ପିପୁଲସ କଲେଜ ଓଡ଼ିଆ ବିଭାଗର ନବାଗତଙ୍କୁ ସ୍ୱାଗତ
ବୁଗୁଡା, (ଅନୀଲ କୁମାର ମହାରଣା): ଗଞ୍ଜାମ ଜିଲ୍ଲା ଅନ୍ତର୍ଗତ ବୁଗୁଡା ପିପୁଲସ କଲେଜର ଓଡିଆ ବିଭାଗ ପକ୍ଷରୁ ନବାଗତ ଛାତ୍ରଛାତ୍ରୀଙ୍କୁ ଜୁଲାଇ ୨୫ ତାରିଖ ଦିନ ସ୍ୱାଗତ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଆ ବିଭାଗର ନବାଗତ ବିଦ୍ୟାର୍ଥୀଙ୍କୁ ସ୍ଵାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଓଡିଆ ବିଭାଗ ମୁଖ୍ୟ ଡକ୍ଟର ହିମାଂଶୁ ଶେଖର ରଥ ଅତିଥି ପରିଚୟ ପ୍ରଦାନ କରିଥିଲେ। ଅତିଥି ଭାବେ ଉପାଧ୍ୟକ୍ଷ ହରିକୃଷ୍ଣ ନାୟକ, ପ୍ରଶାସନିକ ଅଧିକାରୀ ଡକ୍ଟର ପ୍ରଦୀପ କୁମାର ଦାଶ, ଏକାଡେମୀକ ବର୍ସର୍ ମନୋଜ କୁମାର ଦାସ, ଓଡ଼ିଆ ବିଭାଗର ବରିଷ୍ଟ ଅଧ୍ୟାପକ ଡକ୍ଟର ସଞ୍ଜୟ କୁମାର ପ୍ରଧାନ, ଅଧ୍ୟାପକ ଦୁଷ୍ମନ୍ତ ପ୍ରଧାନ, ଅଧ୍ୟାପକ କିଶୋର ଚନ୍ଦ୍ର ଶବର ମଞ୍ଚାସିନ ଥିଲେ। ଅନ୍ୟାନ୍ୟ ବିଭାଗର ବିଭାଗ ମୁଖ୍ୟ ଡକ୍ଟର ଜୟରାମ ବିଷୋୟୀ, ଅକ୍ଷୟ କୁମାର ସାହୁ, ଆତ୍ମ ପ୍ରକାଶ ନାୟକ, ସୁଶାନ୍ତ କୁମାର ସାହୁ ପ୍ରଭୃତି ଆମନ୍ତ୍ରିତ ଅତିଥି ଗଣ ନବାଗତଙ୍କୁ ଶୃଙ୍ଖଳାର ସହ ଅଧ୍ୟୟନ କରିବା ପାଇଁ ପରାମର୍ଶ ଦେଇଥିଲେ। ଶେଷରେ ଅଧ୍ୟାପକ କିଶୋର ଶବର ଧନ୍ୟବାଦ ଅର୍ପଣ କରିଥିଲେ।