ମାଝୀଗୁଡା ଛକକୁ ସେବାଜ୍ୟୋତି ଛକ ନାମରେ ପରିବର୍ତ୍ତନ କରାଯିବାକୁ ଵିରୋଧ

ନବରଙ୍ଗପୁର,(ୱାଇଏନଏସ): ନବରଙ୍ଗପୁର ସହର ପ୍ରବେଶ ପଥ ତଥା ଜିଲ୍ଲାପାଳଙ୍କ ଅଫିସ ନିକଟରେ ଥିବା ମାଝୀଗୁଡା ଛକର ନାମ ପରିବର୍ତ୍ତନକୁ ନେଇ ବିବାଦ ଦେଖାଦେଇଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ମାଝୀଗୁଡା ଛକର ନାମ ପରିବର୍ତ୍ତନ କରାଯାଇ “ସେବା ଜ୍ୟୋତି ଛକ” ରଖାଯାଇଛି । ବୁଧବାର ଏହାର ଉଦଘାଟନ କରିଥିଲେ ନବରଙ୍ଗପୁର ବିଧାୟକ ଗୌରୀ ଶଙ୍କର ମାଝୀ ଓ ଜିଲ୍ଲାପାଳ ମହେଶ୍ୱର ସ୍ୱାଇଁ ।ତେବେ ହଠାତ୍ ଛକର ନାମ ପରିବର୍ତ୍ତନକୁ ନେଇ ଆପତ୍ତି ଉଠାଇଛନ୍ତି ସ୍ଥାନୀୟ ବାସିନ୍ଦା ଓ ବିରୋଧୀ ବିଜେଡି ନେତାମାନେ । ନାମ ପରିବର୍ତ୍ତନ ପୂର୍ବରୁ ସ୍ଥାନୀୟ ଲୋକଙ୍କ ପରାମର୍ଶ ନିଆଯାଇନଥିବା ଏବଂ ଏନେଇ କୌଣସି ସୂଚନା ଦିଆଯାଇନଥିବା ଅଭିଯୋଗ କରିଛନ୍ତି ସେମାନେ । ଏପରିକି ସରପଞ୍ଚ, ସମିତି ସଦସ୍ୟ ଓ ଜିଲ୍ଲା ପରିଷଦ ସଦସ୍ୟଙ୍କୁ ମଧ୍ୟ ଅବଗତ କରାଯାଇନଥିବା ଏବଂ ଗ୍ରାମସଭାରେ ଏନେଇ ପ୍ରସ୍ତାବ ପାରିତ ହୋଇନଥିବା କହିଛନ୍ତି ସରପଞ୍ଚ । ନାମ ପରିବର୍ତ୍ତନକୁ ବିରୋଧ କରି ମାଝୀଗୁଡା ଛକ ନିକଟରେ ଏକାଠି ହୋଇଥିଲେ ସ୍ଥାନୀୟ ବାସିନ୍ଦା ଏବଂ ବିଜବ୍ସଇ ନେତୃମଣ୍ଡଳୀ । ସ୍ଲୋଗାନ ଦେଇ ପୁରୁଣା ନାମ ଫେରାଇବାକୁ ଦାବି କରିଥିଲେ । ପରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଯାଇ ଅତିରିକ୍ତ ଜିଲ୍ଲାପାଳ ବିଶ୍ୱଜିତ ବର୍ମନଙ୍କୁ ଦାବିପତ୍ର ଦେଇଥିଲେ । ଏହି ପ୍ରତିବାଦ କାର୍ଯ୍ୟକ୍ରମ ରେ ପୂର୍ବତନ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ , ଜିଲ୍ଲାପରିଷଦ ସଦସ୍ୟ ଅରୁଣ ମିଶ୍ର ,ମହିଳା ନେତ୍ରୀ ମଞ୍ଜୁଳା ମାଝୀଙ୍କ ସମେତ ସ୍ଥାନୀୟ ଗ୍ରାମବାସୀମାନେ ଯୋଗ ଦେଇଥିଲେ । ଅନ୍ୟପଟେ, ଛକର ଉନ୍ନତିକରଣ ପାଇଁ ନାମ ପରିବର୍ତ୍ତନ କରାଯାଇଥିବା କହିଛନ୍ତି ବିଧାୟକ ଗୌରୀଶଙ୍କର ମାଝୀ। ବିରୋଧରେ ପ୍ରକୃତ ଗ୍ରାମବାସୀ ନଥିବା ବେଳେ ଏହା ରାଜନୈତିକ ବିରୋଧ ବୋଲି ବିଧାୟକ କହିଛନ୍ତି । ଏହାସହ ଉନ୍ନତିକରଣକୁ ସମସ୍ତେ ସମର୍ଥନ କରିବାକୁ ମଧ୍ୟ ଆହ୍ୱାନ ଦେଇଛନ୍ତି ବିଧାୟକ । ବୁଧବାର ସକାଳେ ବିଧାୟକ ଗୌରୀଶଙ୍କର ମାଝୀ ମାଝୀଗୁଡା ଛକ ର ନାମ ପରିବର୍ତ୍ତନ କାର୍ଯ୍ୟକ୍ରମ ରେ ଯୋଗଦେଇ ନାମ ଫଳକ ର ଉଦଘାଟନ କରିଥିଲେ ।କାର୍ଯ୍ୟକ୍ରମ ରେ ଜିଲ୍ଳାପାଳ ଡ଼ଃ ମହେଶ୍ୱର ସ୍ୱାଇଁ ଉପସ୍ଥିତ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ