ଖଲ୍ଲିକୋଟ ଏକକ ବିଶ୍ଵବିଦ୍ୟାଳୟରେ ମୁକ୍ତାକାଶ ବ୍ୟାୟାମଶାଳା ଉଦଘାଟିତ
ଖଲ୍ଲିକୋଟ(ଓ୍ବାଇଏନଏସ): ଖଲ୍ଲିକୋଟ ଏକକ ବିଶ୍ବବିଦ୍ୟାଳୟ ପରିସରରେ ମୁକ୍ତାକାଶ ବ୍ୟାୟାମଶାଳାକୁ ବିଧିବଦ୍ଧ ଭାବରେ ଉଦଘାଟନ କରିଥିଲେ ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ। ନିଜ ବକ୍ତବ୍ୟରେ ସେ ଛାତ୍ରଛାତ୍ରୀମାନଙ୍କୁ ନିଜ ଶରୀର ପ୍ରତି ସଚେତନ ହେବା ସହିତ ବ୍ୟାୟମ କରି ଶାରୀରିକ ଓ ମାନସିକ ଦିଗରୁ ସୁସ୍ଥ ରହିବା ନିମନ୍ତେ ପରାମର୍ଶ ଦେଇଥିଲେ। ଏହା ସହ ପ୍ରତ୍ୟହ ସକାଳ ଓ ସନ୍ଧ୍ୟାରେ ମୁକ୍ତାକାଶ ବ୍ୟାୟାମଶାଳାରେ ବ୍ୟାୟାମ କରିବାର ସୁଯୋଗ ନେବା ସହ ଆଧୁନିକ ଜିମ୍ କଲଚର୍ ରେ ଛାତ୍ରଛାତ୍ରୀ ଜିମ୍ ରେ ଅଯଥା ଖର୍ଚ୍ଚାନ୍ତ ନ ହୋଇ ବିନା ମୂଲ୍ୟରେ ଉପଲବଧ୍ ଏହି ସୁବିଧାର ସଦବ୍ୟବହାର କରିବା ନିମନ୍ତେ ଆହ୍ବାନ କରିଥିଲେ।ଏହି ଉଦଘାଟନ ଉତ୍ସବରେ କୁଳସଚିବ ଶ୍ରୀମତୀ ପାର୍ବତୀ ମଞ୍ଜରୀ ମହାଳିକ, ସ୍ନାତକୋତ୍ତର ପରିଷଦ ଅଧ୍ୟକ୍ଷ ଡ. ମନୋଜ କୁମାର ପଟ୍ଟନାୟକ, ଉପକୁଳସଚିବ ଡ. ପ୍ରଶାନ୍ତ କୁମାର ନରେନ୍ଦ୍ର, ଆଇ.କ୍ୟୁ.ଏ.ସି. ସଂଯୋଜକ ଡ. ଗୌତମ ସାବତ, ଛାତ୍ରକଲ୍ୟାଣ ଅଧିକାରୀ ଡ. ଉଷାରାଣୀ ରଥଙ୍କ ସମେତ ସମସ୍ତ ଅଧ୍ୟାପକ, ଅଧ୍ୟାପିକା,ଅଣଶିକ୍ଷକ କର୍ମଚାରୀ ଓ ବହୁସଂଖ୍ୟକ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆଜି ଉଦଘାଟିତ ଏହି ମୁକ୍ତାକାଶ ବ୍ୟାୟାମଶାଳା ପ୍ରତି ଛାତ୍ରଛାତ୍ରୀଙ୍କର ପ୍ରବଳ ଆଗ୍ରହ ପରିଲକ୍ଷିତ ହୋଇଥିବା ଦେଖିବାକୁ ମିଳିଥିଲା l


