୍ତ ପକ୍କା ରାସ୍ତା ନିର୍ମାଣ ପ୍ରଭୃତି ପ୍ରକଳ୍ପ ପାଇଁ ବିଧାୟକ ଶ୍ରୀ ଦତ୍ତ ଶିଳାନ୍ୟାସ କରିଛନ୍ତି । ରାଜ୍ୟର ଲୋକପ୍ରିୟ ତଥା ଲୋକଙ୍କ ସରକାର ଲୋକଙ୍କ ହିତ ପାଇଁ ସର୍ବଦା ପ୍ରୟାସରତ ଅଛନ୍ତି ବୋଲି ସେ ଏହି ଅବସରରେ ମତ ଦେଇଛନ୍ତି । ଉତ୍ତମ ଗୁଣବତ୍ତା ଓ ସଠିକ୍ ମାନଦଣ୍ଡରେ ସମସ୍ତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଧାର୍ଯ୍ୟ ସମୟସୀମା ମଧ୍ୟରେ ସାରିବାକୁ ବିଧାୟକ ଶ୍ରୀ ଦତ୍ତ ବିଭାଗୀୟ ଅଧିକାରୀଙ୍କୁ ପରାମର୍ଶ ଦେଇଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗଙ୍ଗାଧର ରାଉତ, ହରେନ୍ଦ୍ର ପ୍ରଧାନ, ମଣ୍ଡଳ ସଭାପତି ଶଶିକାନ୍ତ ମିଶ୍ର, ଚତୃଭୁଜ ବେହେରା, ଅନ୍ତର୍ଯ୍ୟାମୀ ବେହେରା, ସୃଷ୍ଟିଧର ସେନାପତି, ହାଉସି ଦଳାଇ, ଭବେଶ ନାୟକ, କାଳିଚରଣ ବେହେରା, ରାଜେନ୍ଦ୍ର ବାରିକ, ପୂର୍ଣଚନ୍ଦ୍ର ପ୍ରଧାନ, ଗୌତମ ବେହେରା, ବଂଶୀଧର ଗିରି, ଗୌରାଙ୍ଗ ପରିଡା, ବିଜି ବାରିକ, ରବିନ୍ଦ୍ର ବେହେରା, ତପନ ଗିରି, ତପ ବାରିକ ଶିଳାନ୍ୟାସ କାର୍ଯ୍ୟକ୍ରମରେ ଉପସ୍ଥିତ ଥିଲେ । କସିପଦା ପଂଚାୟତରେ ବିଭିନ୍ନ ବିକାଶମୂଳକ କାର୍ଯ୍ୟ ଆରମ୍ଭ ହେବାକୁ ଯାଉଥିବାରୁ ସ୍ଥାନୀୟ ଅଂଚଳବାସୀ ବେଶ ସନ୍ତୋଷ ବ୍ୟକ୍ତ କରିଛନ୍ତି । ସେମାନଙ୍କ ଦୀର୍ଘ ଦିନର ଆଶା ପୂରଣ ହେବ ବୋଲି ଲୋକେ ଆଶା ପ୍ରକାଶ କରିଛନ୍ତି । ନିର୍ବାଚନ ସମୟର ପ୍ରତିଶୃତି ରକ୍ଷା କରିବାକୁ ବିଧାୟକ ମାନସ ଦତ୍ତଙ୍କ ପଦକ୍ଷେପକୁ ଲୋକେ ଭୂୟସୀ ପ୍ରଶଂସା କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ