ମିଳୁନି ଉଚିତ ପାରିଶ୍ରମିକ: କୁଳବେଉସାରେ ମନବଳାଉନାହାନ୍ତି ଝାଡୁ କାରିଗର

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ) : ନିଜ ବେଉସା କରିବାକୁ ମନବଳାଉନାହାନ୍ତି ଝାଡୁ କାରିଗର, ପ୍ରୋତ୍ସାହନ ଅଭାବରୁ ଓ ପ୍ଲାଷ୍ଟିକ ଝାଡୁର ବହୁଳ ବ୍ୟବହାର ଯୋଗୁଁ ପରିବାରର ଭରଣ ପୋଷଣ କରିବା ସମ୍ଭବ ହେଉନାହିଁ । ଝାଡୁ ତିଆରି ପାଈଁ ଆବଶ୍ୟକ କଞ୍ଚାମାଲ ମଧ୍ୟ ଠିକ ଭାବେ ମିଳୁନାହିଁ। ଏହାର ପ୍ରସ୍ତୁତି ପାଈଁ ଦରକାରୀ ଗଛ ପୁରୀ ଜିଲ୍ଲା ଅସ୍ତରଙ୍ଗ ଅଂଚଳରେ ସେତେ ମାତ୍ରା ରେ ମିଳୁନଥିବାରୁ ଓ ମାଗଣାରେ ମିଳୁଥିବା କଞ୍ଚାମାଲ କୁ ଅର୍ଥ ଖର୍ଚ୍ଚ କରି କିଣିବାକୁ ପଡୁଥିବାରୁ ବଜାର ଦର ସହିତ ତାଳ ମେଳ ରହୁନଥିବାରୁ ପ୍ଲାଷ୍ଟିକ ଝାଡୁ ସହ ସମତା ରକ୍ଷା ହୋଇପାରୁନାହିଁ। ଫଳରେ ଏହା ଉପରେ ନିର୍ଭର କରୁଥିବା କାରିଗର ଙ୍କ ଜୀବିକା ବାଧାପ୍ରାପ୍ତ ହେବାରେ ଲାଗିଛି। ରାତି ପାହିଲେ ପ୍ରତ୍ୟେକ ଲୋକଙ୍କ ଘରପାଈଁ ଝାଡୁର ଆବଶ୍ୟକ ଥିଲେ ମଧ୍ୟ ବାହାର ପାଈଁ ନଡ଼ିଆ କୁଞ୍ଚି ଝାଡୁ ଓ ଘର ଭିତର ନିମନ୍ତେ ବିଭିନ୍ନ ପ୍ରକାର ଝାଡୁ ମିଳୁଥିବା ଯୋଗୁଁ ଓ ମାଟି ଘର ବଦଳରେ ପକ୍କାଘର ନିମନ୍ତେ କାଇଁଚ ଖଜୁରୀ ଝାଡୁର ବ୍ୟବହାର କମିଯାଇଛି। ଫୁଲ ଝାଡୁର ଚାହିଦା ବଢ଼ିବାରେ ଲାଗିଛି। ଏତଦ ବ୍ୟତୀତ ଗ୍ରାମ ରାସ୍ତା, ଚାଷଜମି ହିଡ଼ ଓ ପଡିଆରେ ଖଜୁରୀ ଗଛ ପର୍ଯ୍ୟାପ୍ତ ପରିମାଣର ଥିବା ବେଳେ ମାଗଣାରେ ସଂଗ୍ରହ କରି ହେଉନଥିବାରୁ ଓ ଏହି କଞ୍ଚାମାଲ ସଂଗ୍ରହ ନିମନ୍ତେ ଅର୍ଥ ଖର୍ଚ୍ଚ କରିବାକୁ ପଡୁଥିବାରୁ ଏହି କୌଳିକ ବୃତ୍ତି କରିବାକୁ ବିମୁଖ ହେଉଛନ୍ତି। ଏ ନେଇ ଅସ୍ତରଙ୍ଗ ସାପ୍ତାହିକ ହାଟରେ ଦୀର୍ଘ ବର୍ଷ ହେବ ଝାଡୁ ବ୍ୟବସାୟୀ କରୁଥିବା ୭୫ବର୍ଷୀୟ ଦୁର୍ଯ୍ୟୋଧନ ପାତ୍ର କୁହନ୍ତି ପୂର୍ବରୁ ଯେପରି ବ୍ୟବସାୟୀ ହାଟପାଳିରେ ହେଉଥିଲା ଆଉ ସେଭଳି ବ୍ୟବସାୟ ନାହିଁ। ଏହା ସହ ନଡ଼ିଆ ଝାଡୁର ଆବଶ୍ୟକତା ବହୁଳ ପରିମାଣରେ ରହିଥିଲେ ମଧ୍ୟ କାରିଗର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ମାତ୍ର କଞ୍ଚାମାଲ ର ଅଭାବ ପାଇଁ ଏବେ ଘର ମାନଙ୍କରେ ପ୍ଲାଷ୍ଟିକ ଝାଡୁ ବ୍ୟବହାର ବହୁଳ ପରିମାଣରେ ହେଉଛି । ଏହାକୁ କୌଳିକ ବୃତ୍ତି ଭାବେ ଆଦରି ନେଇଥିବା କାରିଗର ଏବେ ସଙ୍କଟ ଦେଇ ଗତି କରୁଛୁ ବୋଲି କହିଛନ୍ତି ଦୁର୍ଯ୍ୟୋଧନ ପାତ୍ର । ପୂର୍ବରୁ ଏହି ଝାଡୁ କାରିଗର ବିଭିନ୍ନ ପ୍ରକାର ଝାଡୁ ତିଆରି କରି ଗାଁ ଗାଁ ବୁଲି ବିକ୍ରି କରୁଥିବା ବେଳେ ଏହାର ଉପଯୁକ୍ତ ମୂଲ୍ୟ ପାଇ ପାରୁଥିଲେ, ମାତ୍ର ଏବେ ପ୍ଲାଷ୍ଟିକ ଝାଡୁର ଚାହିଦା ବୃଦ୍ଧି ପାଇଥିବାରୁ କାରିଗର ଙ୍କ ଦ୍ୱାରା ହାତ ପ୍ରସ୍ତୁତି ଝାଡୁର ଚାହିଦା କମିବାରେ ଲାଗିଛି। ଫୁଲ ଝାଡୁ ବଜାରରେ ୭୦ରୁ ୮୦ଟଙ୍କା ରେ ମିଳୁଥିବା ବେଳେ ଖଜୁରୀ ପତ୍ରରେ ତିଆରି ଝାଡୁ ୨୦ଟଙ୍କାରେ ବିକିବାରୁ ଗ୍ରାହକ ଆଗ୍ରହ ପ୍ରକାଶ କରୁନାହାନ୍ତି। ଝାଡୁ ତିଆରି କରି ପରିବାର ପ୍ରତିପୋଷଣ କରିବା ସହଜ ହେଉନାହିଁ। ଝାଡୁ ବାନ୍ଧିବା ପାଈଁ ଆବଶ୍ୟକ କେରାଟ ଏବେ ସେହି ପରିମାଣରେ ଆଉ ମିଳୁ ନାହିଁ। ପରିଶ୍ରମ ସଠିକ ମୂଲ୍ୟ ମଧ୍ୟ ମିଳୁନାହିଁ। ଜୀବନ ଜୀବିକାକୁ ବଜାୟ ରଖିବାକୁ ହେଲେ ସରକାରୀ ପ୍ରୋତ୍ସାହନ ଆବଶ୍ୟକତା ରହିଛି, ଝାଡୁ କାରିଗର ଙ୍କ ଉପରେ ପ୍ରଶାସନ ଦୃଷ୍ଟି ଦେବାକୁ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ