ଜାତୀୟ ଅଗ୍ନିଶମ ସେବା ସପ୍ତାହ ଉଦ୍‍ଯାପିତ

ଆସିକା (ୱାଇଏନ୍‍ଏସ୍‍) :ଓଡିଶା ଅଗ୍ନିଶମ ଓ ଜରୁରୀକାଳୀନ ସେବା ସଂସ୍ଥା ଦକ୍ଷିଣାଞ୍ଚଳ ଜୋନ୍‍ ଅଧୀନସ୍ଥ ଆସିକା ଅଗ୍ନିଶମ ସେବା କେନ୍ଦ୍ର ପକ୍ଷରୁ ଗତ ୧୪ ତାରିଖ ଠାରୁ ଆରମ୍ଭ ହୋଇଥିବା ଜାତୀୟ ଅଗ୍ନିଶମ ସେବା ସପ୍ତାହ ଆଜି ଉଦ୍‍ଯାପିତ ହୋଇଯାଇଛି । ସମ୍ଭାବ୍ୟ ବନ୍ୟା, ବାତ୍ୟା ଓ ଅନ୍ୟାନ୍ୟ ପ୍ରାକୃତିକ ବିପର୍ଯ୍ୟୟର ମୁକାବିଲା ନିମନ୍ତେ ଆସିକା ଗୁଣ୍ଠପଡା ସ୍ଥିତ ଜଗଦଳପୁୁର ହାଇସ୍କୁଲ ପରିସରରେ ଆସିକା ଅଗ୍ନିଶମ ବିଭାଗ ପକ୍ଷରୁ ଏକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ (ମକ୍‌ଡ୍ରିଲ୍‌) ଓ ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଗ୍ନିଶମ ସେବା ସପ୍ତାହ ପାଳନର ଉଦ୍‍ଯାପନୀ ଦିବସ ଅବସରରେ ଆସିକା ଅଗ୍ନିଶମ ସେବାକେନ୍ଦ୍ର ପକ୍ଷରୁ ଗୁଣ୍ଠପଡା ସ୍ଥିତ ଜଗଦଳପୁର ହାଇସ୍କୁଲ ପରିସରରେ ଶିକ୍ଷାନୁଷ୍ଠାନର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ରଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ମକ୍‍ଡ୍ରିଲ୍‍ ତଥା ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ମଧ୍ୟାହ୍ନ ଭୋଜନ ରନ୍ଧନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକା ଓ ନବମ ଏବଂ ଦଶମ ଶ୍ରେଣୀରେ ଅଧ୍ୟୟନରତ ପ୍ରାୟ ୮୦ରୁ ଉର୍ଦ୍ଧ୍ୱ ବିଦ୍ୟାର୍ଥୀ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଅଗ୍ନିଶମ ସେବାକେନ୍ଦ୍ରର ଅଧିକାରୀ କୈଳାଶ ଚନ୍ଦ୍ର ସାହୁ, ମୁଖ୍ୟ ଅଗ୍ନିଯୋଦ୍ଧା ଅଶୋକ କୁମାର ବାରିକ, ଗାଡିଚାଳକ ଜଟକିଶୋର ହାତୀ, ଅଗ୍ନିଯୋଦ୍ଧା ରଞ୍ଜନ କୁମାର ଭୋଇ ଓ ଅଗ୍ନିଯୋଦ୍ଧା ସୁଶାନ୍ତ ବେହେରା ପ୍ରମୁଖ ଯୋଗ ଦେଇ ଏହି ମକ୍‍ଡ୍ରିଲ୍‍ ତଥା ଅଗ୍ନିସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଆୟୋଜନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ସୂଚନା ପ୍ରଦାନ କରିବା ସହ ଶିକ୍ଷାନୁଷ୍ଠାନ ପରିସରରେ ଗୋଷ୍ଠୀସ୍ତରୀୟ ସାମୁହିକ ବିପର୍ଯ୍ୟୟ ପ୍ରସ୍ତୁତି ଅଭ୍ୟାସ କରାଯାଇଥିଲା । ଏଥିରେ ଟାୱାର ଲାଇଟ୍‌, ଯନ୍ତ୍ରଚାଳିତ କରତ, ଜେନେରେଟର୍‌, ଷ୍ଟେଚର୍‌, ମେଗାଫୋନ, ଗ୍ୟାସ୍ ଇତ୍ୟାଦିର ବ୍ୟବହାର ସମ୍ବନ୍ଧରେ ଅଭ୍ୟାସ କରାଯାଇଥିଲା ବେଳେ ଅଗ୍ନିଶମ ସେବା ବାହିନୀ ଏଥିରେ ଭାଗ ନେଇ ଉଦ୍ଧାର କୌଶଳ ପ୍ରଦର୍ଶନ କରିଥିଲେ । ବନ୍ୟା ଓ ବାତ୍ୟା ଭଳି ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟର ସଫଳ ମୁକାବିଲା ପାଇଁ ଅନୁଷ୍ଠିତ ହୋଇଥିବା ଏହି ମକ୍‌ଡ୍ରିଲ୍ କାର୍ଯ୍ୟକ୍ରମରେ ଜଗଦଳପୁର ହାଇସ୍କୁଲ ଗୁଣ୍ଠପଡାର ପ୍ରଧାନଶିକ୍ଷକ ନାରାୟଣ ମହାପାତ୍ର, ସହକାରୀ ଶିକ୍ଷକ ସୁଶିଲ୍‍ ମୋହନ ପାତ୍ର, ଜି.ଆନନ୍ଦ ପାତ୍ର, ସୁନିତା ପରିଚ୍ଛା, ଇଶ୍ୱରୀ ମହାପାତ୍ର, ସନ୍ଧ୍ୟାରାଣୀ ବେହେରା, ମନ୍ଦାକିନୀ ପ୍ରଧାନ, ଆଶାଲତା ପ୍ରଧାନ, କର୍ମଚାରୀ ପ୍ରଶାନ୍ତ କୁମାର ମୁନି ଓ ନୀଳମାଧବ ସ୍ୱାଇଁଙ୍କ ସମେତ ବିଦ୍ୟାର୍ଥୀ ଓ ମଧ୍ୟାହ୍ନ ଭୋଜନ ରନ୍ଧନ ଦାୟିତ୍ୱରେ ଥିବା ପାଚିକା ଓ ସହାୟିକାମାନେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ