ଛେଳି ଚୋରି ଘଟଣାରେ ଅଭିଯୁକ୍ତ ଗିରଫ

ନାଉଗାଁ,(ଓ୍ବାଇଏନଏସ) :ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ପକ୍ଷରୁ ଛେଳି ଚୋରି ଘଟଣାରେ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଛି। ଅଭିଯୁକ୍ତ ଜଣଙ୍କ ହେଲେ ନିଆଳି ଥାନା ଅନ୍ତର୍ଗତ ଅଢଙ୍ଗା ଗ୍ରାମର ମାଜିଦ ସା(୨୪)। ପ୍ରକାଶଯୋଗ୍ୟ ଯେ ୨୦୨୪ ଜୁଲାଇ ୩୧ ତାରିଖ ବିଳମ୍ବିତ ରାତିରେ ଉକ୍ତ ଥାନା ଅନ୍ତର୍ଗତ ଅଙ୍ଗେଶ୍ୱରପଡା ଗ୍ରାମର ସୁଧୀର ଲେଙ୍କାଙ୍କ ଗୁହାଳୁ ୧୫ଟି ଛେଳି ଚୋରି ଯାଇଥିବା ନେଇ ସୁଧୀର ଗତ ୧ ଅଗଷ୍ଟ ୨୦୨୪ ଅଭିଯୋଗ କରିଥିବ ।ବେଳେ ଗାରୋଇ ଗ୍ରାମର ନିରଞ୍ଜନ ବିଶ୍ୱାଳଙ୍କ ଗୁହାଳୁ ୧୧ଟି ଛେଳି ଚୋରି ଯାଇଥିବା ନେଇ ନିରଞ୍ଜନ ୨୦୨୪ ଅଗଷ୍ଟ ୨ରେ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଉଭୟଙ୍କ ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୨୦୪/୨୦୨୪ ଓ ୨୦୭/୨୦୨୪ରେ ମାମଲା ରୁଜୁ କରାଯିବା ସହ ନିଆଳି ଥାନା ଦହିଜଙ୍ଗା ଗ୍ରାମର ଫରଜନ ସାଙ୍କ ପୁଅ ସରଫତ ସା(୨୭)ଙ୍କୁ ଗିରଫ କରାଯାଇ ୨୦୨୪ ଅଗଷ୍ଠ ୩୦ରେ କୋର୍ଟ ଚାଲାଣ କରାଯାଇଥିଲା। ଶନିବାର ଅନ୍ୟ ଜଣେ ଅଭିଯୁକ୍ତ ମାଜିଦକୁ ଧରା ଯାଇ କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ଦେବାଶିଷ ପଣ୍ଡା ସୂଚନା ଦେଇଛନ୍ତି। ଅନ୍ୟ ଅଭିଯୁକ୍ତମାନଙ୍କୁ ଧରାଯିବା ପାଇଁ କାର୍ଯ୍ୟାନୁଷ୍ଠାନ ଜାରି ରହିଥିବା ପଣ୍ଡା ସୂଚନା ଦେଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ