ସଂଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟଙ୍କ କାଉଡି ଭଜନ ମୁକ୍ତିଲାଭ
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):କେନ୍ଦ୍ରାପଡ଼ା ଜିଲ୍ଲା ଖଣ୍ଡାୟତ ମହାସଙ୍ଘର କାର୍ଯ୍ୟକାରୀ ସମ୍ପାଦକ ତଥା ବିଶିଷ୍ଟ ସମାଜସେବୀ ଶରତ ପଟ୍ଟନାୟକଙ୍କ ପ୍ରଯୋଜନାରେ ଶ୍ରେଷ୍ଠ ଶ୍ରାବଣ ମାସର ପ୍ରଥମ ସୋମବାରରେ ଦୁଇଟି ଶିବ ଭଜନ କାଉଡ଼ିଆଙ୍କ ଉଦ୍ଦେଶ୍ୟରେ ମୁକ୍ତି ଲାଭ କରିଛି। ପ୍ରଥମ ଭଜନ ଶ୍ରାବଣ ଯାତ୍ରାରେ କଣ୍ଠ ଦାନ କରି ଛନ୍ତି ଓଡ଼ିଶାର ଲୋକ ପ୍ରିୟ ଭଜନ ଗାୟକ ଶ୍ରୀଚରଣ ମହାନ୍ତି ଓ ଦ୍ୱିତୀୟ ଭଜନ କାନ୍ଧରେ କାଉଡ଼ି ଭାର ଗୀତରେ କଣ୍ଠ ଦାନ କରିଛନ୍ତି ଓଡ଼ିଶା ଚଳଚ୍ଚିତ୍ର ଜଗତରର ସୁନାମ ଧନ୍ୟ କଣ୍ଠ ଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ।ଗୀତ ଗୁଡ଼ିକୁ ଖୁବ୍ ସୁନ୍ଦର ଭାବେ ଲେଖିଛନ୍ତି କେନ୍ଦ୍ରାପଡ଼ା ଜିଲ୍ଲାର ଆକାଶବାଣୀ ସିକୃତିପ୍ରାପ୍ତ ଗୀତିକାର ଇତିଶ୍ରୀ ମହାନ୍ତି। ଭଜନ ଗୁଡ଼ିକୁ ସ୍ୱରରେ ସଜେଇଛନ୍ତି ଜିଲ୍ଲା ତଥା ରାଜ୍ୟରେ ପ୍ରତିଷ୍ଠା ଲାଭ କରିଥିବା ସଙ୍ଗୀତ ନିର୍ଦ୍ଦେଶକ ସତ୍ୟପ୍ରିୟ ଦାସ। କଟକର ପୁରାତନ ସାଆ ଷ୍ଟୁଡିଓରେ ଭଜନ ଦୁଇଟି ରେକର୍ଡ଼ିଂ କରାଯାଇଛି। ଆଶା ଓ ବିଶ୍ୱାସ ଭଜନଟିକୁ ଶ୍ରୋତା ମାନଙ୍କ ଦ୍ୱାରା ଆଦୃତ ହୋଇପାରିବ ବୋଲି କହିଛନ୍ତି ଶ୍ରୀ ଦାସ।


