ଚିନ୍ମୟ ଯୁବ କେନ୍ଦ୍ର ତରଫରୁ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ

ବାଲେଶ୍ୱର, (ସରୋଜ ପଣ୍ଡା): ଚିନ୍ମୟ ମିଶନ ବାଲେଶ୍ୱର ଶାଖା ଆନୁକୂଲ୍ୟରେ ଅଦ୍ୟ କୁରୁଡ଼ାସ୍ଥିତ ମିଶନ ଗୃହରେ ଚିନ୍ମୟ ଯୁବ କେନ୍ଦ୍ର ତରଫରୁ ଏକ ବ୍ୟକ୍ତିତ୍ୱ ବିକାଶ ଶିବିର ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାର ବିଭିନ୍ନ ଶିକ୍ଷାନୁଷ୍ଠାନ ଯଥା ଇନୋଭେଟିଭ୍ ଆବାସିକ ବିଦ୍ୟାଳୟ, କେନ୍ଦ୍ରୀୟ ବିଦ୍ୟାଳୟ (୨), ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ୟୁ.ପି. ସ୍କୁଲ୍ (କୁରୁଡ଼ା), ସିଦ୍ଧିବିନାୟକ ବିଦ୍ୟାଳୟ, ମଡର୍ଣ୍ଣ ପବ୍ଲିକ୍ ସ୍କୁଲ୍‌, ପି.ଏମ୍‌.ଶ୍ରୀ ସରକାରୀ ଉଚ୍ଚ ବିଦ୍ୟାଳୟ (ଅଯୋଧ୍ୟା), ଫକୀରମୋହନ ମହାବିଦ୍ୟାଳୟ, କୁନ୍ତଳା କୁମାରୀ ସାବତ ମହାବିଦ୍ୟାଳୟ ତଥା ଶ୍ରୀନିକ୍‌ସ ମହାବିଦ୍ୟାଳୟର ଛାତ୍ରଛାତ୍ରୀ ବହୁ ସଂଖ୍ୟାରେ ଯୋଗ ଦେଇଥିଲେ। ଆଚାର୍ଯ୍ୟ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଏଥିରେ ଯୋଗ, ଆସନ ଓ ପ୍ରାଣାୟାମ ଶିକ୍ଷା ଦେବା ସହିତ ବ୍ୟକ୍ତିତ୍ୱ ବିକାଶରେ ଆଧ୍ୟାମିôିକତାର ଭୂମିକା ଉପରେ ଆଲୋକପାତ କରିଥିଲେ। ଡା. ବେଣୁମାଧବ ଶତପଥୀ, ବିଜୟ କୁମାର ଦାସ ଅଧିକାରୀ, ଗଙ୍ଗାଧର ପୃଷ୍ଟି, ପ୍ରଫୁଲ୍ଲ କୁମାର ପତି ଏବଂ ଡା. ଶଶିକାନ୍ତ ପରିଡ଼ା ଯଥାକ୍ରମେ ସ୍ୱାସ୍ଥ୍ୟ, ନୀତିଶିକ୍ଷା, ଐତିହ୍ୟ ଓ ଆଧ୍ୟାମିôିକତା ଉପରେ ଅଭିଭାଷଣ ରଖିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସର୍ବଶ୍ରୀ ବିକ୍ରମ ବାରିକ, ଅବିନାଶ ରାଉତରାୟ, ଦେବବ୍ରତ ଦାସ, ରୁଦ୍ରନାରାୟଣ ସିଂ, ଅଜୟ କୁମାର ମାଝି, ସୌମ୍ୟଶ୍ରୀ ପାତ୍ର, ମୋନାଲିସା ବେହେରୋ ପ୍ରମୁଖଙ୍କ ସହଯୋଗରେ କାର୍ଯ୍ୟକ୍ରମ ସଫଳ ହୋଇଛି। ଶ୍ରୀଯୁକ୍ତ କରୁଣାକର ପାତ୍ର ତଥା ଶ୍ରୀଯୁକ୍ତ ମାନସ ରଞ୍ଜନ ମହାଳିକ ଶିବିର ପ୍ରାତଃ ଓ ମଧ୍ୟାହ୍ନ ଭୋଜନ ଆୟୋଜନରେ ସହାୟତା କରିଥିଲେ। ସର୍ବଶେଷରେ ଅନୁଷ୍ଠାନର ସମ୍ପାଦକ ଶ୍ରୀଯୁକ୍ତ ତ୍ରିଲୋଚନ ଦାସମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ