ବିନା କାଗଜପତ୍ରରେ ଚାଲିଛି ଏନଏଚ ଠିକାସଂସ୍ଥାର ଗାଡି

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):୫୩ନମ୍ବର ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟ କରୁଥିବା ଠିକାସଂସ୍ଥା ର ଗାଡି ଗୁଡିକର ଆବଶ୍ୟକ କାଗଜପତ୍ର ନଥାଇ ଜାତୀୟ ରାଜପଥରେ ଚାଲୁଥିବା ଦେଖାଯାଇଛି। ଏନେଇ କେନ୍ଦ୍ରାପଡା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ ପକ୍ଷରୁ ଜାତୀୟ ରାଜପଥରେ ଗାଡି ଯାଞ୍ଚ ସମୟରେ ଏଭଳି ଘଟଣା ଲୋକଲୋଚକୁ ଆସିଛି। ଶନିବାର ପୂର୍ବାହ୍ନରେ ଶ୍ୟାମସୁନ୍ଦରପୁରଗଡା ନିକଟସ୍ଥ କେନାଲବ୍ରିଜ ଉପରେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ଗାଡି ଗୁଡିକ ଯାଞ୍ଚ ଚାଲିଥିବା ବେଳେ ଏହି ଠିକାସଂସ୍ଥାର ବୋଲେରୋ ପିକଅପ୍ ଭ୍ୟାନ ନଂ- ଓଡି-୦୫ ଏକେ ୩୫୩୩ ଗାଡି ଟି ସେହି ରାସ୍ତାରେ ଯାଉଥିବା ବେଳେ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସେହି ଗାଡିଟିର କାଗଜପତ୍ର ଯାଞ୍ଚ କରାଯାଇଥିଲା। କିନ୍ତୁ ସେହି ପିକଅପ ଭ୍ୟାନର ପରମିଟ ନଥିବା ଜଣାପଡିବାରୁ ପରିବହନ ବିଭାଗ ପକ୍ଷରୁ ସେହି ଗାଡିଟିକୁ ୪ହଜାର ୩୩୮ଟଙ୍କା ଜୋରିମାନା କରାଯାଇଥିଲା। ଏଥିସହିତ ସେହି ଠିକା ସଂସ୍ଥାର ଏକ ଜେସିବିକୁ ପରିବହନ ବିଭାଗ ଯାଞ୍ଚ କରିବା ସମୟରେ ସେହି ଜେସିବିର କୈାଣସି କାଗଜପତ୍ର ନଥିବା ଜଣାପଡିଥିଲା। ଏପରିକି ଜେସିବିରେ ରେଜିଷ୍ଟେସନ ନମ୍ବର ମଧ୍ୟ ଲେଖାହୋଇନଥିଲା। ଫଳରେ ପରିବହନ ବିଭାଗ ପକ୍ଷରୁ ସେହି ଜେସିବିଟିକୁ ଜବତ କରାଯାଇ ଆଞ୍ଚଳିକ ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟକୁ ନିଆଯାଇଥିବା ବେଳେ ସଂପୃକ୍ତ ଠିକାସଂସ୍ଥା ଉପରେ ଏନେଇ ୩୨ହଜାର ଟଙ୍କା ଜୋରିମାନା କରାଯାଇଥିବା ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଯାଞ୍ଚ ସମୟରେ କଟକସ୍ଥିତ ପରିବହନ ବିଭାଗ କେନ୍ଦ୍ରୀୟ ଜୋନର ଉପଆୟୁକ୍ତ ରଶ୍ମୀରଞ୍ଜିତ ଦଳବେହେରା, ଆଞ୍ଚଳିକ ପରିବହନ ଅଧିକାରୀ ଲୋକନାଥ ମେହେରଙ୍କ ସମେତ ଆଞ୍ଚଳିକ ପରିବହନ କାର୍ଯ୍ୟାଳୟର କର୍ମଚାରୀମାନେ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ