କୁଖ୍ୟାତ ଅପରାଧୀ ମୁନା ହାତରେ ପଡିଲା ପୁନର୍ବାର ହାତକଡ଼ି
କାକଟପୁର /ଅସ୍ତରଙ୍ଗ(ଶୁଭାଶିଷ ଖଣ୍ଡୁଆଳ ) :-ପୁରୀ ଜିଲ୍ଲା ଅସ୍ତରଙ୍ଗ ନିକଟସ୍ଥ ନୂଆଗଡ ସାମୁଦ୍ରିକ ଥାନା ପୁଲିସ କୁ ବଡ଼ ସଫଳତା। ଗିରଫ ହେଲା ବୋମା ମାଡ଼ ଅଭିଯୁକ୍ତ ତଥା ଭେଟରାନ କୁଖ୍ୟାତ ଅପରାଧୀ ରାଧାମୋହନ ଓରଫ ମୁନା ବିଶ୍ୱାଳ (୩୪)। ପୁଲିସ ସୂଚନା ମୁତାବକ, ଗତ ଶନିବାର ରାତ୍ରରେ ଅସ୍ତରଙ୍ଗ ନିକଟସ୍ତ ଝାଡ଼ଲିଙ୍ଗ ଗ୍ରାମରେ ଚୈତ୍ର ପୂର୍ଣ୍ଣିମା ଅବସରରେ ଘୋଡା ନାଚ ଅନୁଷ୍ଠିତ ହେଉଥିଲା। ହଠାତ ରାତ୍ର ୧୦ଘ ୩୦ମିନିଟ ସମୟରେ ମୁନା ବିଶ୍ୱାଳ ପହଂଚି ହଠାତ ଅସଭ୍ୟ ଭାଷାରେ ଗାଳି ଗୁଲଜ କରିବା ସହ ଜାତିଆଣା ଆକ୍ଷେପ କରି କହିଥିଲା। ପରେ ମୁନା ବିଶ୍ୱାଳ ଉତକ୍ଷିପ୍ତ ସହ ରାଗ ଜର୍ଜରିତ ଅବସ୍ଥାରେ ଏକ ହାତ ତିଆରି ବୋମା ମାଡ଼ କରିଥିଲା। ଯାହାକି ଉପସ୍ଥିତ ୩ଶହ ରୁ ଉର୍ଦ୍ଧ ଦର୍ଶକ ତଥା ସ୍ଥାନୀୟ ଅଞ୍ଚଳବାସୀ ଭୟଭିତ ହେବା ଶହ କୌଶଲ୍ୟା ବେହେରା ବୋମା ମାଡ଼ ରେ ଆଘାତ ପ୍ରାପ୍ତ ହୋଇଥିଲେ। ଯାହାକୁ ନେଇ ପୂର୍ବରୁ ଅନେକ ଅପରାଧିକ ମାମଲାରେ ସମ୍ପୂକ୍ତ ଥିବା ମୁନା ବିଶ୍ୱାଳ ଏଭଳି ଦୌରାତ୍ମ୍ୟ ଗ୍ରାମବାସୀ ଅତିଷ୍ଟ ହେବା ସହ ନୂଆଗଡ ସାମୁଦ୍ରିକ ଥାନାରେ ଝାଡ଼ଲିଙ୍ଗ ଗ୍ରାମର ଶତାଧିକ ଲୋକେ ପହଂଚିଥିଲେ। ନୂଆଗଡ ସାମୁଦ୍ରିକ ଥାନା ପୁଲିସ ଘଟଣା ସମ୍ପର୍କରେ ଜାଣିବା ପରେ ପୁରୀ ଏସ୍ପି ଙ୍କ ନିର୍ଦ୍ଧେଶ କ୍ରମେ ନୂଆଗଡ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା, ଏଏସଆଇ ଯୁଧିଷ୍ଠିର ସାହୁ ଙ୍କ ସମେତ ପୁଲିସ ଫୋର୍ସ ମୁନା ବିଶ୍ୱାଳ ଙ୍କ ଘରେ ରବିବାର ସକାଳୁ ସକାଳୁ ପହଂଚିଥିଲେ। କିନ୍ତୁ ହାର୍ଡ କୋର ତଥା କୁଖ୍ୟାତ ଅପରାଧୀ ପୁଲିସ କୁ ଚକମା ଦେଇ ଘରୁ ଦୌଡ଼ି ପଳାଇଥିଲା। ପୁଲିସ ସ୍ୱତନ୍ତ୍ର ଟିମ୍ ସହ ଏଏସଆଇ ଯୁଧିଷ୍ଠିର ସାହୁ ୨ଶହ ମିଟର ପାଖାପାଖି ଗୋଡ଼ାଇବା ପରେ କୁଖ୍ୟାତ ଅପରାଧୀ ମୁନା ବିଶ୍ୱାଳ ଓରଫ ରାଧାମୋହନ ଙ୍କୁ ଧରିବା ତଥା କାବୁ କରିବାରେ ସଫଳ ହୋଇଥିଲେ।ଅନ୍ୟ ପଟେ ଝାଡ଼ଲିଙ୍ଗ ଗ୍ରାମର କୌଶଲ୍ୟା ବେହେରା ଓ ଗ୍ରାମବାସୀ ଙ୍କ ଅଭିଯୋଗ କୁ ଭିତ୍ତିକରି ନୂଆଗଡ ସ୍ଥିତ ଅସ୍ତରଙ୍ଗ ସାମୁଦ୍ରିକ ଥାନା କେଶ ନଂ ୧୨/୨୬ରେ ମାମଲା ରୁଜୁ କରିବା ସହ ଅସ୍ତରଙ୍ଗ ନିମାପଡା ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ, ଅସ୍ତରଙ୍ଗ ଥାନାଅଧିକାରୀ ବିଦିତା ନାୟକ, ଅସ୍ତରଙ୍ଗ ସାମୁଦ୍ରିକ ଥାନା ଅଧିକାରୀ ଅଚ୍ୟୁତାନନ୍ଦ ବେହେରା ଙ୍କ ଉପସ୍ଥିତ ରେ ଅସ୍ତରଙ୍ଗ ଥାନାରେ ଏକ ସାମ୍ବାଦିକ ସମ୍ମିଳନୀ ରେ ଉପଖଣ୍ଡ ଅଧିକାରୀ ଜନାର୍ଦ୍ଦନ ପାଢ଼ୀ ସୂଚନା ଦେଇଛନ୍ତି ବୋମା ମାଡ଼ ଘଟଣା ରେ ଗିରଫ ହୋଇଥିବା ଅଭିଯୁକ୍ତ ରାଧାମୋହନ ଓରଫ ମୁନା ବିଶ୍ୱାଳ ପୂର୍ବରୁ ବିଭିନ୍ନ ଥାନା ରେ ୧୦ଗୋଟି ଅପରାଧିକ ମାମଲା ରହିଛି। ସେଥିରେ ଅସ୍ତରଙ୍ଗ ଥାନାରେ କେଶ ନଂ ୫୬/୧୭, ୬୬/୧୯, ୧୨୫/୨୩, ୯୯/୧୯, ଅସ୍ତରଙ୍ଗ ସାମୁଦ୍ରିକ ଥାନାରେ ୪/୧୮, ୨୦/୧୮, ନୟାପଲ୍ଲୀ ଥାନାରେ ୨/୧୭, ୩୯୮/୧୬, ୩୨୭/୧୪ ଓ ଖଣ୍ଡଗିରି ଥାନାରେ ୩୯୩/୧୮ରେ ମାମଲା ରହିଛି। ସେଥି ମଧ୍ୟରେ ହତ୍ୟା, ବଟି ମାଗିବା ସହ ଅନେକ ଘଟଣା ଅଭିଯୁକ୍ତ ମୁନା ସମ୍ପୂକ୍ତ ବୋଲି ସୂଚନା ମିଳିଛି। ବୋମା ମାଡ଼ ଘଟଣା ସ୍ଥଳରେ ରବିବାର ଅପରାହ୍ନ ରେ ପୁରୀ ସାଇଣ୍ଟିଫିକ ଟିମ୍ ଅଧିକାରୀ ଆଦିତ୍ୟ ରଞ୍ଜନ ନାୟକ ପହଂଚି ବୋମା ମାଡ଼ କିଛି ନମୁନା ସଂଗ୍ରହ କରିଛନ୍ତି।ଅସ୍ତରଙ୍ଗ ସାମୁଦ୍ରିକ ଥାନା ପୋଲିସ ଅଭିଯୁକ୍ତ କୁ କୋର୍ଟ ରେ ପହଂଚାଇବା ପରେ ଜାମିନ ନାମାଞ୍ଜୁର ହେବାରୁ ଅଭିଯୁକ୍ତ ମୁନା ବିଶ୍ୱାଳଙ୍କୁ ବିଚାର ବିଭାଗୀୟ ହାଜତ କୁ ପଠାଯାଇଛି ।କିନ୍ତୁ ବିଭିନ୍ନ ଅପରାଧିକ ମାମଲା ଘଟାଉଥିବା ମୁନା ବିଭିନ୍ନ ଘଟଣା ସମ୍ପୂକ୍ତ ଥିବା ବେଳେ ବାରମ୍ବାର ଜାମିନ ହୋଇ ବିଭିନ୍ନ ଅପରାଧୀ କାର୍ଯ୍ୟଘଟାଉଥିବା ସ୍ଥାନୀୟ ଅଂଚଳରେ ଚର୍ଚ୍ଚା କେନ୍ଦ୍ର ବିନ୍ଦୁ ପାଲଟିଛି।


