ବିଶ୍ୱ ଯକୃତ ଦିବସ ପାଳିତ

ଆସିକା (ୱାଇଏନ୍‍ଏସ୍‍) :ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏବଂ ଆସିକା ଉପଖଣ୍ଡ ଚିକିତ୍ସାଳୟର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ହାଟପଦା ଛକ ନିକଟରେ ପରିଚାଳିତ ହୋଇଆସୁଥିବା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିରରେ ବିଶ୍ୱ ଯକୃତ ଦିବସ ପାଳିତ ହୋଇଯାଇଛି । ଆସିକା ଉପଖଣ୍ଡ ଚିକିତ୍ସାଳୟର ଅଧୀକ୍ଷକ ଡାକ୍ତର ବାଲ୍‍ଗୋପାଳ ବେହେରାଙ୍କ ପରାମର୍ଶକ୍ରମେ ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ବିଶ୍ୱ ଯକୃତ ଦିବସ ପାଳନ କାର୍ଯ୍ୟକ୍ରମରେ ସ୍ୱାସ୍ଥ୍ୟକେନ୍ଦ୍ରର ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ଭାଗବତ ପ୍ରସାଦ ବିଷୋୟୀ ଯୋଗଦେଇ ଯକୃତ ହେଉଛି ଆମ ଶରୀରର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହୋଇଥିବା ବେଳେ ଏହା ଖାଜ୍ୟ ହଜମ କରିବା ସହିତ ରୋଗ ପ୍ରତିରୋଧକ ଶକ୍ତି ବଢାଇବାରେ ବିଶେଷ ସହାୟକ ହୋଇଥାଏ । ତେଣୁ ଯକୃତ ବା ଲିଭର୍‍କୁ ସଦାସର୍ବଦା ସୁସ୍ଥ ରଖିବା ପାଇଁ ମଦ୍ୟପାନ ତଥା ନିଶାସେବନ ଠାରୁ ଦୂରେଇ ରହିବା ସାଙ୍ଗକୁ ଚାପମୁକ୍ତ ଏବଂ ମାନସିକ ଦୁଶ୍ଚିନ୍ତାରୁ ସବୁବେଳେ ମୁକ୍ତ ରହିବା ପାଇଁ ସନ୍ତୁଳିତ ଖାଦ୍ୟ ଖାଇବା ସାଙ୍ଗକୁ ରୀତିମତ ବ୍ୟାୟାମ କରିବାକୁ ପରାମର୍ଶ ଦେଇଥିଲେ । ମନୁଷ୍ୟ ସଦାସର୍ବଦା ଉପଯୁକ୍ତ ତଥା ସଠିକ୍‍ ଖାଦ୍ୟପେୟ ଖାଇଲେ ଯକୃତ ସୁସ୍ଥ ରହିବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ଲିଭର୍‍ ପାଇଁ ସବୁଠାରୁ ଅଧିକ କ୍ଷତିକାରକ ହେଉଛି ମଦ୍ୟପାନ । ଅତ୍ୟଧିକ ମଦ୍ୟପାନ ଲିଭର୍‍ର କୋଷଗୁଡିକୁ ନଷ୍ଟ କରି ସିରୋସିସ୍‍ ଭଳି ଗୁରୁତ୍ୱ ରୋଗ ସୃଷ୍ଟି କରିଥାଏ । ତେଣୁ ମନୁଷ୍ୟ ସଦାସର୍ବଦା ସୁସ୍ଥ ରହିବା ପାଇଁ କମ୍‍ ଲୁଣ, କମ୍‍ ଚିନି, କମ୍‍ ମସଲା, କମ୍‍ ରାଗ ସାଙ୍ଗକୁ ଅଙ୍ଗୁର, ସାପେଟା, ନାସପତି, ଜାମୁକୋଳି, ସଜନା ଛୁଇଁ, କାକୁଡି, ଚୁନାମାଛ, ପିଆଜ, ରସୁଣ, ଚହ୍ଲାଦହି, ଲେମ୍ବୁ, ପିଜୁଳି ଇତ୍ୟାଦି ଖାଇ ଲିଭର୍‍କୁ ସଦାସର୍ବଦା ସୁସ୍ଥ ରଖିବା ସହ ନିୟମିତ ବ୍ୟବଧାନରେ ଲିଭର୍‍କୁ ପରୀକ୍ଷା କରିବାକୁ ପରାମର୍ଶ ଦେବା ସକାଶେ ସଚେତନତାର ବାର୍ତ୍ତା ପ୍ରଦାନ କରିଥିଲେ । ବିଶ୍ୱ ଯକୃତ ଦିବସ ପାଳନ ଅବସରରେ ଆସିକା ସହରାଞ୍ଚଳ ଆୟୁଷ୍ମାନ୍‍ ଆରୋଗ୍ୟ ମନ୍ଦିର ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ସ୍ୱାସ୍ଥ୍ୟକେନ୍ଦ୍ରର ଫାର୍ମାସିଷ୍ଟ ରୀନା କୁମାରୀ ପ୍ରଧାନ, ଷ୍ଟାଫ୍‍ ନର୍ସ ଅର୍ଚ୍ଚନା ମହାନ୍ତି, ସହାୟକ ସମୀର କୁମାର ପଟ୍ଟନାୟକ, ଜଗନ୍ନାଥ ମିଶ୍ର, ନିରାପତ୍ତାରକ୍ଷୀ ବିପିନ୍‍ ନାହାକ ପ୍ରମୁଖ ସହଯୋଗ କରିଥିଲା ବେଳେ ବହୁ ସଚେତନ ନାଗରିକ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ