ମାର୍ଚ୍ଚ ୨୫ରେ ପେନସନ ଭୋଗୀଙ୍କ ପ୍ରତିବାଦ ସଭା

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ମାର୍ଚ୍ଚ ୨୫ତାରିଖରେ ଭାରତୀୟ ସଂସଦରେ ଗୃହୀତ ଭାଲିଡେସନ ଆଇନ-୨୦୨୫(ପେନସନ ପୁନଃ ନିର୍ଦ୍ଧାରଣ ବନ୍ଦ ଆଇନ)କୁ ବିରୋଧ କରି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦିଆଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ନୂଆଦିଲ୍ଲୀର ସର୍ବ ଭାରତୀୟ ପେନସନରସ୍ ଫେଡେରେସନର ଆହ୍ୱାନ କ୍ରମେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଙ୍ଘ, ମେଡିକାଲ ରୋଡ, କେନ୍ଦ୍ରାପଡା ପକ୍ଷରୁ ୨୫ତାରିଖ ପୂର୍ବାହ୍ନ ୧୦ଟାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଶାନ୍ତପୂର୍ଣ୍ଣ ଧାରଣା ଦିଆଯିବା ସହ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହେବ। ଏହି ଉପଲକ୍ଷେ ସଙ୍ଘ ପକ୍ଷରୁ ପ୍ରଧାନମନ୍ତ୍ରୀଙ୍କ ଉଦେଶ୍ୟରେ ଏକ ଦାବିପତ୍ର ଜିଲ୍ଲାପାଳଙ୍କୁ ପ୍ରଦାନ କରାଯିବ। ଏଥିନିମନ୍ତେ ସଙ୍ଘ ପକ୍ଷରୁ ସମ୍ପାଦକ ହେମନ୍ତ କୁମାର ଜେନା, ଯୁଗ୍ମ ସମ୍ପାଦକ ବିଜୟ କୁମାର ଦାସ, ସଂଗଠନ ସମ୍ପାଦକ ତଥା ମିଡିଆ ସଂଯୋଜକ କାଶିନାଥ ରାଉତରାୟ, ଉପଦେଷ୍ଟା ସୟଦ ମହମ୍ମଦ ଜାହେରେ, କାର୍ଯ୍ୟକାରୀ ସଭାପତି ଅକ୍ଷୟ କୁମାର ନାୟକ, ଉପସଭାପତି ତ୍ରୈଲୋକ୍ୟ ଚରଣ ସ୍ୱାଇଁ, ସୁବାସ ଚନ୍ଦ୍ର ପାତ୍ର, ଅଞ୍ଜନ କୁମାର ଶତପଥୀ, ନରୋତ୍ତମ ପରିଡା, ପରମାନନ୍ଦ ତ୍ରିପାଠୀ ପ୍ରମୁଖ ଜିଲ୍ଲାପାଳ, ଉପଜିଲ୍ଲାପାଳ, ଟାଉନଥାନା ଅଧିକାରୀ ପ୍ରମୁଖଙ୍କୁ ଭେଟି ଧାରଣା ଓ ପ୍ରତିବାଦ ସଭା ସମ୍ପର୍କରେ ଅବଗତ କରାଇଛନ୍ତି। ଏହି କାର୍ଯ୍ୟକ୍ରମରେ ପେନସନ ଭୋଗୀମାନେ ବହୁ ସଂଖ୍ୟାରେ ଯୋଗଦେବାକୁ ସାଧାରଣ ସମ୍ପାଦକ ଶ୍ରୀ ଜେନା ଓ ସଂଗଠନ ସମ୍ପାଦକ ଶ୍ରୀ ରାଉତରାୟ ନିବେଦନବ କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ