ଶ୍ରୀ ଠାକୁର ନିଗମାନନ୍ଦ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପ୍ରସ୍ତୁତି ବୈଠକ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଦିଗପହଣ୍ଡି ଠାରେ ପରମହଂସ ପରିବ୍ରାଜକାଚାର୍ଯ୍ୟ ଶ୍ରୀମତ୍ ସ୍ବାମୀ ଶ୍ରୀ ଶ୍ରୀ ଠାକୁର ନିଗମାନନ୍ଦ ସରସ୍ବତୀ ଦେବଙ୍କ ପ୍ରବର୍ତ୍ତିତ ୭୬ତମ ଉତ୍କଳ ପ୍ରାଦେଶିକ ଭକ୍ତ ସମ୍ମିଳନୀ ପାଇଁ ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ ନିଗମାନନ୍ଦ ଆସନ ମନ୍ଦିରରେ ଅନୁଷ୍ଠିତ ହୋଇଯାଇଛି।ଭକ୍ତ ସମ୍ମିଳନୀ ଅଭ୍ୟର୍ଥନା କମିଟି ସଭାପତି ତଥା ଦିଗପହଣ୍ଡି ବିଧାୟକ ଡ଼. ସିଦ୍ଧାନ୍ତ ମହାପାତ୍ରଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି ବୈଠକରେ ସମ୍ମିଳନୀ ପାଇଁ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇ ଏହାର ସଫଳତା ନିମନ୍ତେ ବିଭିନ୍ନ ନିଷ୍ପତ୍ତି ଗୃହୀତ କରାଯାଇଥିଲା। ଆସନ୍ତା ୨୦୨୭ ଫେବୃଆରୀ ୧୯, ୨୦ ଏବଂ ୨୧ ତାରିଖ ୩ ଦିନ ବ୍ୟାପୀ ଦିଗପହଣ୍ଡି ଠାରେ ଅନୁଷ୍ଠିତ ହେବାକୁ ଥିବା ଏହି ସମ୍ମିଳନୀରେ ପ୍ରାୟ ୨୦ ହଜାର ଭକ୍ତଙ୍କ ପାଇଁ ସମସ୍ତ ବନ୍ଦବୋସ୍ତ କରାଯିବା ସହ ସମ୍ମିଳନୀ ସ୍ଥଳ କୁ ସ୍ୱଚ୍ଛ ରଖାଯିବା ସମ୍ପର୍କରେ ସବିଶେଷ  ଆଲୋଚନା କରାଯାଇ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ବୈଠକରେ ନିଗମାନନ୍ଦ ସେବା ଟ୍ରଷ୍ଟ ଚେୟାରମ୍ୟାନ ପ୍ରଭାକର ସାହୁ, ଶିବରାମ ପଣ୍ଡା, ଇଂ. ପ୍ରକାଶ ଚନ୍ଦ୍ର ମିଶ୍ର, ଦଣ୍ଡାସି ସାହୁ, ଦିଲ୍ଲୀପ ପାଣିଗ୍ରାହୀ, ବନମାଳୀ ଖାଡ଼ଙ୍ଗା, ହରିକୃଷ୍ଣ ପଣ୍ଡା, ଗୁରୁଚରଣ ପଣ୍ଡା, ଅରୁଣ କୁମାର ସାହୁ, ବି. ଦୀନବନ୍ଧୁ, ଲକ୍ଷ୍ମୀ ନାରାୟଣ ପଣ୍ଡା, ବିବେକାନନ୍ଦ ସାହୁ, ନିଗମ ପ୍ରସାଦ ପଣ୍ଡା, ଗୁରୁଦାସ ପଣ୍ଡା ପ୍ରମୁଖ ବହୁ ସଂଖ୍ୟକ ଭକ୍ତ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ