ଅମଳ ଧାନ ସମ୍ପର୍କରେ ଚାଷୀଙ୍କ ସହ ଆଲୋଚନା କଲେ ପାରଳା ବିଧାୟକ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ଗଜପତି ଜିଲ୍ଲା କାଶୀନଗର ବ୍ଲକ ଅନ୍ତର୍ଗତ ଖାରଡ଼ା ଗ୍ରାମର ଚାଷୀମାନେ ଧାନ ଅମଳ କରି ରାସ୍ତା ପାର୍ଶ୍ୱରେ ଶୁଖେଇ ଥିବା ପାରଳାଖେମୁଣ୍ଡି ବିଧାୟକ ଇଂ ରୁପେଶ କୁମାର ପାଣିଗ୍ରାହୀ ଦେଖି ସେମାନଙ୍କ ସମସ୍ୟା ବୁଝିଥିଲେ. ଚାଷୀ ମାନଙ୍କ ସହିତ ଆଲୋଚନା ବେଳେ ସେମାନେ ଧାନ ଅମଳ ସମୟରେ ଲଘୁଚାପ ଜନିତ ବର୍ଷା ଦାଉ ସାଧୁଥୁବା ବେଳେ ବର୍ତମାନ କାଶୀନଗର ବ୍ଲକର ଅନ୍ୟ ପଂଚାୟତରେ ହାତୀ ଉପଦ୍ରଵ କରି ଚାଷୀ ମାନଙ୍କ ନିଦ ହଜେଇଦେଇଛି। ଏ ପରିପ୍ରେକ୍ଷୀରେ ଧାନ ମଣ୍ଡିରେ ଚାଷୀ ମାନେ ଟୋକେନ ପାଇଛନ୍ତି କିନ୍ତୁ ମଣ୍ଡିରେ ଧାନ ବିକ୍ରି କରିବା ପାଇଁ ଧାନ ମାନ ଭଲ ରହିବା ସହ ଗୋଡି ବାଲି ମାଟି ନ ରହିଲେ ଉପଯୁକ୍ତ ମୂଲ୍ୟ ମିଳିବ ବୋଲି ଚାଷୀମାନେ ପ୍ରକାଶ କରିଥିଲେ। ଚାଷୀ ମାନଙ୍କ ସମସ୍ୟା ତୃଣମୂଳ ସ୍ତରରୁ ବିଧାୟକ ବୁଝୁଥିବାରୁ ଖାରଡ଼ା ସରପଞ୍ଚ ଅଖିଳ କୁମାର ପାତ୍ର ଧନ୍ୟବାଦ ଦେଇଛନ୍ତି। ଏହି ବିଷୟ ନେଇ ବିଧାସଭାରେ ମଧ୍ୟ ଉପସ୍ଥାପନା କରି ଚର୍ଚ୍ଚାରେ ଆସିଥିଲେ ବିଧାୟକ।


