ବାୟାପଡା ଘାଟି ରାସ୍ତା ସମସ୍ୟାର ସ୍ଥାୟୀ ସମାଧାନ ଦାବି, ଜିଲ୍ଲାପାଳଙ୍କୁ ଭେଟିଲେ ବିଧାୟକ

ମାଲକାନଗିରି,(ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବାୟାପଡା ଘାଟି ରାସ୍ତାରେ ବର୍ଷା ଯୋଗୁଁ ପାହାଡ଼ ଧସି ରାସ୍ତା ଅବରୋଧ ହେଉଥିବା ସମସ୍ୟାକୁ ନେଇ ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ନେତୃତ୍ବରେ ସ୍ଥାନୀୟ ଅଞ୍ଚଳବାସୀ ସୋମବାର ଜିଲ୍ଲାପାଳ ଅରବିନ୍ଦ ରାଜଶିର୍କେଙ୍କୁ ଭେଟି ଦାବି ପତ୍ର ପ୍ରଦାନ କରିଛନ୍ତି । ଘାଟି ରାସ୍ତାରେ ମାଟି ପ୍ରତିବର୍ଷ ବର୍ଷା ଋତୁରେ ବାୟାପଡା ଘାଟି ଅତଡ଼ା ଧସି ରାସ୍ତା ଅବରୋଧ ହେଉଥିବାରୁ ସାଧାରଣ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ବିଶେଷକରି ବାୟାପଡା, ଝୋଲାଗୁଡ଼ା, ନାରିଙ୍ଗିଝୋଲା, ମୁଦୁଲିଗୁଡ଼ା ଓ ଅଙ୍ଗୁରଗୁଡ଼ା ଆଦି ଗ୍ରାମର ବାସିନ୍ଦାମାନେ ପଞ୍ଚାୟତ ସଦର ମହକୁମାକୁ ଯାତାୟାତ କରିବାରେ ଅନେକ ସମସ୍ୟା ଭୋଗୁଛନ୍ତି । ଏହି ସମସ୍ୟାର ତୁରନ୍ତ ସ୍ଥାୟୀ ସମାଧାନ ପାଇଁ ଜିଲ୍ଲା ପ୍ରଶାସନ ହସ୍ତକ୍ଷେପ କରିବାକୁ ସ୍ଥାନୀୟବାସୀ ଦାବି କରିଛନ୍ତି । ଜିଲ୍ଲାପାଳ ପ୍ରଥମେଶ ଅରବିନ୍ଦ ରାଜଶିର୍କେ ଏହି ସମସ୍ୟାକୁ ଗୁରୁତ୍ବର ସହ ନେଇ ତୁରନ୍ତ ପଦକ୍ଷେପ ସ୍ବରୂପ ଆରଡି ବିଭାଗ ପକ୍ଷରୁ ଏକ ଜେସିବି ମେସିନ୍‌କୁ ସେଠାରେ ନିୟୋଜିତ କରାଯାଇଥିବା ସୂଚନା ଦେଇଛନ୍ତି। ଏହି ମେସିନ୍ ମାଧ୍ୟମରେ ରାସ୍ତାରେ ଜମିଥିବା ମାଟି ଓ ପଥର ହଟାଇ ଯାତାୟାତ ସ୍ବାଭାବିକ କରାଯିବ। ସେହିପରି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ମଧ୍ୟ ଖୁବ୍‌ଶୀଘ୍ର ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଆଶ୍ୱାସନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ