“ବନ୍ଦେ ମାତରମ” ର ୧୫୦ ତମ ବାର୍ଷିକୀ ଅବସରରେ ଉତ୍ତୀର୍ଣ୍ଣ ପ୍ରତିଯୋଗୀ ପୁରସ୍କୃତ
ବାଲେଶ୍ବର(ସରୋଜ ପଣ୍ଡା): ରାଷ୍ଟ୍ର ଗୀତ “ବନ୍ଦେ ମାତରମ” ର ୧୫୦ ତମ ବାର୍ଷିକୀ ଅବସରରେ ବାଲେଶ୍ଵର ପୌରାଞ୍ଚଳ ସ୍ତରୀୟ ବିଦ୍ୟାଳୟ ଓ ମହାବିଦ୍ୟାଳୟ ରେ ବିଭିନ୍ନ ପ୍ରତିଯୋଗିତା ରେ ଭାଗ ନେଇ ଉତ୍ତୀର୍ଣ୍ଣ ହୋଇଥିବା ପ୍ରତିଯୋଗୀ ମାନଙ୍କୁ ସମ୍ମାନିତ ସମାରୋହ ବାଲେଶ୍ଵର ପୌରପାଳିକା ର ଅଧ୍ୟକ୍ଷା,ନିର୍ବାହୀ ଅଧିକାରୀ,ପୌର ଯନ୍ତ୍ରୀ,ବିଭିନ୍ନ ୱାର୍ଡ଼ ର ପରିଷଦ ବୃନ୍ଦ,ପୌରାଞ୍ଚଳ ଅଧୀନରେ ଥିବା ସମସ୍ତ ବିଦ୍ୟାଳୟ ଓ ମହାବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ,ଛାତ୍ର ଛାତ୍ରୀ ବୃନ୍ଦ,ପୌରପାଳିକା ର କର୍ମଚାରୀ ବୃନ୍ଦ ତଥା ଜଣ ସାଧାରଣ ଙ୍କ ଉପସ୍ଥିତି ରେ ଅନୁଷ୍ଠିତ ହୋଇଯାଇଛି। ସ୍ଵାଧୀନତା ସଂଗ୍ରାମୀ ଶ୍ରୀଯୁକ୍ତ ବଙ୍କିମ ଚନ୍ଦ୍ର ଚଟ୍ଟୋପ।ଦ୍ଧ୍ୟାୟ ଙ୍କ ରଚିତ ଏହି ସଂଗୀତ ସ୍ଵାଧୀନତା ସଂଗ୍ରାମୀ ମାନଙ୍କୁ ଦେଶପ୍ରେମ ରେ ଉଦବୁଦ୍ଧ କରି ଦେଶମାତୃକା କୁ ବିଦେଶୀ ଶାସନ କବଳରୁ ମୁକ୍ତ କରିବା ପାଇଁ ବିଚଳିତ କରିଦେଇଥିଲା।ଏହି ସଙ୍ଗୀତର ପ୍ରତିଟି ଶବ୍ଦ ଓ ଏହାର ଅର୍ଥ ପ୍ରତି ଭାରତୀୟ ଙ୍କୁ ନିଜ ଦେଶର ଗରୀମାମୟ ଇତିହାସ ଓ ରୂପ ରେଖା ଆଜିର ଛାତ୍ର ସମାଜ ତଥା ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ର ଉତ୍ସ।ଏହି ସଂଗୀତ ର ପ୍ରତିଟି ଶବ୍ଦ ର ଅର୍ଥ ବୁଝିବା ,ସଙ୍ଗୀତର ଭାବ ଅନୁସାରେ ଗାନ କରିବା ତଥା ଏହି ସଂପୂର୍ଣ୍ଣ ସଂଗୀତ କୁ କଣ୍ଠସ୍ଥ କରିବା ର ଲକ୍ଷ୍ୟ ନେଇ ମାନ୍ୟବର ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଙ୍କର ଏହି ଉତ୍ସବ ପାଳନର ମୁଖ୍ୟ ଉଦ୍ଦେଶ୍ୟ।ଆଜିର ଏହି ଉତ୍ସବରେ ସମସ୍ତ ଅଂଶଗ୍ରହଣକାରୀ ମାନେ ସାମୁହିକ ବନ୍ଦେ ମାତରଂ ଗାନ କରି ଭାରତମାତା ଙ୍କ ଜୟଗାନ କରିଥିଲେ


