ଶିଶୁ ମହୋତ୍ସବ ‘ ସୁରଭି’ରେ ଯୋଗଦେଲେ ବିଧାୟକ ସିଦ୍ଧାନ୍ତ
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଶିଶୁଙ୍କ ପ୍ରତିଭାର ବିକାଶ , ସୃଜନଶୀଳତାର ପରିପ୍ରକାଶ ଏବଂ ଶିଶୁଙ୍କ ମଧ୍ୟରେ ଲୁକ୍କାୟିତକଳା ପ୍ରତିଭା କୁ ଲୋକଲୋଚନକୁ ଆଣିବା ପ୍ରୟାସରେ ଦିଗପହଣ୍ଡି ବ୍ଲକ ବି . ତୁରୁବୁଡି ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ପରିସରରେ ଆୟୋଜିତ କ୍ଳଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଦିଗପହଣ୍ଡି ବିଧାୟକ ଡ. ସିଦ୍ଧାନ୍ତ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ଉଦବୋଧନ ଦେଇ ଛାତ୍ରୀ ଛାତ୍ର ମାନଙ୍କୁ କେବଳ ପାଠ୍ୟକ୍ରମ ଭିତ୍ତିରେ ଶିକ୍ଷାଦାନ ନକରି ସେମାନଙ୍କୁ ନୃତ୍ୟ, ଗୀତ,କ୍ରୀଡା,ବତ୍କୃତା,ରଚନା ଲିଖନ ରେ ପାରଙ୍ଗମ କରିବାକୁ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଯତ୍ନବାନ ହେବାକୁ ପରାମର୍ଶ ଦେଇଥିଲେ। ସରପଞ୍ଚ ବି . ଲିଙ୍ଗରାଜ ଦୋରା ମୁଖ୍ୟ ବକ୍ତା ଏବଂ ସମ୍ମାନିତ ଅତିଥି ଭାବେ ଦିଗପହଣ୍ଡି ବ୍ଳକ ଗୋଷ୍ଠୀ ଶିକ୍ଷାଧିକାରୀ ଭୋପେନ କୁମାର ମହାନ୍ତ , ପୂର୍ବତନ ଗୋଷ୍ଠୀ ଶିକ୍ଷାଧିକାରୀ କୋରେଶ ସେଠୀ , ସହଗୋଷ୍ଠୀଶିକ୍ଷାଧିକାରୀ ବାଳା ମାଝୀ , ରସାନନ୍ଦ ଘଡେଇ , ଗୋଷ୍ଠୀ ସମ୍ବଳ ଶିକ୍ଷକ ସୁଶାନ୍ତ କୁମାର ପ୍ରଧାନ , ସିଆରସିସି ଅନୀଲ କୁମାର ଦାସ ଙ୍କ ସମେତ ଅନ୍ଯାନ୍ୟ ସିଆରସିସି ବୃନ୍ଦ ମଞ୍ଚାସିନ ଥିଲେ । କ୍ଳଷ୍ଟର ସିଆରସିସି ମେନସନ ପ୍ରଧାନ କାର୍ଯ୍ୟକ୍ରମ ସଂଯୋଜନା କରିଥିବା ବେଳେ ଛାତ୍ରୀଛାତ୍ର ମାନଙ୍କ ଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ପରେ ଅତିଥି ମାନଙ୍କ ଦ୍ବାରା ସେମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା । କ୍ଳଷ୍ଟର ଅଧିନସ୍ଥ ସମସ୍ତ ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ , ପ୍ରଧାନଶିକ୍ଷକ , ଛାତ୍ରୀଛାତ୍ର ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ । ସେହିପରି ଦିଗପହଣ୍ଡି ରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’ ବୁଧବାର ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ ନଗର ସିଆରସିସି ଅନିଲ କୁମାର ଦାସ ଙ୍କ ସଂଯୋଜନାରେ ବିଇଓ ଭୋପେନ କୁମାର ମହାନ୍ତ ସଭାପତିତ୍ବ କରିଥିଲେ। ଉଦଘାଟନୀ ସମାରୋହରେ ଏନଏସି ଅଧ୍ୟକ୍ଷ ପ୍ରଫୁଲ୍ଲ ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇଥିଲେ। ସମ୍ମାନିତ ଅତିଥି ରୂପେ ସ୍ଥାନୀୟ ୧୧ ନଂ ୱାର୍ଡ କାଉନସିଲର ଜ୍ୟୋସ୍ନା ଜେନା , କରପଡ଼ା ସିଆରସିସି ରବି ବେହେରା, ଭ୍ରମରପୁର ସିଆରସିସି ପ୍ରଭାକର ସେଠୀ ମଞ୍ଚାସିନ ଥିଲେ। ଉଦଯାପନ ଉତ୍ସବରେ ବ୍ଲକ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ବାଳା ମାଝୀ, ରସାନନ୍ଦ ଘଡ଼େଇ , ସିଆରସିସି ମେନସନ୍ ପ୍ରଧାନ,ମୁଖ୍ୟବକ୍ତା ରୂପେ ଇସକଫ୍ ର ଗଞ୍ଜାମ ଜିଲା ସଭାପତି ହରପ୍ରସାଦ ରଥ , ବିଆରଟି ସୁଶାନ୍ତ କୁମାର ପ୍ରଧାନ ,ମଦନ ମୋହନ ପଢ଼ିଆରୀ ,ନରସିଂହ ପ୍ରସାଦ ପାଠୀ ଅତିଥି ଭାବେ ମଞ୍ଚାସିନ ଥିଲେ। ଛାତ୍ରୀ ଛାତ୍ର ବୃନ୍ଦ ଉଚ୍ଚ କୋଟୀର ନୃତ୍ୟ ପରିବେଷଣ ସହ ବିଭିନ୍ନ ଅଭିନୟ ପ୍ରଦର୍ଶନ କରିଥିଲେ।ଶେଷରେ କୃତି ପ୍ରତିଭା ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା। ବହୁ ସଂଖ୍ୟକ ଅଭିଭାବକ ,ବିଦ୍ୟାଳୟ ପରିଚାଳନା କମିଟି କାର୍ଯ୍ୟକର୍ତ୍ତା ବୃନ୍ଦ ,ଏବଂ ବହୁ ସଂଖ୍ୟକ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ଉପସ୍ଥିତ ଥିଲେ।


