ମହୁମାଛି ଆକ୍ରମଣରେ 20 ରୁ ଉର୍ଦ୍ଧ ଆହତ

ପାରଳାଖେମୁଣ୍ଡି(ତାରିଣୀ ପ୍ରସାଦ ପଣ୍ଡା): ଆଜି ପବିତ୍ର ମେରୁ ସଂକ୍ରାନ୍ତି ଅବସରରେ ଶିବ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବାବେଳେ ବାଘୁଆ ମହୁମାଛିଙ୍କ ଦ୍ଵାରା 20 ରୁ ଉର୍ଦ୍ଧ ଲୋକେ ଆହତ ହୋଇଥିବା ସୂଚନା ମିଳିଛି. ଗଜପତି ଜିଲ୍ଲା ମୋହନା ଥାନା ଚନ୍ଦ୍ରଗିରି ଶିବ ମନ୍ଦିରକୁ ଦର୍ଶନ କରିବା ପାଇଁ ଯାଇଥିବାବେଳେ ରାସ୍ତାରେ ବାଘୁଆ ମହୁମାଛିମାନଙ୍କ ଆକ୍ରମଣରେ ଲୋକେ ଆହତ ହୋଇଥିଲେ. ପରେ ଏମାନେ ଚନ୍ଦ୍ରଗିରି ସରକାରୀ ଡାକ୍ତରଖାନରେ ଭର୍ତ୍ତି ହୋଇ ଚିକିତ୍ସା ହେଉଛନ୍ତି. ସମସ୍ତଙ୍କ ଅବସ୍ଥା ବିପଦମୁକ୍ତ ଥିବା ଡାକ୍ତରଖାନା ସୂତ୍ରରୁ ଜଣାଯାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ