କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ଜାତୀୟ ଏକତା ଦିବସ ପାଳିତ
କଟକ (ଓ୍ବାଇଏନଏସ): କେନ୍ଦ୍ରାଞ୍ଚଳ ଆଇଜି କାର୍ଯ୍ୟାଳୟରେ ପାଳିତ ହୋଇଛି ଜାତୀୟ ଏକତା ଦିବସ। ଏହି ଅବସରରେ ଦେଶର ଏକତା, ଅଖଣ୍ଡତା ଓ ସୁରକ୍ଷା ରକ୍ଷା ପାଇଁ ଶପଥ ନେଇଛନ୍ତି କେନ୍ଦ୍ରାଞ୍ଚଳ ଆଇଜି ଡ. ସତ୍ୟଜିତ ନାୟକ, ଆଇପିଏସ୍। ଦେଶର ଐକ୍ୟ ଓ ସଂହତିକୁ ଅକ୍ଷୁଣ୍ଣ ରଖିବା ସହ ଜାତୀୟ ଏକତାର ବାର୍ତ୍ତା ପ୍ରତ୍ୟେକ ନାଗରିକଙ୍କ ନିକଟରେ ପହଞ୍ଚାଇବା ଉପରେ ଏହି ଅବସରରେ ଗୁରୁତ୍ୱ ଦିଆଯାଇଥିଲା। ଏଥିସହ ଦେଶର ଲୌହମାନବ ଭାବେ ପରିଚିତ ସର୍ଦ୍ଦାର ବଲ୍ଲଭଭାଇ ପଟେଲଙ୍କ ଦୂରଦର୍ଶିତା, ନେତୃତ୍ୱ ଓ ଦେଶ ଗଠନରେ ତାଙ୍କର ଅବଦାନକୁ ସ୍ମରଣ କରାଯାଇଥିଲା। ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ସୁଦୃଢ଼ କରିବା ସହ ଜାତୀୟ ଏକତା ଓ ଅଖଣ୍ଡତାର ସୁରକ୍ଷା କେବଳ ସରକାରଙ୍କ ନୁହେଁ, ବରଂ ପ୍ରତ୍ୟେକ ନାଗରିକ ଓ ଅନୁଷ୍ଠାନର ସାମୂହିକ ଦାୟିତ୍ୱ ବୋଲି ଏହି ଅବସରରେ ବାର୍ତ୍ତା ଦିଆଯାଇଥିଲା।


