ପାଟପୁର ପୋଲିସ ପକ୍ଷରୁ ଲକ୍ଷାଧିକ ବାଣ ଜବତ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ପାଟପୁର ପୋଲିସ ଶନିବାର ଅପରାହ୍ନ ପ୍ରାୟ ସାଢ଼େ ୩ ଟାରେ ସିଙ୍ଗପୁର ଗ୍ରାମରେ ଚଢ଼ାଉ କରି ୨ ଲକ୍ଷ ରୁ ଉର୍ଦ୍ଧ୍ବ ଟଙ୍କା ମୂଲ୍ୟର ବାଣ ଜବତ କରିଛନ୍ତି।ଥାନା ଏସ.ଆଇ ସୁଧୀର ନାୟକ ଙ୍କ ନେତୃତ୍ୱରେ ପୋଲିସ ଟିମ୍ ଗ୍ରାମର ଶିବରାମ ସାହୁ ଙ୍କ ଘର ନିକଟରୁ ବିକ୍ରି ପାଇଁ ମହଜୁଦ ରଖାଯାଇଥିବା ବିଭିନ୍ନ କମ୍ପାନୀ ନିର୍ମିତ ବାଣ ଜବତ କରିଥିଲେ। ବାଣ ବିକ୍ରି ପାଇଁ ତାଙ୍କ ନିକଟରେ କୌଣସି ଲାଇସେନ୍ସ କିମ୍ବା ଅନୁମତି ପତ୍ର ନଥିବାରୁ ପୋଲିସ ତାଙ୍କୁ ଥାନାକୁ ଉଠାଇ ଆଣିଛି।ଏନେଇ ଥାନା ମାମଲା ନଂ.୪୭୦/୨୫ ଅନୁଯାୟୀ ମକଦ୍ଦମା ରୁଜୁ କରାଯାଇଥିବା ଆଇଆଇସି ଦୀପ୍ତି ରଞ୍ଜନ ବେହେରା କହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ