ସରକାରୀ ପୋଖରୀ ଓ ଜଳାଶୟ ଜବରଦଖଲ ପ୍ରଶାସନର ନିଷ୍କ୍ରିୟତା: ୨୨ରୁ ତହସିଲ ସମ୍ମୁଖରେ ଗଣଧାରଣା

​କାକଟପୁର,(ଶୁଭାଶିଷ ଖଣ୍ଡୁଆଳ): କାକଟପୁର ତହସିଲ ଅନ୍ତର୍ଗତ ଓଥକା ଗ୍ରାମପଞ୍ଚାୟତର ଅନନ୍ତପୁର ମୌଜାରେ ଥିବା ସରକାରୀ ସମ୍ପତ୍ତିର ସୁରକ୍ଷାକୁ ନେଇ ପ୍ରଶାସନର ଚରମ ଅବହେଳା ପ୍ରକାଶ ପାଇଛି । ଗ୍ରାମର ଖାତା ନଂ- ୧୦୪, ପ୍ଲଟ୍ ନଂ- ୧୭୨,୧୭୩ ଏବଂ ୧୭୬ ରେ ଥିବା ପ୍ରାୟ ୧ ଏକର ୮୬ ଡିସିମିଲ୍ ସରକାରୀ ପଞ୍ଚାୟତ ପୋଖରୀ ଓ ଜଳାଶୟ କିସମର ଜମିକୁ ସେହି ଗ୍ରାମର ଜଣେ ପ୍ରଭାବଶାଳୀ ବ୍ୟକ୍ତି ବେଆଇନ ଭାବେ ଜବରଦଖଲ କରି ନିଜ ଅକ୍ତିଆରରେ ରଖିଛନ୍ତି। ​ଜନଶୁଣାଣିର ନିର୍ଦ୍ଦେଶକୁବିଫୁ କରିଦେଲା ପ୍ରଶାସନ ଏହି ବେଆଇନ ଜବରଦଖଲ ସମ୍ପର୍କରେ ଗ୍ରାମବାସୀମାନେ ବାରମ୍ବାର ବିଭାଗୀୟ ଅଧିକାରୀଙ୍କୁ ଜଣାଇବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିଲା। ପରବର୍ତ୍ତୀ ସମୟରେ ଗ୍ରାମବାସୀମାନେ ମାନ୍ୟବର ଜିଲ୍ଲାପାଳଙ୍କ ଯୁଗ୍ମ ଜନଶୁଣାଣି ପ୍ରକୋଷ୍ଠରେ ଏକ ଗୁହାରି ପତ୍ର ଦାଖଲ କରିଥିଲେ। ଜିଲ୍ଲାପାଳଙ୍କ ନିର୍ଦ୍ଦେଶ କ୍ରମେ ଗତ ୧୭.୦୨.୨୦୨୬ ରିଖରେ ସ୍ଥାନୀୟ ରାଜସ୍ୱ ପ୍ରଶାସନ (ଆର.ଆଇ) ଘଟଣାସ୍ଥଳକୁ ଯାଇ ଜମିର ସୀମାନିର୍ଦ୍ଧାରଣ କରିବା ସହ ଜବରଦଖଲକୁ ଚିହ୍ନଟ କରିଥିଲେ। କେବଳ ପ୍ରତିଶ୍ରୁତି, କାର୍ଯ୍ୟାନ୍ୱୟନ ଶୂନ। ଜମି ଚିହ୍ନଟ ହେବାର ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ତହସିଲ ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପାଇଁ କୌଣସି ଦୃଢ଼ ପଦକ୍ଷେପ ନିଆଯାଇ ନାହିଁ। ଏପରିକି ଏ ସମ୍ପର୍କରେ ତହସିଲଦାର ଓ ଅତିରିକ୍ତ ତହସିଲଦାରଙ୍କୁ ବାରମ୍ବାର ଅବଗତ କରାଯିବା ସତ୍ତ୍ୱେ ପ୍ରଶାସନ କେବଳ ପ୍ରତିଶ୍ରୁତି ଦେଇ ଚୁପ୍ ହୋଇ ବସିଯାଇଛି। ପ୍ରଶାସନର ଏଭଳି ଟାଳଟୁଳ ନୀତି ଯୋଗୁଁ ସରକାରୀ ସମ୍ପତ୍ତି ନଷ୍ଟ ହେବା ସହ ଗ୍ରାମବାସୀଙ୍କ ମଧ୍ୟରେ ତୀବ୍ର ଜନଅସନ୍ତୋଷ ପ୍ରକାଶ ପାଇଛି। ତହସିଲ ପ୍ରଶାସନର ଏହି ନିଷ୍କ୍ରିୟତା ପ୍ରତିବାଦରେ ଆସନ୍ତା ୨୨.୦୫.୨୦୨୬ (ଶୁକ୍ରବାର) ରିଖରୁ ଅନନ୍ତପୁର ଗ୍ରାମର ଶତାଧିକ ଗ୍ରାମବାସୀ କାକଟପୁର ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଅନିର୍ଦ୍ଦିଷ୍ଟ ସମୟ ପାଇଁ ଗଣଧାରଣା ଦେବାକୁ ବାଧ୍ୟ ହେବେ। ଜଳାଶୟଟି ସମ୍ପୂର୍ଣ୍ଣ ଜବରଦଖଲ ମୁକ୍ତ ନହେବା ପର୍ଯ୍ୟନ୍ତ ଏହି ଆନ୍ଦୋଳନ ଜାରି ରହିବ ବୋଲି ଗ୍ରାମବାସୀମାନେ ନରେନ୍ଦ୍ର କୁମାର ପାଇଟାଳ, ଲିଙ୍ଗରାଜ ପାଇଟାଳ, ପୂର୍ଣ୍ଣଚନ୍ଦ୍ର କାଣ୍ଡି, ସୁପନ ଦାସ,ଧନେଶ୍ୱର କାଣ୍ଡି ପ୍ରମୁଖ ପୁରୀ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ