ଶ୍ରୀ ଜଗନ୍ନାଥ ମନ୍ଦିରରେ ନେତ୍ରାତ୍ସବ

ରାଇରଙ୍ଗପୁର,(ୱାଇଏନଏସ): ସହରସ୍ଥ ଶ୍ରୀ ଜଗନ୍ନାଥ ମନ୍ଦିର ରେ ନେତ୍ରାତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ମନ୍ଦିରର ମୁଖ୍ଯ ପୂଜକ ଦେବବ୍ରତ ରଥ ମହାପାତ୍ର ଶର୍ମା ଙ୍କ କହିବା ଅନୁଯାୟୀ ମନ୍ଦିରର ଦୈନଦିନ ନୀତିକ୍ରାନ୍ତି ସମାପନ ପରେ ରଥ ରେ ନେତ ଲାଗି ଉତ୍ସବ ହୋଇଥିଲା l ମହାପ୍ରଭୁଙ୍କ ଶୁଙ୍ଗାର ବେଶ କରାଯାଇ ନେତ୍ର ଅଙ୍କନ କରାଯାଇଥିଲା l ତାଙ୍କର ନବ ଯୌବନ ବେଶ କରାଯାଇ ଶ୍ରୀ ମନ୍ଦିରରେ ବିରାଜମାନ ହୋଇଥିଲେ l ପବିତ୍ର ସ୍ନାନଯାତ୍ରା ପରେ ୧୫ ଦିନ ଅଣସର ଗୁହରେ ରହିବା ପରେ ଆଜି ତାଙ୍କର ରୂପ ସତେଜ ଓ ଆକର୍ଷଣୀୟ ହୋଇଥିଲା l ଭକ୍ତମାନେ ତାଙ୍କର ରୂପ କୁ ଦର୍ଶନ କରି କୁତାର୍ଥ ମଣିଥିଲେ l ଆସନ୍ତାକାଲି ଆଜ୍ଞାମାଳା ଆସିବା ପରେ ତହି ପରଦିନ ଶ୍ରୀ ଗୁଣ୍ଡିଚାଯାତ୍ରା ଅବା ଘୋଷଯାତ୍ରା ଅନୁଷ୍ଠିତ ହେବ l ଏହି ହେତୁ ରଥକୁ ଚିତ୍ରକର ର ତୁଳୀରେ ମନଲୋଭା ଓ ଚିତାକର୍ଷକ ବନାଇବାରେ ଲାଗିପଡିଛନ୍ତି l ରାଇରଙ୍ଗପୁର ସହର ବଡଦାଣ୍ଡ ରଙ୍ଗିନ ଆଲୋକମାଳାରେ ସଜେଇ ହୋଇଛି l ରାଇରଙ୍ଗପୁର ରେ ଅନନ୍ଯ ରଥ ଦେଖାଯାଇଥାଏ, ଯେଉଁଠି ତିନି ପ୍ରଭୁ ଶ୍ରୀ ଜଗନ୍ନାଥ, ଶ୍ରୀ ବଳଭଦ୍ର, ମା ସୁଭଦ୍ରା ସହ ସୁଦର୍ଶନ ଚକ୍ର ଏକାସାଙ୍ଗରେ ବସି ମାଉସୀମା ଶ୍ରୀ ଗୁଣ୍ଡିଚା ମନ୍ଦିର କୁ ବାହାରିଥାନ୍ତି l ଏଥିନିମନ୍ତେ ସହରକୁ ଟ୍ରାଫିକ ବ୍ଯବସ୍ଥା କଡାକଡି କରାଯିବା ସହ ପ୍ଲାଷ୍ଟିକ ମୁକ୍ତ ଅଭିଯାନ ଜୋରସୋର ଭାବେ ଚାଲୁରହିଛି l ପୋଲିସ ପ୍ରଶାସନ ଏବଂ ପ୍ରଶାସନିକ ଅଧିକାରୀ ୩୯ ତମ ପବିତ୍ର ରଥଯାତ୍ରା ସୁରୁଖୁର ରେ କରିବା ନେଇ ତତ୍ପର ହୋଇଛନ୍ତି l ଏହା ସହ ମୀନାବଜାର ସ୍ଥାନୀୟ ବ୍ଲକ ପଡିଆ ଠାରେ ସଜେଇ ହେଲାଣି l ଏହାକୁ ଦେଖିବାକୁ ଉପଖଣ୍ଡ ର ସମସ୍ତ ବ୍ଲକ ତଥା ମ୍ଯୁନିସିପାଲିଟି ରୁ ପାଖାପାଖି ୨୦ ହଜାର ରୁ ଉଦ୍ଧ୍ବ ଭକ୍ତ ସମାଗମ ହୋଇ ଜନସମୁଦ୍ର ପରିଲକ୍ଷିତ ହୋଇଥାଏ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ