ଫେସବୁକ୍ ପ୍ରେମରୁ ତିନି ସନ୍ତାନର ଜନନୀ ଫେରାର, ଉଦ୍ଧାର କଲା ପୁଲିସ
ହାଟଡିହି (ବିକାଶ ବିଶ୍ବାଳ): ଫେସବୁକ୍ ପ୍ରେମ ଜଣେ ଯୁବକକୁ ମହଙ୍ଗା ପଡିଛି। ଫେସବୁକ୍ ପ୍ରେମରୁ ତିନି ସନ୍ତାନର ଜନନୀ ଜଣେ ଯୁବକ ସହିତ ଫେରାର ହେବା ଓ ପୁଲିସ ଦ୍ୱାରା ଉଦ୍ଧାର ହେବା ଘଟଣା ଆଲୋଚନାର ବିଷୟ ପାଲଟିଛି। ଏପରି ଘଟଣା ଘଟିଛି ନନ୍ଦିପଦା ଥାନା ଅଞ୍ଚଳରେ। ସୂଚନାରୁ ଜଣାଯାଇଛି ଯେ ଜଣେ ତିନି ସନ୍ତାନର ଜନନୀ ଫେସବୁକ୍ ରୁ ବାହାର ରାଜ୍ୟରେ କାମ କରୁଥିବା ଜଣେ ଓଡିଆ ଯୁବକ ସହିତ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ମହିଳା ଜଣକ ନିଜକୁ ଅବିବାହିତ ଯୁବତୀ ର ପରିଚୟ ଦେଇ ପ୍ରେମ ସମ୍ପର୍କ ଦୃଢୀଭୂତ କରିଥିଲା। ଯୁବକ ଜଣକ ଓଡ଼ିଶା ଆସିବା ପରେ ମହିଳା ଜଣକ ଛୁଆ ମାନଙ୍କୁ ଛାଡି ଯୁବକ ସହିତ ଫେରାର ହୋଇଯାଇଥିଲା। ମହିଳାଙ୍କ ପରିବାର ଲୋକେ ଏବାବଦରେ ଜାଣିବା ପରେ ନନ୍ଦିପଦା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମହିଳାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ହସ୍ତାନ୍ତର କରିଛି। ଯୁବକ ଜଣଙ୍କ ତିନି ସନ୍ତାନର ଜନନୀ ବୋଲି ଜାଣି ପାରି ନଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହେଲା ବୋଲି ଯୁବକ ଙ୍କ ପରିବାର ଲୋକେ କହିଛନ୍ତି।