ମଇ ୧୦ରେ କେନ୍ଦ୍ରାପଡାରେ ରାଷ୍ଟ୍ରୀୟ ଲୋକଅଦାଲତ

କେନ୍ଦ୍ରାପଡ଼ା(ଚିତ୍ତରଞ୍ଜନ ଦାଶ) : ଆସନ୍ତା ମଇମାସ ୧୦ତାରିଖରେ କେନ୍ଦ୍ରାପଡା ଜିଲ୍ଲାରେ ଦ୍ୱିତୀୟ ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେବ। ଏହି ରାଷ୍ଟ୍ରୀୟ ଲୋକ ଅଦାଲତ କେନ୍ଦ୍ରାପଡା ଜିଲ୍ଲା ସଦର ମହକୁମାରେ ଥିବା ଜିଲ୍ଲା ଅଦାଲତ ସମେତ ପଟ୍ଟାମୁଣ୍ଡାଇ, ଆଳି ଓ ରାଜନଗରରେ ଥିବା ଅଦାଲତ ଗୁଡିକରେ ମଧ୍ୟ ଅନୁଷ୍ଠିତ ହେବ। ଜନସାଧାରଣଙ୍କୁ ବିନା ମୂଲ୍ୟରେ ଆଇନସେବା ଯୋଗାଇ ଦେବା ଲକ୍ଷ୍ୟରେ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଅନୁଷ୍ଠିତ ହେଉଛି। ଏଥିରେ ସାଲିସ ଯୋଗ୍ୟ ଫୈାଜଦାରୀ ମାମଲା, ଚେକ ବାଉନ୍‌ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ମୋଟରଯାନ ଦୂର୍ଘଟଣା ଜନିତ ମାମଲା, ଶ୍ରମବିବାଦ ଜନିତ ମାମଲା, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ବୈବାହିକ ବିବାଦ(ବିବାହ ବିଛେଦ ବ୍ୟତିତ), ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ଜମି ଅଧିଗ୍ରହଣ ମାମଲା, ଚାକିରୀ ସମ୍ବଦ୍ଧୀୟ ଅବସରକାଳୀନ ପ୍ରାପ୍ୟ ସହିତ ମାମଲା, ଉଚ୍ଚ ନ୍ୟାୟାଳୟ ଓ ଦେୱାନୀ ଅଦାଲତରେ ଥିବା ରାଜସ୍ୱ ମାମଲା, ଅନ୍ୟାନ୍ୟ ଦେୱାନୀ ମାମଲା(ଭଡା, ସହଜ ଅଧିକାର ନିର୍ଦ୍ଦିଷ୍ଟ କାର୍ଯ୍ୟଦକ୍ଷତା ସୁଟ, ନିର୍ଦ୍ଦେଶକ ସୁଟ), ଖାଉଟି ବିବାଦ ଓ ଅନ୍ୟାନ୍ୟ ଫୈାଜଦାରୀ ମାମଲା ଗୁଡିକର ଫଇସଲା ହେବ। ଏଥିସହିତ ଅଦାଲତରେ ଦାୟର ହୋଇନଥିବା ମାମଲା ଯଥା ଚେକ ବାଉନ୍‌ସ ସମ୍ବନ୍ଧୀୟ ମାମଲା, ଟଙ୍କା ପୁନରୁଦ୍ଧାର ମାମଲା, ଶ୍ରମବିବାଦ ଜନିତ ମାମଲା, ସ୍ଥାୟୀ ଲୋକ ଅଦାଲତର ଅନ୍ୟାନ୍ୟ ଦେୱାନୀ(ସାଲିସ ବିହୀନ ବିବାଦକୁ ବାଦ ଦେଇ), ରକ୍ଷଣାବେକ୍ଷଣ ମାମଲା ଓ ଅନ୍ୟାନ୍ୟ ମୋକଦ୍ଦମା ଗୁଡିକର ଫଇସଲା କରାଯିବ। ମଇମାସ ୧୦ତାରିଖ ପୂର୍ବାହ୍ନ ୧୦ଟାରୁ ଏହି ରାଷ୍ଟ୍ରୀୟ ଲୋକ ଅଦାଲତ ଜିଲ୍ଲା ଦୈାରାଜଜଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଆରମ୍ଭ ହୋଇ ଉପରୋକ୍ତ ମାମଲା ଗୁଡିକର ଫଇସଲା କରାଯିବ ବୋଲି ଜିଲ୍ଲା ଆଇନ ସେବା ପ୍ରାଧିକରଣ ସଚିବ ସୁମିତ୍ରା ସାହୁ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ