୯ରେ ଓଡ଼ିଶା ବିଧାନସଭା ବିଭାଗୀୟ ସ୍ଥାୟୀ କମିଟିର ଗଞ୍ଜାମ ଗସ୍ତ

ଛତ୍ରପୁର, (ଓ୍ବାଇଏନଏସ): ଓଡ଼ିଶା ବିଧାନସଭାର ବିଭାଗୀୟ ସ୍ଥାୟୀ କମିଟି-୫, (୨୦୨୬-୨୭) ଆସନ୍ତା ୯ ରେ ଗଞ୍ଜାମ ଗସ୍ତ କରିବ। ଏହି କମିଟି ର ଅଧ୍ୟକ୍ଷ ତଥା ପର୍ଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ ଙ୍କ ନେତୃତ୍ୱ  ରେ ୧୧ ଜଣ ବିଧାୟକ ଗଞ୍ଜାମ ଜିଲ୍ଲାର  ଛତ୍ରପୁର ସରକାରୀ ଉପଖଣ୍ଡ ଚିକିତ୍ସାଳୟ ସହିତ ଅନ୍ୟାନ୍ୟ ସ୍ଥାନ  କୁ ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି l ଏହା ସହିତ ସ୍ୱାସ୍ଥ୍ୟ, ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି, ସାମାଜିକ ସୁରକ୍ଷା  ଆଦି ବିଭାଗର ବିକାଶମୂଳକ କାର୍ଯ୍ୟ ନେଇ ଅଧିକାରୀମାନଙ୍କ ସହ ଏହି କମିଟି ଛତ୍ରପୁର ସ୍ଥିତ ଜିଲ୍ଲା ପରିଷଦ ଋଷିକୂଲ୍ୟା ସମ୍ମିଳନୀ କକ୍ଷ ରେ ଆଲୋଚନା କରିବେ । କମିଟିର  ଗ୍ରସ୍ତ କୁ ନେଇ ଜିଲ୍ଲା ପ୍ରଶାସନ ପକ୍ଷରୁ ମଧ୍ୟ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ