ନୂତନ ମୁଖ୍ୟ ଶାସନ ସଚିବଙ୍କୁ ଶୁଭେଚ୍ଛା ଜଣାଇଲେ ପାରଳା ବିଧାୟକ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ପାରଳାଖେମୁଣ୍ଡି ବିଧାୟକ ଇଂ ରୂପେଶ ପାଣିଗ୍ରାହୀ ଆଜି ଭୁବନେଶ୍ୱର ସ୍ଥିତ ଲୋକସେବା ଭବନରେ ଓଡ଼ିଶା ସରକାରଙ୍କ ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କୁ ସାକ୍ଷାତ କରି ଶୁଭେଚ୍ଛା  ଜଣାଇଛନ୍ତି. ଏହି ଅବସରରେ ଜିଲ୍ଲାର ବିଭିନ୍ନ ଉନ୍ନୟନ ପ୍ରକଳ୍ପ ଓ ତାର ଅନୁଦାନ ଏବଂ ଚାଷୀ ମାନଙ୍କ ଲାଗି ରହିଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ। ଗଜପତି ଏକ ଆଦିବାସୀ ବହୁଳ ଏବଂ କେନ୍ଦ୍ର ସରକାରଙ୍କ ଆକାଂକ୍ଷା ଜିଲ୍ଲା ହୋଇ ଥିବାରୁ ସ୍ବତନ୍ତ୍ର ଭାବେ ଦୃଷ୍ଟି ଦେବା ପାଇଁ  ମୁଖ୍ୟ ଶାସନ ସଚିବଙ୍କୁ ପାରଳା ବିଧାୟକ ଅନୁରୋଧ କରିଥିଲେ। ବିଶେଷ କରି ଜିଲ୍ଲାପାଳ ପଦବି ଜଣେ ଆଇଏଏସଙ୍କୁ ଦେବା ପାଇଁ ଅନୁରୋଧ କରିଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ