ଷୋହଳ ଖଣ୍ଡ ଗୋପାଳ ସମାଜ ପକ୍ଷରୁ ନନ୍ଦମହୋତ୍ସବ ପାଳିତ

ପୋଲସରା (ଅନୀଲ କୁମାର ମହାରଣା): ପୋଲସରା ବ୍ଲକ ମଧୁପଲ୍ଲୀ ପଞ୍ଚାୟତ ଅନ୍ତର୍ଗତ ମହୁଲପଲ୍ଲୀ ସ୍ଥିତ ଭିତିରିମୁଠା ଷୋହଳ ଖଣ୍ଡ ଗୋପାଳ ସମାଜ ଆଠଗଡ଼ ତାଳୁକା ଭିତିରିମୁଠା ପରିଚାଳନା ପରିଷଦ ପକ୍ଷରୁ ଦୁଇ ଦିନିଆ ନନ୍ଦ ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି ।ପ୍ରଥମ ଦିନରେ ସମାଜର ରୀତିନୀତି ଅନୁଯାୟୀ କଳସ ଯାତ୍ରା ସହ ଅଷ୍ଟ ପ୍ରହର ନାମଯଜ୍ଞ  ଅନୁଷ୍ଠିତ ହୋଇଥିଲା। ଦ୍ଵିତୀୟ ଦିନ କାର୍ଯ୍ୟକ୍ରମରେ ପୋଲସରା ବିଡ଼ିଓ ଶଶିଭୂଷଣ ମହାପାତ୍ର ମୁଖ୍ୟ ଅତିଥିଭାବେ ଯୋଗଦେଇ ଗୋପାଳ ସମାଜ ର ସାମଗ୍ରିକ ବିକାଶ  ସାଙ୍ଗକୁ ଆଧ୍ୟାତ୍ମିକ ଜୀବନ ଲାଭ କରି ଜୀବନ ର ମୋକ୍ଷ ପ୍ରାପ୍ତି ଲାଗି ବିଭିନ୍ନ ମାର୍ଗ ଦର୍ଶାଇଥିଲେ। ଗୋପାଳ ସମାଜ ଆଠଗଡ ତାଲୁକା ସଭାପତି  ମୋହନି ମୋହନ ମାହାଙ୍କୁଡ ମୁଖ୍ୟ ବକ୍ତା ଭାବେ ଯୋଗଦେଇଥିବା ବେଳେ ପୋଲସରା ତହସିଲଦାର ଦିପ୍ତିମୟୀ ପାତ୍ର, ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର  ଚିକିତ୍ସାଧିକାରୀ ନାରାୟଣ ସ୍ୱାଇଁ, କାମ୍ପ ବାଢେଇ, ରାଜେନ୍ଦ୍ର ପାତ୍ର, ପ୍ରଭାକର ପଣ୍ଡା, ଦୀପକ ପ୍ରଧାନ ପ୍ରମୁଖ ସମ୍ମାନିତ ଅତିଥିଭାବେ ଯୋଗଦେଇ ନିଜର ବକ୍ତ୍ୟବ ରଖିଥିଲେ । ଏହି ଅବସରରେ ସମାଜର କର୍ମକର୍ତ୍ତା ଓ ସାମ୍ବାଦିକମାନଙ୍କୁ ଅତିଥିଙ୍କ ଦ୍ୱାରା ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ଜାତିର କୃତି ଛାତ୍ର ଛାତ୍ରୀ ବୃନ୍ଦଙ୍କୁ ସାର୍ଟିଫିକେଟ ସହ ଟ୍ରଫି  ପ୍ରଦାନ କରିଥିଲେ । ଏହି ନନ୍ଦ ଉତ୍ସବ କାର୍ଯ୍ୟକ୍ରମ ରେ ଭିତିରିମୁଠା  ପରିଚାଳନା ପରିଷଦର ଆବାହକ ତଥା ସଭାପତି ନିରଞ୍ଜନ ଗୌଡ଼, ସମ୍ପାଦକ ରମେଶ ଗୌଡ଼, କୋଷାଧକ୍ଷ କୃଷ୍ଣ ଚନ୍ଦ୍ର ଗୌଡ଼, କାଳୁଚରଣ ଗୌଡ଼ ପ୍ରମୁଖ ସମେତ ୪୧ ଗୋଟି ତାଳୁକାର ବହୁ କର୍ମକର୍ତ୍ତା ଓ ଜନସାଧାରଣ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ