ପିକନିକ ହେଲା କାଳ: ମାଙ୍କଡ଼ଡିଆଁ ଜଳପ୍ରପାତରେ ବୁଡି ଯୁବକ ମୃତ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା ): ଗଜପତି ଜିଲ୍ଲାରେ ଏକ ଦୁଃଖଦ ଘଟଣା ଘଟିଛି। ଆନନ୍ଦ ଉଲ୍ଲାସରେ ପିକନିକ ଯାଇ ମଜ୍ଜା ଉଠାଉ ଥିବା ବେଳେ ଗୋଡ଼ ଖସି ଜଳପ୍ରପାତରେ ବୁଡି ଜଣେ ଯୁବକ ମୃତ୍ୟୁବରଣ କରିଥିବା ଜଣାପଡିଛି। ଘଟଣାଟି ଗତକାଲି ଗଜପତି ଜିଲ୍ଲାର ଆର. ଉଦୟଗିରି ବ୍ଲକରେ  ଥିବା ମାଙ୍କଡ଼ଡିଆଁ  ଜଳପ୍ରପାତରେ ଘଟିଛି.  ପିକନିକ ସକାଶେ ଗତକାଲି ରବିବାର ଅପରାହ୍ନରେ କିଛି ଯୁବକ ପାରଳାଖେମୁଣ୍ଡି ଠାରୁ ମାଙ୍କଡ଼ଡିଆଁ  ଜଳପ୍ରପାତକୁ ଯାଇଥିଲେ. ପିକନିକରେ ମଜ୍ଜା ଉଠାଇ ଜଳପ୍ରପାତରେ ଗାଧଉ ଥିବା ବେଳେ ହଠାତ ଗୋଡ଼ ଖସି କଲ୍ୟାଣ ସତୀଶ ନାମକ ଜଣେ ଯୁବକ ନିଖୋଜ ହୋଇଯାଇଥିଲେ। ପରେ ସଙ୍ଗେ ସଙ୍ଗେ ଅନ୍ୟ ଯୁବକମାନେ ତାଙ୍କୁ ବହୁ ଖୋଜାଖୋଜି କରିବା ପରେ କୌଣସି ପତ୍ତା ମିଳିନଥିଲା. ଯୁବକମାନେ ଆର. ଉଦୟଗିରି ଥାନା ପୋଲିସକୁ ଜଣାଇଥିଲେ. ଆର. ଉଦୟଗିରି ତହସିଲଦାରଙ୍କ ନେତୃତ୍ୱରେ ପୋଲିସ ଓ ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ବହୁ ଖୋଜାଖୋଜି କରିଥିଲେ. ତଥାପି ନିଖୋଜ ଯୁବକଙ୍କର ସନ୍ଧାନ ମିଳିନଥିଲା। ସନ୍ଧ୍ୟା ହେବା ଯୋଗୁଁ ଅନ୍ଧାରରେ ଖୋଜିବା ଏବଂ ଅତ୍ୟଧିକ ଶୀତ ଯୋଗୁଁ ଅଗ୍ନିଶମ ବାହିନୀ ଗତକାଲି ଖୋଜାଖୋଜି ବନ୍ଦ କରିଥିଲେ. ଆଜି ସୋମବାର ସକାଳ ପୁଣି ଖୋଜାଖୋଜି ଆରମ୍ଭ ହୋଇଥିଲା। କିଛି ସମୟରେ ନିଖୋଜ ଯୁବକଙ୍କ ଶବ ଜଳପ୍ରପାତ ମଧ୍ୟରୁ ଉଦ୍ଧାର ହୋଇଥିଲା। ଯୁବକଙ୍କ ମୃତଦେହକୁ ବ୍ୟବଛେଦ ପାଇଁ ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲାସ୍ତରୀୟ ଡାକ୍ତରଖାନାକୁ ପୋଲିସ ପଠାଇ ଦେଇଥିଲେ. ଘଟଣା ନେଇ ଜଳପ୍ରପାତ ଅଞ୍ଚଳ ସହ ପାରଳାଖେମୁଣ୍ଡି ସହରରେ ଗଭୀର ଶୋକ ପ୍ରକାଶ ପାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ