ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ସାଂଗଠନିକ ବୈଠକ

ବାଲେଶ୍ୱର, ତା୧୭-୦୫: ଅପରାହ୍ନ ୪.୩୦ ମିନିଟ୍ ସମୟରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ, ବାଲେଶ୍ୱର କେନ୍ଦ୍ର ପକ୍ଷରୁ ଏକ ଜରୁରୀ ସାଂଗଠନିକ ବୈଠକ ସଂଘର ଆବାହକ ମହମ୍ମଦ ଇସଲାମଙ୍କ ଆବାହତ୍ୱରେ ବୈରାମ ନଗର ସ୍ଥିତ ଅରୁଣ ଦେଙ୍କ ବାସଭବନରେ ଅନୁଷ୍ଠିତ ହୋଇଥିଲା। ଏହି ସଭାରେ ବିଶିଷ୍ଟ ଗାନ୍ଧୀବାଦୀ ଚକ୍ରଧର ଦାସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ପରିଚାଳନା ହୋଇଥିଲା। ଆଲୋଚ୍ୟ ବିଷୟବସ୍ତୁ ତଥା ଏଜେଣ୍ଡା ଉପରେ ଆଲୋଚନା ଓ ସିଦ୍ଧାନ୍ତ ଉପସ୍ଥିତ ସଭ୍ୟ /ସଭ୍ୟାଙ୍କ ଅନୁମୋଦନକ୍ରମେ ନିଷ୍ପତ୍ତି ନିଆଯାଇଥିଲା। ପ୍ରତ୍ୟେକ ମାସର କେଉଁ ତାରିଖରେ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନର ବୈଠକ ଅନୁଷ୍ଠିତ ହେବ ଓ ଏହା ସର୍ବସମ୍ମତ୍ତିକ୍ରମେ ପ୍ରତ୍ୟେକ ମାସ ଦ୍ୱିତୀୟ ଶନିବାର ୫ ଘଟିକାରେ ହେବ ବୋଲି ସ୍ଥିର ହୋଇଥିଲା ସମସ୍ତେ ଦେଉଥିବା ଚାନ୍ଦା ବାବଦକୁ ଏକ ଦେୟ ରସିଦ୍ ବହି ପ୍ରିଣ୍ଟ୍ ହେବ। ତାହା ୫୦୦ ଟି। ଶାନ୍ତି ପ୍ରତିଷ୍ଠାନର ସଦସ୍ୟ/ସଦସ୍ୟା ସେମାନଙ୍କର ମାସିକ ଦେୟ ଟ୫୦ଙ୍କା ପ୍ରଦାନ କରିବା ପୂର୍ବନିଷ୍ପତ୍ତିକୁ ଦୃଢ଼ୀକରଣ କରାଯାଇଥିଲା ଓ ବାର୍ଷିକ ଏକକାଳୀନ ପ୍ରଦାନ କଲେ ଟ୫୦୦ଙ୍କା ପ୍ରଦାନ ପାଇଁ ନିଷ୍ପତ୍ତି ନିଆଗଲା। ଏହି ପ୍ରତିଷ୍ଠାନର ଏକ ୨୧ ଜଣିଆ କମିଟି ଗଠନ ପାଇଁ ପ୍ରସ୍ତାବ ରଖାଯାଇଥିଲା। ଏହି ପଦପଦବୀ ପାଇଁ ଅନ୍ୟୁନ ୨ଜଣଙ୍କ ନାମ ମନୋନୟନ କରି ରାଜ୍ୟ ଗାନ୍ଧୀ ଶାନ୍ତି ପ୍ରତିଷ୍ଠାନ ଅନୁମୋଦନ ପାଇଁ ପ୍ରେରଣ କରିବା ନିମନ୍ତେ ଆବଶ୍ୟକ ଥିବାରୁ ସେ ସଂପର୍କରେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା। ସଭାପତିତ୍ୱ କରୁଥିବା ଚକ୍ରଧର ଦାସ ତାଙ୍କ ବକ୍ତବ୍ୟରେ ଗାନ୍ଧୀଙ୍କ ବିଚାରଧାରା ଓ ଆଦର୍ଶରେ ସେ ଅନୁପ୍ରାଣିତ ଓ ସଂଗଠନ ମଧ୍ୟ କାର୍ଯ୍ୟ କରିଆସୁଛି ତଥା ଏହା ସମାଜରେ ବିକାଶର ବାର୍ତ୍ତା ଦେଉଛି ବୋଲି ମତ ପ୍ରକାଶ କରିଥିଲେ। ତତ୍‌ପରେ ବରିଷ୍ଠ ଗାନ୍ଧୀବାଦୀ ସୁରେନ୍ଦ୍ର ନାଥ ପଣ୍ଡା ଏହି କେନ୍ଦ୍ର ସମାଜର ସଂସ୍କାର ପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବାପାଇଁ ମତ ଦେଇଥିଲେ। ସମାଜସେବୀ ଚିନ୍ମୟ ବିଶ୍ୱାଳ ଆମର ବେଶଭୂଷା, ବ୍ୟବହାର ଏବଂ ସମାଜସେବା ଗାନ୍ଧୀଙ୍କ ବିଚାରଧାରା ଆଧାରରେ କରି ବିଭିନ୍ନ କାର୍ଯ୍ୟକ୍ରମ ଗ୍ରହଣ କରିବା ନିମନ୍ତେ ଆହ୍ୱାନ ଦେବା ସହିତ ପ୍ରତ୍ୟେକ ଗ୍ରାମମାନଙ୍କରେ ଗାନ୍ଧୀଙ୍କ ବାର୍ତ୍ତା ପହଞ୍ଚାଇବା ପାଇଁ ଅନୁରୋଧ କରିଥିଲେ। ତତ୍‌ସହିତ ସଂଗଠନର ମଜବୁତ୍ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିଲେ। ସଂଗଠନର ଆୟବ୍ୟୟ କବିତାରାଣି ଦାସ ଉପସ୍ଥାପନ କରିଥିଲେ। ଏଥିସହିତ ଉପସ୍ଥିତ ସମସ୍ତ ଗାନ୍ଧୀପ୍ରେମୀ ବେଣୁଧର ଦାସ, ତୁଷାର କାନ୍ତି ମହାପାତ୍ର, ଜ୍ୟୋତ୍ସ୍ନା ସେନାପତି, ପ୍ରତିମା ପଣ୍ଡା, ସକିଲା ବାନୋ, ସେକ୍ ସାଜିଦ୍ ଅଲ୍ଲୀ, ସନ୍ତୋଷ ଦାସ, ଅଜୟ ବାରିକ୍‌, ପ୍ରତାପ, ଶାନ୍ତି ବିସି, ଲମ୍ବୋଧର ପ୍ରଧାନ ପ୍ରମୁଖ ସେମାନଙ୍କ ମତବ୍ୟକ୍ତ କରିବା ସହ ପ୍ରତିଷ୍ଠାନର ଅନ୍ୟତମ ଆବାହକ ଜିତେନ୍ଦ୍ର ଉପାଧ୍ୟାୟ ଧନ୍ୟବାଦ ପ୍ରଦାନ କରିଥିଲେ ଓ ପ୍ରତାପ ସିଂ ସଭାସାଙ୍ଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ