ସାମାନ୍ୟ ଗୁଟଖା ପୁଡିଆ ପାଇଁ ମାଆ-ପୁଅଙ୍କୁ ଆକ୍ରମଣ

 ଦିଗପହଣ୍ଡି(ଅଳକ ନାଥ ମିଶ୍ର) ଦିଗପହଣ୍ଡି ବ୍ଲକ କଇଠଖଣ୍ଡି ଗ୍ରାମରେ ସାମାନ୍ୟ ଗୁଟଖା ପାନ ମସଲା ପୁଡିଆ ପାଇଁ ଦୋକାନୀ ସୁରେନ୍ଦ୍ର ସାହୁ ଗ୍ରାମର ସନ୍ତୋଷ କୁମାର ପଣ୍ଡା ଏବଂ ତାଙ୍କ ମା କୁନି ପଣ୍ଡା ଙ୍କୁ ଘାତକ ଆକ୍ରମଣ କରିଥିବା  ଅଭିଯୋଗ ହୋଇଛି। କୁନି ଙ୍କ ଏତଲା କ୍ରମେ ଦିଗପହଣ୍ଡି ଥାନା ଭାରପ୍ରାପ୍ତ ଆଇଆଇସି ତଥା ଡିଏସପି ପ୍ରଶାନ୍ତ କୁମାର ପାତ୍ର ମାମଲା ନଂ.୨୦୪/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରି ତଦନ୍ତ ଚଳାଇଛନ୍ତି।ସୋମବାର ରାତି ପ୍ରାୟ ୯ ଟାରେ ସନ୍ତୋଷ  ସୁରେନ୍ଦ୍ର ଙ୍କ ଦୋକାନ କୁ ଗୁଟଖା ପୁଡିଆ କିଣିବାକୁ ଯାଇଥିଲେ। କୌଣସି କଥା କୁ ନେଇ ଉଭୟଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା।ଏଥିରେ ଉତ୍ତେଜିତ ହୋଇ ଦୋକାନୀ ସୁରେନ୍ଦ୍ର ଏକ ଧାରୁଆ ଅସ୍ତ୍ର ଦ୍ଵାରା ସନ୍ତୋଷ ଙ୍କ ମୁଣ୍ଡ ଓ ଗୋଡ଼ କୁ ମାରିବାରୁ ସେ ରକ୍ତାକ୍ତ ହୋଇଥିଲେ।ଖବରପାଇ ସନ୍ତୋଷ ଙ୍କ ମା କୁନି ସେଠାକୁ ଯାଇ ପଚାରିବାରୁ ସୁରେନ୍ଦ୍ର ତାଙ୍କୁ ମଧ୍ୟ ଅସଦାଚରଣ କରିବା ସହ ଆକ୍ରମଣ କରିଥିଲେ। ଗୁରୁତର ଆହାତ ସନ୍ତୋଷ ଙ୍କୁ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ପ୍ରାଥମିକ ଚିକିତ୍ସା କରାଯିବା ପରେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ବ୍ରହ୍ମପୁର ବଡ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଛି।ଦୋକାନୀ ସୁରେନ୍ଦ୍ରଙ୍କ ପୁଅ ତପୁ ଓରଫ ପରେଶ ସାହୁ ଏକ ଭୁଜାଲି ଧରି କୁନି ଙ୍କୁ ଧମକ ଦେଇଥିବା ଏତଲାରେ ଉଲ୍ଲେଖ ରହିଛି। ଅପରପକ୍ଷରେ ଘଟଣା ଦିନ ରାତିରେ ସନ୍ତୋଷ ଏବଂ ତାଙ୍କ ଭାଇ ପିଣ୍ଟୁ ସୁରେନ୍ଦ୍ର ଙ୍କ ଦୋକାନ ରେ ପଶି କମ୍ପ୍ୟୁଟର,ଜେରକ୍ସ ମେସିନ,ଫ୍ରିଜ୍,ବାଇକ ପ୍ରଭୃତି ଭାଙ୍ଗି ନଷ୍ଟ କରିବା ସହ ଦୋକାନରେ ଥିବା ବହୁ ପରିମାଣର ରାସନ ସାମଗ୍ରୀ ଫିଙ୍ଗି ଦେଇଥିବା ନେଇ ସୁରେନ୍ଦ୍ର ଙ୍କ ପୁଅ ପରେଶ ଥାନାରେ ପାଲଟା ଏତଲା ଦେଇଛନ୍ତି।ଏତଲାକୁ ଭିତ୍ତିକରି ମାମଲା ନଂ.୨୦୩/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଜଣାପଡ଼ିଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ