ପଟାଙ୍ଗି ବକ୍ସାଇଟ ଖଣିକୁ ପାଣି ଯୋଗାଣ ପାଇଁ ଜମି ଅଧିଗ୍ରହଣକୁ ବିରୋଧ

କୋରାପୁଟ (ଡଃ ଶିବ ନାରାୟଣ ପାତ୍ର) : କୋରାପୁଟ ଜିଲ୍ଲା ପଟାଙ୍ଗି ତହସିଲ ପକ୍ଷରୁ ନୂଆଗାଁ ପଞ୍ଚାୟତର ମେଡମଗନ୍ଦି ନାଳରୁ ନାଲକୋର ପଟାଙ୍ଗି ଖଣିକୁ ପାଣି ଯୋଗାଇବାକୁ ଜମି ଆବଶ୍ୟକ ରହିଛି ।ଜମି ଅଧିଗ୍ରହଣ କରିବାକୁ ଗ୍ରାମସଭା ପାଇଁ ପ୍ରସ୍ତୁତି ଚାଲିଥିଲା । ଏହାକୁ ତୀବ୍ର ବିରୋଧ କରିଥିଲେ ପଞ୍ଚାୟତ ବାସୀ ଫଳରେ ଗ୍ରାମସଭା ହୋଇପାରିଲା ନାହିଁ ।ଲୋକଙ୍କ ତୀବ୍ର ବିରୋଧ ଯୋଗୁଁ ଦାମନଯୋଡ଼ି ନାଲକୋର ଅଧିକାରୀ ଘଟଣା ସ୍ଥଳକୁ ନଯାଇ ଫେରିଛନ୍ତି। ସ୍ଥାନୀୟ ପୋଲିସ ଓ ବ୍ଲକ୍ ପ୍ରଶାସନ ପକ୍ଷରୁ ବହୁ ବୁଝା ସୁଝା କରିଥିଲେ ମଧ୍ୟ ଗ୍ରାମ ସଭାକୁ ବିରୋଧ କରି ରାସ୍ତାରେ ଲୋକ ବସି ରହିବା ଯୋଗୁଁ ଗ୍ରାମ ସଭା ହୋଇପାରି ନଥିଲା । ଲୋକଙ୍କୁ ପିଇବା ପାଇଁ ପାଣି ମିଳୁନାହିଁ ।ଜମିକୁ ଜଳ ସେଚନ ସୁବିଧା ମିଳି ପାରୁନାହିଁ । ଏହାଦ୍ଵାରା ଚାଷୀ ଓ ସାଧାରଣ ଲୋକେ ପାଣି ପାଇଁ ଦୀର୍ଘ ବର୍ଷ ଧରି ଡହଳ ବିକଳ ହେଉଛନ୍ତି । ଏହି ପରିସ୍ଥିତିରେ ନାଲକୋର ପଟାଙ୍ଗି ଖଣିକୁ ପାଇପ ଯୋଗେ ପାଣି ଯୋଗାଣ ପାଇଁ ଜମି ଅଧିଗ୍ରହଣ କରିବାକୁ ପ୍ରଶାସନର ଉଦ୍ୟମକୁ ସ୍ଥାନୀୟ ଅଂଚଳର ଲୋକେ ପ୍ରବଳ ବିରୋଧ କରିଥିଲେ ।
କୋରାପୁଟ ଜିଲ୍ଲା ପଟ୍ଟାଙ୍ଗିରେ ନାଲକୋକୁ ବକ୍ସାଇଟ ଖଣି ମିଳିଛି । ମେଡମଗନ୍ଦିରୁ ପଟାଙ୍ଗି ଖଣିକୁ ପାଇପ ବିଛାଇ ପାଣି ଯୋଗାଣ ସକାଶେ ଜମିର ଆବଶ୍ୟକତା ପଡୁଛି । ପାଇପ ଯାଉଥିବା ଜମିକୁ ନାଲକୋ କମ୍ପାନୀକୁ ଦେବା ପାଇଁ ଜମି ଅଧିଗ୍ରହଣ କରିବା ସକାଶେ ଗ୍ରାମ ସଭାର ଆବଶ୍ୟକତା ରହିଛି ।ଏଣୁ ପଟାଙ୍ଗି ବ୍ଲକ ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ କାର୍ଯ୍ୟାଳୟ ପକ୍ଷରୁ ଗ୍ରାମସଭାର ଆୟୋଜନ କରାଯାଇଥିଲା । ଏହାକୁ ଗ୍ରାମବାସି ପ୍ରବଳ ବିରୋଧ କରିଥିଲେ । ଏଥିରେ ସାମିଲ ହୋଇ ବିରୋଧ କରିଥିଲେ ନିର୍ବାଚିତ ପଞ୍ଚାୟତ ପ୍ରତିନିଧି । ମେଡମଗନ୍ଦି ରୁ ନାଲକୋର ଖଣିକୁ ଜଳ ଗ୍ରହଣ ସୁବିଧା ଏବଂ ପାଇପଲାଇନ କରିଡର ନିର୍ମାଣ ନେଇ ଗ୍ରାମ ସଭାର ସମ୍ମତି ଆବଶ୍ୟକତା ରହିଛି । ଏଥିପାଇଁ ଗ୍ରାମସଭାର ଆୟୋଜନ କରିବାକୁ ଯୋଜନା ରହିଥିଲା। କମ୍ପାନୀକୁ ଜଳ ଯୋଗାଣ କରିବାକୁ ଜମି ଅଧିଗ୍ରହଣ ପାଇଁ ପ୍ରଶାସନ ପକ୍ଷରୁ ଉଦ୍ୟମ କରୁଥିବା ଜାଣିବା ପରେ ଲୋକେ ପ୍ରବଳ ବିରୋଧ କରିଥିଲେ । ମହିଳାମାନେ ରାସ୍ତା ଅବରୋଧ କରି ବିରୋଧ କରୁଥିବା ଦେଖି ଛାନିଆ ହୋଇପଡିଲେ ନାଲକୋ ଅଧିକାରୀ । ନାଲକୋ ଅଧିକାରୀ ସଭା ସ୍ଥାନକୁ ଆସିବା ପୂର୍ବରୁ ହିଁ ଗ୍ରାମବାସୀ ପହଞ୍ଚି ଗ୍ରାମସଭା ହେବାକୁ ଥିବା ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇବା ସହ ଗୋ ବ୍ୟାକ ବ୍ୟାନର ଟାଙ୍ଗି ଦେଇଥିଲେ ଗ୍ରାମବାସୀ। ପଞ୍ଚାୟତ କାର୍ଯ୍ୟାଳୟର କିଛି ଦୂରରେ ରାସ୍ତାକୁ ଅବରୋଧ କରିଦେଇଥିଲେ । ଶହ ଶହ ମହିଳା ଏବଂ ପୁରୁଷମାନେ ପାରମ୍ପରିକ ଅସ୍ତ୍ର ଶସ୍ତ୍ର ଧରି ଜମି ଜଳ କୁ କଦାପି କମ୍ପାନୀକୁ ଦେବୁନାହିଁ କହି ରାସ୍ତା ଅବରୋଧ କରି ଜଗି ବସିଥିଲେ। ପୋଲିସ ପହଞ୍ଚି ବୁଝାସୁଝା କରିବାକୁ ପ୍ରୟାସ କରିଥିବା ବେଳେ ମହିଳା ମାନେ ନାଲକୋ ଗୋ ବ୍ୟାକ୍ ନାରା ଦେଇ ପୋଲିସକୁ ଫେରିଯିବାକୁ କହୁଥିବା ଦେଖିବାକୁ ମିଳିଥିଲା। ଲୋକଙ୍କ ବିରୋଧ ପ୍ରଦର୍ଶନରେ ନାଲକୋ ଅଧିକାରୀଗଣ ଛାନିଆ ହୋଇପଡ଼ିଥିଲେ । ଆଇନ ଶୃଙ୍ଖଳା ସୃଷ୍ଟି ହେବା ଭୟରେ ନାଲକୋ ଅଧିକାରୀ ସଭା ସ୍ଥଳକୁ ଆସିଲେ ନାହିଁ । ନାଲକୋ ଖଣିକୁ ପାଇପ ଯୋଗେ ପାଣି ଯୋଗାଇବାନେଇ ପଟାଙ୍ଗି ବିଡ଼ିଓ ପକ୍ଷରୁ ନୁଆ ଗାଁ ପଞ୍ଚାୟତକୁ ଚିଠି କରାଯାଇଥିଲା । ବିଡ଼ିଓଙ୍କ ଚିଠି କ୍ରମେ ନୂଆ ଗାଁ ପଞ୍ଚାୟତ ପକ୍ଷରୁ ଗ୍ରାମ ସଭା ସକାଶେ ଦିନ ସ୍ଥିର କରାଯାଇଥିଲା । ଏହାକୁ ପଞ୍ଚାୟତ ଲୋକେ ପ୍ରବଳ ବିରୋଧ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁ ନାଲକୋ ଅଧିକାରୀ ଆସିନଥିଲେ।ଏଥି ଯୋଗୁଁ ଗ୍ରାମ ସଭାକୁ ସ୍ଥଗିତ ରଖାଯାଇଥିବା ନେଇ ଅଧିକାରୀ ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ