ସ୍ୱାସ୍ଥ୍ୟ ବିଭାଗରେ ସକ୍ରିୟ ଅସାଧୁ ଗୋଷ୍ଠୀ : ଲୁଟ୍‌ର ଶିକାର ହେଉଛନ୍ତି ରୋଗୀ

କାକଟପୁର /ଅସ୍ତରଙ୍ଗ,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ନିର୍ବାଚନ ମଣ୍ଡଳୀ ସମେତ ନିକଟସ୍ତ ବ୍ଲକ ଅଂଚଳରେ ଖୋଲିଛି ମାଳ ମାଳ ଘରୋଇ କ୍ଲିନିକ। ଯାହାକି ଗର୍ଭବତୀ ମହିଳା ଙ୍କୁ ଚିକିତ୍ସା ନାଁରେ ଅର୍ଥ ଶୋଷଣ କରୁଛନ୍ତି। ଏମିତିକି ଚିକିତ୍ସା ସମୟରେ ମା “ଆଉ କେତେବେଳେ ଶିଶୁ ମୃତ୍ୟୁ କୁ ନେଇ ଘରୋଇ ହସ୍ପିଟାଲ ନାଁରେ ଅନେକ ଅଭିଯୋଗ ଆସିଥିବା ପୂର୍ବରୁ ନଜିର ରହିଛି।ସରକାର ଙ୍କ ଉତ୍ତମ ସ୍ୱାସ୍ଥ୍ୟସେବା ରେ ବାଧକ ସାଜୁଛି ବଡ଼ଧରଣର ଦଲାଲି କାରବାର।କିଏ ସରକାରୀ ଡାକ୍ତରଖାନା ରୁ ରୋଗୀଙ୍କୁ ଘରୋଇ ଡାକ୍ତରଖାନା କୁ ପଠାଇ ଦୁଇ ପଇସା ମୁନାଫା କମାଉଛନ୍ତି ତ,କିଛି ସ୍ଥାନରେ ସ୍ୱାସ୍ଥ୍ୟ କର୍ମୀଙ୍କ ଠାରୁ ଆରମ୍ଭ କରି ସ୍ୱାସ୍ଥ୍ୟ ବିଭାଗ କର୍ମଚାରୀ ରୋଗୀଙ୍କୁ ନାନାଦି ପ୍ରକାର କଥା କହି ଘରୋଇ ଡାକ୍ତରଖାନା କୁ ପଠାଉଛନ୍ତି। ଜିଲ୍ଲା ପ୍ରଶାସନ ସହ ସ୍ୱାସ୍ଥ୍ୟ ବିଭାଗ ଏହାର ଟେର ପାଉନି। ଅଧିକାଂଶ ସ୍ଥାନରେ ଦଲାଲ ମାନେ ସକ୍ରିୟ ରହୁଛନ୍ତି। ବିଭାଗ ଅସାଧୁ କର୍ମଚାରୀ ଏହି କାରବାର ପଛର ପ୍ରମୁଖ ଏଜେଣ୍ଟ ସାଜିଛନ୍ତି। ଖବର ମୁତାବକ,କାକଟପୁର ନିର୍ବାଚନ ମଣ୍ଡଳୀ ଅସ୍ତରଙ୍ଗ, କାକଟପୁର ସମେତ ନିକଟସ୍ତ ନିର୍ବାଚନ ମଣ୍ଡଳୀ ରେ ଯେପରିକି ନିମାପଡା ବ୍ଲକ ଅଧୀନ ଚାରିଛକ,ନିଆଳୀ, କିଛି ଘରୋଇ ଡାକ୍ତରଖାନା ଅସାଧୁ କର୍ମଚାରୀ ଙ୍କ ସହ ସିଣ୍ଡିକେଟ ଚଳାଇ ରୋଗୀ ପିଛା କମିଶନ କାରବାର କରୁଛନ୍ତି। ଏହି ସିଣ୍ଡିକେଟ ମାୟାଜାଲ ରେ ରୋଗୀ ଶୋଷିତ ହେଉଛନ୍ତି। ଅନ୍ୟ ପଟେ ସ୍ଥାନୀୟ ବାସିନ୍ଧା ଦୁଷ୍ମନ୍ତ କୁମାର ପରିଡା କହିଛନ୍ତି ଅସ୍ତରଙ୍ଗ ମେଡିକାଲ ସ୍ତ୍ରୀ ରୋଗ ବିଶେଷଜ୍ଞ ନଥିବା ସହ କୌଣସି ବିଭାଗ ରେ ଭଲ ସ୍ପେସିଆଲିଷ୍ଟ ଡକ୍ଟର ନଥିବାରୁ ଏପରି ସମସ୍ୟା ବୃଦ୍ଧି ପାଉଛି।ବିଗତ ଦିନରେ କାକଟପୁର ଅଞ୍ଚଳର ଏକ ଘରୋଇ ହସ୍ପିଟାଲ ଏମିତି ଏକ ସମସ୍ୟା କୁ ନେଇ ତୁମୁଳକାଣ୍ଡ ହୋଇଥିଲା। ସ୍ଥାନୀୟ ନେତା ଙ୍କ ଠାରୁ ପ୍ରଶାସନିକ ଅଧିକାରୀ ଗଣ ମାଧ୍ୟ୍ୟମ କୁ ଦଲାଲ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେବ ବୋଲି କେବଳ ଗଣମାଧ୍ୟ୍ୟମ କୁ ପ୍ରତିକ୍ରିୟା ଦେଉଛନ୍ତି। କିନ୍ତୁ ବିଗତ ଦିନର ଘଟଣାକୁ ଅନୁଧ୍ୟାନ କଲେ ଏହା କେବଳ ଭାଷଣରେ ସୀମିତ ଥିଲା ପରି ଲାଗୁଛି। ରୋଗୀଙ୍କୁ ନିଶୁକ୍ଳ ଓ ଉତ୍ତମ ସ୍ୱାସ୍ଥ୍ୟ ସେବା ପ୍ରଦାନ କରିବା ପାଈଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଅନେକ ଯୋଜନା ଅଛି। ଏହା ବାବଦରେ ସରକାରୀ ସ୍ତରରେ ଅର୍ଥ ମଧ୍ୟ ଖର୍ଚ୍ଚ ହେଉଛି କିନ୍ତୁ ରୋଗୀ ଏହାର ସୁଫଳ ପାଉନାହାନ୍ତି। କିଛି ଘରୋଇ ଡାକ୍ତରଖାନା କର୍ତ୍ତୃପକ୍ଷ ଏବେ ଗ୍ରାମାଞ୍ଚଳର ସ୍ୱାସ୍ଥ୍ୟକର୍ମୀ ଓ ଆମ୍ବୁଲାନ୍ସ ଚାଳକ ଙ୍କୁ ଢାଲ କରିଥିବା ଚର୍ଚ୍ଚା ହେଉଛି। ସ୍ୱାସ୍ଥ୍ୟ ବିଭାଗ ଜାଣିଶୁଣି ନିଦାବିଷ୍ଣୁ ପାଲଟିଥିବା ଯୋଗୁଁ ବିଭିନ୍ନ ମହଲରେ ଉଦୁବେଗ ପ୍ରକାଶ ପାଇଛି।ଘରୋଇ ଡାକ୍ତରଖାନା ସହ ମିଶି ସ୍ୱାସ୍ଥ୍ୟ ବିଭାଗର କିଛି ଅସାଧୁ କର୍ମଚାରୀ ଙ୍କ ସଲାସୁତୁରା ରେ ଏହି କାରବାର ଚାଲିଛି। ମାତୃ ଓ ଶିଶୁ ମୃତ୍ୟୁ ହାର କୁ କମ୍ କରିବା ପାଈଁ ରାଜ୍ୟ ସରକାର ଜନନୀ ଏକ୍ସପ୍ରେସ ବ୍ୟବସ୍ଥା କରିଛନ୍ତି। ଗର୍ଭବତୀ ଡାକ୍ତରଖାନା ନେବାକୁ ଏହି ଯୋଜନା କାର୍ଯ୍ୟ କରୁଛି। କିନ୍ତୁ ସ୍ଥାନୀୟ ଅଞ୍ଚଳବାସୀ ଓ ବୁଦ୍ଧିଜୀବୀ ଦାବୀ କରିଛନ୍ତି କାକଟପୁର (ବାଙ୍ଗୁରିଗାଁ )ଓ ଅସ୍ତରଙ୍ଗ ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ର କୁ ସ୍ତ୍ରୀରୋଗ ବିଶେଷଜ୍ଞ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଯୋଗାଇବା ସହ ଏ ଘଟଣାର ଉପଯୁକ୍ତ ତଦନ୍ତ କରାଯାଇ ଦୋଷୀ ଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ସହ ଘରୋଇ ହସ୍ପିଟାଲ କୁ ଉପଯୁକ୍ତ ନିୟମାବଳୀ ଅନୁସାରେ ତଦନ୍ତ କରିବାକୁ ବିଭିନ୍ନ ମହଲରେ ଦାବୀ ହୋଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ