ନୂଆପଡା ଜିଲ୍ଲା ପୋଲିସ୍ ଓ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଅନୁଷ୍ଠିତ
ନୂଆପଡା, (ଲିଲାମ୍ବର ନାଗ): ନୂଆପଡାରେ ଜିଲ୍ଲା ପୋଲିସ୍ ଓ ମାଜିଷ୍ଟ୍ରେଟ ସମନ୍ଵୟ ବୈଠକ ଜିଲ୍ଲାପାଳ ମଧୁସୂଦନ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି l ଏହି ବୈଠକରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅମ୍ରିତପାଲ ସିଂ ଅତିରିକ୍ତ ଜିଲ୍ଲାପାଳ (ସାଧାରଣ) ସୁବାସ ଚନ୍ଦ୍ର ରଇତ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ୱ) ପ୍ରଫୁଲ୍ଲ କୁଜୁର, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ଲମ୍ବୋଦର ଧରୁଆ, ଉପ ଜିଲ୍ଲାପାଳ ଶ୍ରୀମତୀ ସୁର୍ମି ସୋରେନ, ସମସ୍ତ ପ୍ରଶାସନିକ ଅଧିକାରୀ ,ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡଃ ଧନେଶ୍ୱର ସେଠୀ, ଜିଲ୍ଲା ପରିଷଦ ଏ .ପି. ଡି. କ୍ଷମାନିଧି ଭୋଇ, ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ, ତହସିଲଦାର, ଅବକାରୀ ଅଧିକ୍ଷକ ସଂଘମିତ୍ରା ପ୍ରଧାନ, ଆର୍ ଟି ଓ ଶର୍ମିଲା ମହାରଣା, ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ବିଦ୍ୟାପତି ପଣ୍ଡାଙ୍କ ସମେତ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ l ବୈଠକରେ ସମସ୍ତଙ୍କୁ ସ୍ଵାଗତ କରି ଜିଲ୍ଲାପାଳ ଏହାର ଉଦ୍ଦେଶ୍ୟ ଜ୍ଞାପନ କରିଥିଲେ l ପୋଲିସ ଓ ପ୍ରଶାସନ ମଧ୍ୟରେ ଉତ୍ତମ ବୁଝାମଣା ରହିଲେ ଲୋକଙ୍କ ସମସ୍ୟା ତଳ ସ୍ତରରେ ଶୀଘ୍ର ସମାଧାନ ହେବ ଓ ଲୋକଙ୍କୁ ହଇରାଣ ଓ ଖର୍ଚ୍ଚାନ୍ତ ହେବାରୁ ରକ୍ଷା ମିଳିବ ବୋଲି କହିଥିଲେ l ଆରକ୍ଷୀ ଅଧିକ୍ଷକ ଶ୍ରୀ ସିଂ କହିଲେ ଯେ ନୂଆପଡା ଆନୂପାତିକ ଭାବରେ ଏକ ଶାନ୍ତିପ୍ରିୟ ଜିଲ୍ଲା l ବିଗତ ଦିନରେ ଉପନିର୍ବାଚନ ଏବଂ ବିଭିନ୍ନ ମହୋତ୍ସବ ମାନଙ୍କରେ ଜନ ସାଧାରଣ ଶାନ୍ତି ଶୃଙ୍ଖଳା ବଜାୟ ରଖିଥିବାରୁ ସେ ଜିଲ୍ଲାବାସୀଙ୍କୁ ଧନ୍ୟବାଦ ଜଣାଇଥିଲେ l ପୋଲିସ ତଥା ପ୍ରଶାସନିକ ଅଧିକାରୀ ମାନେ ଦରଦୀ ହୋଇ ଲୋକଙ୍କ କଥା ଶୁଣିଲେ ଓ ଏସବୁର ତୁରନ୍ତ ସମାଧାନ କଲେ ଅନେକ ଅଘଟଣ ଏଡାଇ ଦିଆଯାଇ ପାରିବ ବୋଲି କହିଥିଲେ l ଜିଲ୍ଲାପାଳ ଅଧିକାରୀ ମାନଙ୍କୁ କହିଲେ ସମସ୍ୟାର ମୂଳକୁ ଯାଇ ସମାଧାନ କର l ଲୋକଙ୍କ ପ୍ରତି ସମ୍ବେଦନଶୀଳ ହୁଅ ଓ ଆଖି କାନ ସବୁବେଳେ ଖୋଲାରଖ l ବୈଠକରୁ ଜଣା ଗଲା ଯେ ଗତ ବର୍ଷର ତୃତୀୟ କ୍ୱାଟର ରେ ୬୭୮ ଟି ଏବଂ ଚତୁର୍ଥ କ୍ୱାଟର ରେ ୭୩୬ ଟିଧର୍ତ୍ତବ୍ୟ ଅପରାଧ ହୋଇଛି l ସମସ୍ତ ୯ ଟି ଥାନା କ୍ଷେତ୍ରରେ ଭାରତୀୟ ନ୍ୟାୟ ସଂହିତାର ୧୨୬ ଧାରା ରେ ୨୩୪ ପି ଆର୍ ଦାଖଲ ହୋଇଛି ଏଵଂ ୩୬୧ ଜଣଙ୍କୁ ବନ୍ଧା ଯାଇଛି l ସେହିପରି ୧୨୯ ଧାରାରେ ୩୬ ପି ଆର୍ ଦାଖଲ ହୋଇଛି ଏଵଂ ୪୪ ଜଣଙ୍କୁ ବନ୍ଧା ଯାଇଛି l ସମସ୍ତ ୫ ଟି ତହସିଲ୍ ରେ ନ୍ୟାୟ ସଂହିତାର ୧୨୬ ଧାରାରେ ଥିବା ୧୦୫ ଟି କେଶ୍ ରୁ ୯୨ ଟି ର ଫଇସିଲା ହୋଇଛି l ଜିଲ୍ଲାପାଳ ଓ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଜିଲ୍ଲାର ଜନସାଧାରଣଙ୍କୁ ପୋଲିସ୍ ଓ ପ୍ରଶାସନ ଉପରେ ଆସ୍ଥାରଖି ଶାନ୍ତି ଓ ସଂହତି ପୂର୍ଣ୍ଣ ଜୀବନ ଯାପନ କରିବାପାଇଁ ଅନୁରୋଧ କରିଛନ୍ତି l


