ଆମ୍ବୋ ଉଚ୍ଚ ବିଦ୍ୟାଳୟରେ ଜାତୀୟ ଯୁବ ଦିବସ ପାଳନ

ହାଟଡିହି (ଓ୍ବାଇଏନଏସ): ସରକାରୀ ଉଚ୍ଚ ବିଦ୍ୟାଳୟ ଆମ୍ବୋରେ ବନ୍ଦେ ମା ତରମ ର ୧୫୦ ବର୍ଷ ପୂର୍ତ୍ତୀ ଓ ବିବେକାନନ୍ଦ ଜନ୍ମ ତିଥି ଜାତୀୟ ଯୁବ ଦିବସ ପାଳନ ହୋଇଯାଇଛି l ଏହି ଉତ୍ସବରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ପଦ୍ମନାଭ ଖମାରୀ ମହାପୁରୁଷଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ଓ ଦୀପ ପ୍ରଜ୍ବଳନ କରି ଉଦଘାଟନ କରିଥିଲେ l ବିଦ୍ୟାଳୟର ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ଦ୍ୱାରା ବଙ୍ଗୀୟ କବି ବଂକିମ ଚନ୍ଦ୍ର ଚଟୋପାଧ୍ୟାୟ ଙ୍କ ଦ୍ୱାରା ରଚିତ ବନ୍ଦେ ମାତରଂ ସଂଗୀତ କୁ ସମୂହ ଗାନ କରିଥିଲେ l ପରେ ଶିକ୍ଷକ ସହଦେବ ପରିଡା କବିଙ୍କ ଜୀବନୀ ଓ ବନ୍ଦେ ମାତରଂ ସଂଗୀତ ତମର ମହତ୍ୱ ଛାତ୍ରଛାତ୍ରୀ ଙ୍କୁ ବୁଝାଇଥିଲେ l ତତସହିତ ସ୍ୱାମୀ ବିବେକାନନ୍ଦଙ୍କ ନୀତି ଓ ଆଦର୍ଶ ବିଷୟରେ ଅବଗତ କରାଇଥିଲେ l ପରେ ପ୍ରଧାନଶିକ୍ଷକ ଜାତୀୟ ଯୁବ ଦିବସ ବିଷୟରେ ଆଲୋଚନା କରିବା ସହ ନିଜ ନିଜ ଭିତରେ ଏକତା, ଭାତୃଭାବ ଓ ଦେଶାତ୍ମବୋଧ ସୃଷ୍ଟି କରିବା ପାଇଁ ପ୍ରେରଣା ଦେଇଥିଲେ l ଉପସ୍ଥିତ ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟତ୍ରୀ ନିଜ ନିଜର ବକ୍ତବ୍ୟ ରଖିଥିଲେ l ଶିକ୍ଷକ ଶେଷଦେବ ପରିଡାଙ୍କ ତତ୍ୱାବଧାନରେ ଆୟୋଜିତ ଏହି ସଭାରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କ ସହଯୋଗ ରେ ସମ୍ପାଦିତ ହୋଇଥିଲା l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ