ନିଖିଳ ଉତ୍କଳ ତେଲେଗା ଦୋରା ସମାଜର ସାଙ୍ଗଠନିକ ବୈଠକ
ଆସିକା (ଏନ୍ଏନ୍ଏସ୍) :ରାଜ୍ୟର ଅନ୍ୟତମ ସର୍ବବୃହତ ଜାତିଭିତ୍ତିକ ସଂଗଠନ ନିଖିଳ ଉତ୍କଳ ତେଲେଗା ଦୋରା ସମାଜର ସାଙ୍ଗଠନିକ ବୈଠକ ସ୍ଥାନୀୟ କଳିଙ୍ଗରୋଡ ସ୍ଥିତ ଦୋରା ସମାଜର କେନ୍ଦ୍ରୀୟ କାର୍ଯ୍ୟାଳୟ ଗୃହରେ ସଂଗଠନର ବରିଷ୍ଠ ସଦସ୍ୟ ୟୁ.ରଘୁନାଥ ଦୋରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଟିତ ହୋଇଯାଇଛି। ଏହି ବୈଠକରେ ନିଖିଳ ଉତ୍କଳ ତେଲେଗା ଦୋରା ସମାଜର ସଭାପତି ରୂପେ ଅବସ୍ଥାପିିତ ଥିବା ଇ.ମଦନ ଗୋପାଳ ଦୋରାଙ୍କ ହୃଦଘାତଜନିତ ଦେହାନ୍ତରେ ଗଭୀର ଶୋକପ୍ରକାଶ କରାଯାଇ ତାଙ୍କର ବହୁମୁଖୀ ପ୍ରତିଭା ଉପରେ ଆଲୋକପାତ କରାଯାଇଥିଲା । ନିଖିଳ ଉତ୍କଳ ତେଲେଗା ଦୋରା ସମାଜର ଏହି ସାଙ୍ଗଠନିକ ବୈଠକରେ ଆଗାମୀ ୫ ବର୍ଷ ପାଇଁ ସଙ୍ଗଠନର ନୂତନ ସଭାପତି ଭାବେ ଜି.ଗୋପାଳ ରାଓ ଦୋରା, ଉପସଭାପତି ଭାବେ ଓ.ଗୋପାଳ ରାଓ ଦୋରା ଏବଂ ଏମ୍.ଏଙ୍କିଡି ଦୋରା ଓ କେ.ନନ୍ଦି କୁମାର ଦୋରା, ସାଧାରଣ ସଂପାଦକ ଭାବେ ବି.ରାମାରାଓ ଦୋରା, ସାଧାରଣ ସଂପାଦକ (କାର୍ଯ୍ୟାଳୟ) ଭାବେ ବି.ମୋହନ ରାଓ ଦୋରାଙ୍କ ସମେତ କେନ୍ଦ୍ରୀୟ କାର୍ଯ୍ୟକାରିଣୀ କମିଟି ଗଠନ କରାଯାଇଥିଲା । ଏହି ଅବସରରେ ଆସନ୍ତା ମେ ମାସ ୭ ତାରିଖରୁ ଦୀର୍ଘ ୫ ଦିନ ବ୍ୟାପୀ ଆସିକା ବ୍ଳକ ଅନ୍ତର୍ଗତ ବରଗାଁ ଗ୍ରାମ ପଞ୍ଚାୟତର ଧୋବାପଲ୍ଲୀ ଗ୍ରାମରେ ହେବାକୁ ଥିବା ମା ରାଜାମ୍ମା ଦେବୀଙ୍କ ନବନିର୍ମିତ ମନ୍ଦିର ପ୍ରତିଷ୍ଠା ମହୋତ୍ସବକୁ ବିଧିବିଧାନ ଓ ନୀତିକାନ୍ତି ଅନୁଯାୟୀ ଉତ୍ସାହ ଓ ଉଦ୍ଦୀପନାର ସହ ସଂପନ୍ନ କରିବା ସାଙ୍ଗକୁ ଆଗାମୀ ଦିନରେ ତେଲେଗା ଦୋରା ସମାଜର ମହିଳା ଓ ଯୁବ ସଂଗଠନର କାର୍ଯ୍ୟକର୍ତ୍ତା ଚୟନ ପାଇଁ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା । ନିଖିଳ ଉତ୍କଳ ତେଲେଗା ଦୋରା ସମାଜର ଏହିି ବୈଠକରେ ସଂଗଠନର ସକ୍ରିୟ ସଦସ୍ୟ ବି.ମନୋଜ କୁମାର ଦୋରା, ୟୁ.ରଘୁନାଥ ଦୋରା, ଇ.ମାହେଶ୍ୱରୀ ଦୋରା, କେ.ଶ୍ୟାମସୁନ୍ଦର ଦୋରା, ବି.ପଦ୍ମନାଭ ଦୋରା, ପି.ରାଜୁବାବୁ ଦୋରା, ଏମ୍.ମିଟୁ ଦୋରା, ଏମ୍.ପ୍ରସନ୍ନ ଦୋରା, ଡି.ଯୁଧିଷ୍ଠିର ଦୋରା, ପି.ଶିବପ୍ରସାଦ ଦୋରା, ଡି.ଦେବେନ୍ଦ୍ର ଦୋରା, ପି.ବାଲରାଜୁ ଦୋରା, ଇ.ବାଲକୃଷ୍ଣ ଦୋରା, ଏସ୍.ରେଶ୍ମା ଦୋରା, ଆର୍.ସତ୍ୟନାରାୟଣ ଦୋରା, ଏମ୍.ରାଜ୍ଗୋପାଳ ଦୋରା, ଏସ୍.ନାରାୟଣ ଦୋରା (ମିଟୁ), ପି.ବିଘ୍ନେଶ୍ୱର ଦୋରା, ଡି.ବୁଚିବାବୁ ଦୋରା, କେ.ଅଶୋକ କୁମାର ଦୋରା, ନାଗେଶ୍ୱର ଦୋରା ପ୍ରମୁଖ ଯୋଗଦେଇ ତେଲେଗା ଦୋରା ସମାଜର ଐତିହ୍ୟ ଓ ସଂସ୍କୃତି ଉପରେ ଆଲୋକପାତ କରିବା ସାଙ୍ଗକୁ ତେଲେଗା ଦୋରା ସମାଜର ସଂଗଠନକୁ ଆହୁରି ସୁଦୃଢ କରିବା ଲାଗି ନିଷ୍ଟାପର ଉଦ୍ୟମର ଆବଶ୍ୟକତା ଜରୁରୀ ବୋଲି ମତବ୍ୟକ୍ତ କରିବା ସହ ତେଲୁଗୁ ଦୋରା ସମାଜର ମେଧାବୀ ଛାତ୍ରଛାତ୍ରୀ ଓ ପ୍ରତିଭାଧରଙ୍କୁ ସମ୍ମାନିତ କରିବା, ପ୍ରତ୍ୟେକ ସର୍କଲର ସଭ୍ୟମାନଙ୍କ ଦାୟିତ୍ୱ ଓ କର୍ତ୍ତବ୍ୟ, ଯୁଗପୋଯୋଗୀ ବିବାହ ବ୍ୟବସ୍ଥାର ସଂଜ୍ଞା ନିରୂପଣ, ସାମାଜିକ ସଂସ୍କାରରେ ଯୁବ ସମାଜର ଭୂମିକା, ବୃଦ୍ଧବୃଦ୍ଧାଙ୍କ ଥଇଥାନ, ଆର୍ଥିକ ଅନାଟନଗ୍ରସ୍ତ ପୁତ୍ରକନ୍ୟାଙ୍କର ଥଇଥାନ, ମହିଳା ସଂଗଠନର ଆବଶ୍ୟକତା, ଗଣତାନ୍ତ୍ରିକ ଶାସନ ବ୍ୟବସ୍ଥାରେ ସାମାଜିକ ସଂଗଠନର ଆବଶ୍ୟକତା, ତେଲୁଗୁ ସମାଜ ମଧ୍ୟରେ ଐକ୍ୟ ଓ ସଂହତି ରକ୍ଷା ସାଙ୍ଗକୁ ସାଙ୍ଗଠନିକ ଅଭିବୃଦ୍ଧି, ଏକ ଆଦର୍ଶ ଓ ସୁସ୍ଥ ତେଲୁଗୁ ସମାଜ ଗଠନ ଉପରେ ବହୁ ଶିକ୍ଷଣୀୟ ତଥା ଉପାଦେୟ ସୂଚନା ପ୍ରଦାନ କରିଥିଲେ। ନିଖିଳ ଉତ୍କଳ ତେଲେଗା ଦୋରା ସମାଜର ଏହି ସାଙ୍ଗଠନିକ ବୈଠକରେ ଭେଟନଇ, ପାଣ୍ଡିଆପଥର, ଆସିକା, ବେଣାପାଟ, ବୁଗୁଡା, ଗୋଲିଆ, ବ୍ରହ୍ମପୁର, ଆଙ୍କୁଶପୁର, ସାନଖେମୁଣ୍ଡି, ଛତ୍ରପୁର, ମାଣିକପୁର, କୁକୁଡାଖଣ୍ଡି, ବଡଙ୍ଗ, ଚିକିଟି, ଅଢେଇଗାଁ, ସାନଖେମୁଣ୍ଡି, ନୟାଗଡ ସମେତ ଗଞ୍ଜାମ ଜିଲ୍ଲା ଓ ରାଜ୍ୟର ବିଭିନ୍ନ ସର୍କଲର କାର୍ଯ୍ୟକର୍ତ୍ତାମାନେ ଯୋଗଦେଇ ଆଲୋଚନାରେ ଅଂଶଗ୍ରହଣ କରିଥିବା ଲକ୍ଷ୍ୟ କରାଯାଇଥିଲା।


