ପିପୁଲସ କଲେଜର ବୃକ୍ଷ ରୋପଣ ଶିବିର ଉଦଯାପିତ
ବୁଗୁଡା , (ଅନୀଲ କୁମାର ମହାରଣା) : ଗଞ୍ଜାମ ଜିଲ୍ଲାର ବୁଗୁଡା ପିପୁଲସ କଲେଜର ଜାତୀୟ ସେବା ଯୋଜନା ୟୁନିଟ -୨(ମହିଳା) ପକ୍ଷରୁ ସେପ୍ଟେମ୍ବର ୪ ତାରିଖରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ବୃକ୍ଷରୋପଣ ଶିବିର ସେପ୍ଟେମ୍ବର ୧୦ ତାରିଖରେ ଉଦଯାପିତ ହୋଇଯାଇଛି। ସପ୍ତ ଦିବସିୟ ସ୍ୱତନ୍ତ୍ର ଶିବିର ର ଉଦଯାପନୀ କାର୍ଯ୍ୟକ୍ରମରେ କଲେଜର ପ୍ରିନ୍ସପାଲ ଡକ୍ଟର ପୁରୁଷୋତ୍ତମ ମିଶ୍ର ଅଧ୍ୟକ୍ଷତା କରିଥିଲେ। କଲେଜର ଭାଇସ ପ୍ରିନ୍ସପାଲ ହରିକୃଷ୍ଣ ନାୟକ ଅତିଥି ଭାବେ ଯୋଗଦେଇ ଗଛ ବଞ୍ଚିଲେ ସମାଜ ବଞ୍ଚିବ ବୋଲି କହିଥିଲେ। ଅନ୍ୟତମ ଅତିଥି ଭାବେ ଆଇକିୟୁଏସି ର ସଂଯୋଜକ ଅଧ୍ୟାପକ ସୁଶାନ୍ତ କୁମାର ସାହୁ, ଗଛ ବଞ୍ଚିଲେ ସମାଜ ପାଇଁ କଣ ଲାଭ ହେବ ପ୍ରକାଶ କହିଥିଲେ। ଏନଏସଏସ ୟୁନିଟ-୨ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଅତିଥି ପରିଚୟ ସହ ଶିବିରର୍ ସାତ ଦିନର ସ୍ବେଛାସେବୀମାନଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ଏନଏସଏସ ୟୁନିଟ-୧ ପ୍ରୋଗ୍ରାମ ଅଫିସର ଅଧ୍ୟାପକ ରବୀନ୍ଦ୍ର ନାଥ ପୋଲାଈ ଜାତୀୟ ସେବା ଯୋଜନା ର ଲକ୍ଷ୍ୟ ଓ ସ୍ବେଛାସେବୀମାନଙ୍କ ସମାଜ ପ୍ରତି କର୍ତ୍ତବ୍ୟ ସମ୍ପର୍କରେ ବକ୍ତବ୍ୟ ରଖିଥିଲେ। ସ୍ୱେଚ୍ଛାସେବୀମାନଙ୍କ ଦ୍ୱାରା ୨୦୦ ରୁ ଅଧିକ ବୃକ୍ଷ ରୋପଣ କରାଯାଇଥିଲା। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ୱ ହାସଲ କରିଥିବା ସ୍ବେଛାସେବୀମାନଙ୍କୁ ପୁରସ୍କୃତ କରାଯାଥିଲା ଓ ସମସ୍ତ ଶିବିରାର୍ଥୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା। ସ୍ବେଛାସେବୀ ଛାତ୍ରୀମାନଙ୍କ ଦ୍ୱାରା ସମ୍ବଲପୁରୀ ନୃତ୍ୟ ପରିବେଷଣ କରାଯାଇଥିଲା। ଶେଷରେ ପ୍ରୋଗ୍ରାମ ଅଫିସର ଅଧ୍ୟାପିକା ସସ୍ମିତା ସାମନ୍ତରା ଧନ୍ୟବାଦ ଅର୍ପଣ କରିଥିଲେ।