କଳାକଲି ବେଶରେ ଦର୍ଶନ ଦେଲେ ମା “ମଙ୍ଗଳା

କାକଟପୁର/ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ନବରାତ୍ର ଦ୍ୱିତୀୟ ଦିନରେ ମା’ ମଙ୍ଗଳା କଳାକଲି ବେଶରେ ଦର୍ଶନ ଦେଲେ। ପୁରୀ ଜିଲ୍ଲା କାକଟପୁର ମା’ ମଙ୍ଗଳା ମନ୍ଦିରରେ ଖୋଲିଲା ବେଶ କବାଟ। କଳା ଶାଢୀରେ ମା’ଙ୍କ ଅପରୂପ ଶୋଭା ଦେଖି ବିଭୋର ଭକ୍ତ। ଶକ୍ତି ଆରାଧନାର ମହାପର୍ବ ଶାରଦୀୟ ନବରାତ୍ରର ଦ୍ୱିତୀୟ ରାତିର ଏ ଦିବ୍ୟ ଦୃଶ୍ୟ ଏବେ ସାରା ପୁରୀ ଜିଲ୍ଲାରେ ଚର୍ଚ୍ଚା। ପ୍ରାଚୀ ତଟର ଶକ୍ତିପୀଠ, ପୁରୀର ଅଧିଷ୍ଠାତ୍ରୀ କାକଟପୁର ବାସିନୀ ମା’ ମଙ୍ଗଳାଙ୍କ ପୀଠରେ ଆରମ୍ଭ ହୋଇଛି ନଅ ଦିନର ମହାଯଜ୍ଞ। ଦ୍ୱିତୀୟ ଦିନ – ମା’ ବ୍ରହ୍ମଚାରିଣୀ ରୂପ। ବ୍ରାହ୍ମ ମୁହୂର୍ତ୍ତରୁ ଶଙ୍ଖ, ଘଣ୍ଟ, ମୃଦଙ୍ଗ ଧ୍ୱନୀରେ କମ୍ପିଲା ମଙ୍ଗଳା ପୀଠ। ମଙ୍ଗଳ ଆଳତି, ଅବକାଶ, ମଇଲମ, ବଲ୍ଲଭ, ସକାଳ ଧୂପ ପରେ ଖୋଲିଲା ସିଂହଦ୍ୱାର। ହଜାର ହଜାର ଶ୍ରଦ୍ଧାଳୁଙ୍କ ଜୟ ମା’ ମଙ୍ଗଳା ଧ୍ୱନୀ। ଗର୍ଭଗୃହରେ ଚଣ୍ଡୀପାଠ। ଭକ୍ତ ଜାଳୁଛନ୍ତି ଅଖଣ୍ଡ ଦୀପ। ବିଶ୍ୱାସ – ନବରାତ୍ରରେ ଦୀପ ଜାଳିଲେ ମନସ୍କାମନା ପୂର୍ଣ୍ଣ ହୁଏ। ରାତି ୯ଟା। ପୀଠର ସବୁଠୁ ବଡ ଆକର୍ଷଣ – ମହିଷାସୁର ସନ୍ଧାନ ଲୀଳା।ଦ୍ୱିତୀୟ ଦିନରେ ମା’ ସ୍ୱତନ୍ତ୍ର ବିମାନରେ ବସି ରତ୍ନବେଦୀକୁ ବିଜେ କଲେ। ପୁରାଣ କୁହେ – ବଧ ପୂର୍ବରୁ ମା’ ଅସୁରକୁ ସନ୍ଧାନ କରନ୍ତି। ସେହି ଲୀଳା ଦେଖିବାକୁ ଲକ୍ଷାଧିକ ଭକ୍ତଙ୍କ ଭିଡ। ତା’ ପରେ ଜଗମୋହନରେ ମା’ ଦୁର୍ଗା ଓ ମା’ ମଙ୍ଗଳାଙ୍କ ଦିବ୍ୟ ଭେଟ – ଅଲୌକିକ ଦୃଶ୍ୟ।ଭେଟ ନୀତି ସରିଲା ପରେ ରାତି ୧୦ଟାରେ ଖୋଲିଲା ବେଶ କବାଟ। ମା’ କଳାକଲି ବେଶରେ ଦର୍ଶନ ଦେଲେ। ଏହି ବେଶରେ ମା’ଙ୍କ ପାଦ ପଦ୍ମ ଓ ଚାରି ଭୁଜ ସମ୍ପୂର୍ଣ୍ଣ ଦର୍ଶନ ହୁଏ। ବର୍ଷର ୩୫୬ ଦିନ ମା’ ପାଟବସ୍ତ୍ରରେ ଘୋଡା ହୋଇ ରୁହନ୍ତି, କେବଳ ନବରାତ୍ରର ନଅ ଦିନ ହିଁ ଏ ଭାଗ୍ୟ ମିଳେ। କୁହାଯାଏ – ଏ ବେଶ ଦର୍ଶନ କଲେ ଜନ୍ମ ଜନ୍ମର ପାପ କ୍ଷୟ ହୁଏ।ନଅ ଦିନ ନଅ ବେଶ। କଳାକଲି ବେଶ ଦେଖିବାକୁ ହଜାର ଭକ୍ତ କାକଟପୁର ମୁହାଁ। ଆଜି ତୃତୀୟ ଦିନ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ