ଆତଙ୍କବାଦୀ ନରସ°ହାର ପ୍ରତିବାଦରେ ୧୨ ଘଣ୍ଟା ଦୋକାନ ବଜାର ବନ୍ଦ ପାଳନ

ମାଲକାନଗିରି (ଡଃ ଶିବ ନାରାୟଣ ପାତ୍ର): ମାଲକାନଗିରି ଜିଲ୍ଲା କୁଡୁମୁଲୁଗୁମ୍ମା ସ୍ଥିତ ମୁଖ୍ୟ ବଜାର ଛକଠାରେ, ଜମ୍ମୁକାଶ୍ମୀରର ପହଲଗାଓଁରେ ୨୮ ଜଣ ହିନ୍ଦୁ ମାନଙ୍କ ଉପରେ ହୋଇଥିବା ବର୍ବରଚିତ୍ତ ନରସ°ହାର ବିରୋଧରେ ପ୍ରତିବାଦ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ଏହି କ୍ରମରେ ସକାଳ ୧୧ ଘଣ୍ଟା ସମୟରେ କୁଡୁମୁଲୁଗୁମ୍ମାର ୧୦୦ ରୁ ଉର୍ଦ୍ଧ ଜନସାଧାରଣ, ପହଲଗାଓଁ ନରସ°ହାର ଘଟଣାର ପ୍ରତିବାଦରେ ଭାରତର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ସ୍ଥାନୀୟ ତହସିଲଦାରଙ୍କୁ ପ୍ରଦାନ କରିଥିଲେ । ଏହି ସମୟରେ ବିଭିନ୍ନ ସ°ଗଠନ ମାନଙ୍କ ଦ୍ୱାରା ୧୨ ଘଣ୍ଟିଆ ବନ୍ଦ ଡାକରା ଯୋଗୁଁ ସମସ୍ତ ଦୋକାନ ବଜାର ସ୍ୱତପ୍ରବୃତ୍ତ ଭାବେ ବନ୍ଦ ହୋଇଥିବା ଦେଖିବାକୁ ମିଳିଥିଲା ଓ ସ°ଧ୍ୟା ୬ ଘଣ୍ଟ ସମୟରେ ସ୍ଥାନୀୟ ଝାଡେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଏକ ସ୍ମୃତି ସଭା ଆୟୋଜିତ କରାଯାଇଥିଲା ଯେଉଁଠି ସମସ୍ତେ ଗୋଟିଏ ଗୋଟିଏ ଦିପ ଜାଳି ଆତଙ୍କବାଦୀ ଆକ୍ରମଣରେ ମୃତାହତ ସମସ୍ତ ୨୮ ଜଣ ହିନ୍ଦୁଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । ସମସ୍ତେ ଏକ ସ୍ଵରରେ କହିଥିଲେ ବର୍ତ୍ତମାନ ହିନ୍ଦୁ ମାନଙ୍କୁ ଜାଗୃତ ହେବାସହ ଏକତ୍ରିତ ହେବାର ସମୟ ଆସିଯାଇଛି ଓ କେନ୍ଦ୍ରସରକାରଙ୍କ ଆତଙ୍କବାଦୀଙ୍କ ପ୍ରତି ଜିରୋ ଟଲୋରେନ୍ସ ଆଭିମୁଖ୍ୟ ଓ ଆତଙ୍କବାଦୀ କାର୍ଯ୍ୟକଳାପର ମୁଳତ୍ପାଟନ ଭଳି ପ୍ରତିଟି ପଦକ୍ଷେପ ସହିତ ନିଜର ସମର୍ଥନ ଜାହିର କରିଥିବା ଜଣାପଡିଛି । ଆଜିର ଏହି ଶ୍ରଦ୍ଧାଞ୍ଜଳି ସଭାର ଆୟତନ ବିଶ୍ୱ ହିନ୍ଦୁ ପରିଷଦ, ବଜରଙ୍ଗ ଦଳ ଓ ହିନ୍ଦୁ ସୁରକ୍ଷା ମଞ୍ଚର ସକ୍ରିୟ କାର୍ଯ୍ୟକର୍ତ୍ତା ଯଥା – ଏହାର ଆବାହକ ଅକ୍ଷୟ କୁମାର ହୋତା, ଗୋପୀନାଥ ଦାସ, ରବି ଧାକଡ, ନୀହାର କାନ୍ତ ଦାସ୍, ରାମହରି ସାହୁ, ବାଳକୃଷ୍ଣ ପ୍ରଧାନ, ଭଗବାନ ସାହୁ, ଗୋପୀ ପାଙ୍ଗୀ, ବିଦ୍ୟାଧର ସାହାଣୀ, ଭବତୋଷ ମଣ୍ଡଳ,କଙ୍ଗୁରୁ ପ୍ରଧାନ, ତପନ କୁମାର ମିଶ୍ର, ଶିବାଜୀ ସ୍ୱାଇଁ, ସନ୍ତୋଷ ସ୍ୱାଇଁ , ସନ୍ତୋଷ ମହାନ୍ତି, କାଶୀନାଥ ନାୟକ, ମଣ୍ଟୁ ଜେନା, କାହ୍ନୁ ସାହାଣୀ, ସୁଶାନ୍ତ କୁମାର ରଥ, ମିଥୁନ ସାହୁ,ଦେବୀ ପ୍ରସାଦ ମିଶ୍ର, ଦିବାକର ସାହୁ, ହରି ସିଂ, ପ୍ରଭାକର ବେହେରା, ବେଣୁଧର ଦାସ, ଅନୁପ କୁମାର ଦାସ ଓ ରାଜୁ ବାରୀକ ପ୍ରମୁଖ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ