କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ବ୍ଲକ ନିଳୋକ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ନିଳୋକ କ୍ଲଷ୍ଟର ସ୍ତରୀୟ ସୁରଭି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ରାଜେନ୍ଦ୍ର କୁମାର ପାତ୍ରଙ୍କ ତତ୍ତାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ୯ ବିଦ୍ୟାଳୟରୁ ଆସିଥିବା ୧୦୦ ପ୍ରତିଯୋଗୀ ବିତର୍କ, ପ୍ରବନ୍ଧ ଲିଖନ, ବକୃତା, କୁଇଜ, ଚିତ୍ରାଙ୍କନ, ସଙ୍ଗୀତ, ନୃତ୍ୟ ଆଦି ବିଭିନ୍ନ ପ୍ରତିଯୋଗିତାରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଭାଗ ନେଇଥିଲେ। ସେମାନଙ୍କ ମଧ୍ୟରୁ କୃତୀ ପ୍ରତିଯୋଗୀ ମାନଙ୍କୁ ବ୍ଲକ ସ୍ତରକୁ ମନୋନୀତ କରାଯାଇଥିଲା।ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ,ଶିକ୍ଷୟିତ୍ରୀ ମାନେ ବିଚାରକ ଦାୟିତ୍ୱ ତୁଲାଇଥିଲେ। ଏହି ଅବସରରେ ଆୟୋଜିତ ସଭାରେ ପ୍ରଧାନ ଶିକ୍ଷକ ପ୍ରଶାନ୍ତ କୁମାର ସାହୁ ସଭାପତିତ୍ବ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ବିଆରସିସି ତଥା ଏବିଇଓ ହରେକୃଷ୍ଣ ଆପଟ,ମୁଖ୍ୟ ବକ୍ତା ଭାବେ ଚାରୁ ଚନ୍ଦ୍ର ଇଂରାଜୀ ମାଧ୍ୟମ ବିଦ୍ୟାଳୟର ଅଧ୍ୟକ୍ଷ ଅକ୍ଷୟ କୁମାର ଜେନା, ସମ୍ମାନୀତ ଅତିଥି ଭାବେ ଏବିଇଓ ନରେନ୍ଦ୍ର କୁମାର ବାରିକ, ସରପଞ୍ଚ ରଜନୀ ସେଠୀ,ସମିତି ସଭ୍ୟ ଉଦ୍ଧବ ଚରଣ ସେଠୀ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ସାରଙ୍ଗଧର ଲେଙ୍କା, ଓଳମ ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବ୍ରହ୍ମାନନ୍ଦ ଜେନା, ହରିହର ନୋଡାଲ ଉପ୍ରା ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବଟକୃଷ୍ଣ ସେଠୀ ଯୋଗ ଦେଇ ବକ୍ତବ୍ୟ ପ୍ରଦାନ କରିଥିଲେ। ଶିକ୍ଷକ ରବି ନାରାୟଣ ପାଣି ଅତିଥି ପରିଚୟ, ଅତିଥି ଶିକ୍ଷକ ସୁଧାକର ପଣ୍ଡା ବେଦପାଠ, ଶିକ୍ଷକ ଅସିତ କୁମାର ପୁହାଣ ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ପରିଚାଳନାରେ ଶିକ୍ଷକ ସ୍ୱାଧୀନ କୁମାର ସାହୁ, ଦୀନେଶ କୁମାର ନାୟକ, ଶିକ୍ଷୟିତ୍ରୀ ସ୍ୱୟଂପ୍ରଭା ନାୟକ, କ୍ରୀଡା ଶିକ୍ଷକ ବିଜୟ କୁମାର ରାଉତ, ଶିକ୍ଷା କର୍ମଚାରୀ ରବିନ୍ଦ୍ର ମୋହନ ମାଝୀ, ଦିପ୍ତୀରଞ୍ଜନ ସାହୁ,ଅବସରପ୍ରାପ୍ତ ଶିକ୍ଷା କର୍ମଚାରୀ ସନାତନ ନାୟକଙ୍କ ସମେତ ବିଭିନ୍ନ ବିଦ୍ୟାଳୟରୁ ଆସିଥିବା ଶିକ୍ଷକ,ଶିକ୍ଷୟିତ୍ରୀ ଓ ପରିଚାଳନା କମିଟିର ସମସ୍ତ ସଭ୍ୟସଭ୍ୟା ମାନେ ସହଯୋଗ କରିଥିଲେ।


