ତୈଳିକ ସମାଜ ବାର୍ଷିକ ସମ୍ମିଳନୀ

ଚିକିଟି (ଦୀପ୍ତି ରଞ୍ଜନ ପାଢ଼ୀ ): ଚିକିଟି,ଖେମୁଣ୍ଡି ଆଞ୍ଚଳିକ ପରିଷଦ ଆନୁକୂଲ୍ୟରେ ହଳଦିଆ ତୈଳିକ ସମାଜ ର ଚଳିତ ବର୍ଷ ତିନି ଦିନିଆ ବାର୍ଷିକ ସମ୍ମିଳନୀ ଦେଉଳିଆପଡା ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି.ପ୍ରଥମ ଦିବସ ରେ କେନ୍ଦ୍ରୀୟ ପରିଷଦ ସଭାପତି ଦଣ୍ଡାସି ସାହୁ କୁଳଧ୍ବଜା ଉତ୍ତୋଳନ କରିଥିବା ବେଳେ ବିଭିନ୍ନ ଗ୍ରାମ୍ୟ ପରିଷଦ ରେ ନଗର ପରିକ୍ରମା କରାଯାଇଛି. ବରିଷ୍ଠ ଧର୍ମ ପ୍ରଚାରକ ଉତ୍ସବସାହୁ  ପରିକ୍ରମା ରେ ସାମିଲ ହୋଇ ଜାତି ଭାଇ ପରସ୍ପର ସମନ୍ୱୟ ରକ୍ଷା କରି ଦିବ୍ୟ ଅନୁଭୂତି ଲାଭ କରିବା ପାଇଁ ପରାମର୍ଶ ଦେଇଥିଲେ.ଏହି ବାର୍ଷିକ ଉତ୍ସବ ମହାସଭା ର ମଞ୍ଚ ଉଦଘାଟନ ବେଳେ କେନ୍ଦ୍ରୀୟ ପରିଷଦ ଉପଦେଷ୍ଠା ଯୋଗୀ ସାହୁ,ଉପ ସଭାପତି ଅଭିମନ୍ୟୁ ସାହୁ,ରଘୁନନ୍ଦନ ସାହୁ,ବଡ ଖେମୁଣ୍ଡି ଆଞ୍ଚଳିକ ପରିଷଦ ସଭାପତି ବିପ୍ର ଚରଣ ସାହୁ,ପଦ୍ମପୁର ଆଞ୍ଚଳିକ ସଭାପତି ସୌରା ସାହୁ,ପାଣ୍ଡିରୀ ଆଞ୍ଚଳିକ ପରିଷଦ ଉପଦେଷ୍ଠା ଦେବେନ୍ଦ୍ର ସାହୁ ପ୍ରମୁଖ ଉପସ୍ଥିତ ଥିଲେ.କେନ୍ଦ୍ରୀୟ ପରିଷଦ ମୁଖ୍ୟ ନିର୍ବାଚନ ଅଧିକାରୀ ଧରମା ସାହୁ କୁଳଦୀପ ପ୍ରଜ୍ବଳନ କରି ସମସ୍ତେ ଏକ ହୋଇ କୁଳ ମର୍ଯ୍ୟାଦା ରକ୍ଷା କରିବା ବୋଲି ଆହ୍ୱାନ ଦେଇଥିଲେ.କେନ୍ଦ୍ରୀୟ ପରିଷଦ ସଭାପତି ଦଣ୍ଡାସି ସାହୁ  ମହାସଭା ପରିଚାଳନା କରିଥିବା ବେଳେ ସାଧାରଣ ସମ୍ପାଦକ ଲଷ୍ମଣ ସାହୁ,ସଂଗଠନ ସମ୍ପାଦକ ନୀଳମଣି ସାହୁ ପ୍ରମୁଖ ସହଯୋଗ କରିଥିଲେ.କେନ୍ଦ୍ରୀୟ ପରିଷଦ ଗଣମାଧ୍ୟମ ସମ୍ପାଦକ ଅକ୍ଷୟ କୁମାର ସାହୁ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ଦଶମ ଶ୍ରେଣୀ କୃତିତ୍ୱ ହାସଲ କରି ପ୍ରଥମ,ଦ୍ଵିତୀୟ,ତୃତୀୟ ସ୍ଥାନ ହାସଲ କରିଥିବା ବିଦ୍ୟାର୍ଥୀ ଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି। ଦ୍ଵିତୀୟ ପର୍ଯ୍ୟାୟ ରେ ମୁଖ୍ୟ ଅତିଥି ରୂପେ  22 ତାଲୁକା ସଭାପତି ରଘୁନାଥ ସାହୁ ଉପସ୍ଥିତ ଥିବା ବେଳେ  ସଂଧ୍ୟା ରେ  ସାମାଜିକ ସଂସ୍କାରମୂଳକ ଓ ଆଧ୍ୟାତ୍ମିକ ପ୍ରବଚନ ଅନୁଷ୍ଠିତ ହୋଇଥିଲା.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ