ସ୍ବର୍ଗ ରଥ ଗାଡିକୁ ସବୁଜ ପତାକା ଦେଖାଇ ଲୋକାର୍ପଣ କଲେ ସାଂସଦ ଅନନ୍ତ ନାୟକ
କେନ୍ଦୁଝର (ପୂର୍ଣ୍ଣଚନ୍ଦ୍ର ମହାନ୍ତ): ଜିଲାର ଅଗ୍ରଣୀ ସମାଜସେବୀ ସଂଗଠନ ଇଣ୍ଡିଆନ ବାୟ ବାର୍ଥ୍ ପକ୍ଷରୁ ଶୁକ୍ରବାର ଜେଏସଡବ୍ଲୁ ଫାଉଣ୍ଡେସନ ସହାୟତାରେ କେନ୍ଦୁଝର ଜିଲା ପାଇଁ ଏକ ସ୍ବର୍ଗ ରଥ ଗାଡି ସମର୍ପଣ କରିଛନ୍ତି । ଏହାର ଉଦଘାଟନରେ ମୁଖ୍ୟ ଅତିଥି ଭାବେ କେନ୍ଦୁଝର ସାଂସଦ ଅନନ୍ତ ନାୟକ, ଜିଲ୍ଲାପାଳ ବିଶାଲ ସିଂହ,ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ କିଶୋର କୁମାର ପୃଷ୍ଟି, ଜିଲ୍ଲା ଓକିଲ ସଂଘ ସଭାପତି ଆଲୋକ ମହାନ୍ତ, ଇଣ୍ଡିଆନ ବାୟ ବାର୍ଥ୍ ସଂଗଠନର ସହପ୍ରତିଷ୍ଠାତା ସତ୍ୟରଞ୍ଜନ ସାହୁ ସବୁଜ ପତାକା ଦେଖାଇ ଅନୁଷ୍ଠାନିକ ଭାବେ ଲୋକାର୍ପଣ ତଥା ଶୁଭାରମ୍ଭ କରିଥିଲେ। ସଂଗଠନର ଜିଲ୍ଲା ସଭାପତି ପ୍ରଭାସ କୁମାର ସାହୁ,ଉପଭାପତି ଅଭିଜିତ ମହାନ୍ତି, ସଂଯୋଜକ ମାନସ ରଞ୍ଜନ ସାହୁ ଓ ଶତାଧିକ ସମାଜସେବୀଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ବରିଷ୍ଠ ବିଜେପି କର୍ମୀ ଓ ଜିଲା ର ବିଭିନ୍ନ ସାମାଜିକ ସଂଗଠନ ର ପ୍ରମୁଖ ମାନେ ଉପସ୍ଥିତ ରହି ଶୁଭକାମନା ଜଣାଇଥିଲେ । ସଂଗଠନ ର ସହପ୍ରତିଷ୍ଠାତା ଇଂସତ୍ୟରଞ୍ଜନ ସାହୁ କହିଛନ୍ତି ଏ ସଂଗଠନ ଓ ଏହାର ସେବା କୁ ଜିଲାବାସୀ ନିଜର ଭାବି ଗ୍ରହଣ କରିବେ ଏବଂ ଆବଶ୍ୟକ ସ୍ଥଳେ ସ୍ବର୍ଗ ରଥ ଗାଡି ର ୨୪ ଘଣ୍ଟିଆ ସେବା ର ସୁବିଧା ନେବେ ବୋଲି ଆଶା ରଖିଛନ୍ତି ।