ଲଗାଣ ବର୍ଷାରେ ସର୍ଭିସ୍ ରୋଡ ରାସ୍ତାର ଦୁରବସ୍ଥା
ଝାରପୋଖରିଆ,(ଭଗୀରଥ ମହାନ୍ତ) : ଓଡ଼ିଶା – ଝାଡ଼ଖଣ୍ଡ – ପଶ୍ଚିମବଙ୍ଗ ଭଳିଆ ତିନି ରାଜ୍ୟର ସୀମାନ୍ତ ଅଞ୍ଚଳ ମୟୂରଭଞ୍ଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ଝାରପୋଖରିଆ , ବମ୍ବେଛକ ଠାରେ ୧୮ ଓ ୪୯ ନମ୍ବର ଜାତୀୟ ରାଜପଥର ମିଶ୍ରଣ ସ୍ଥଳରେ ନିର୍ମିତ ଓଭରବ୍ରିଜ୍ ପୂର୍ଣ୍ଣାଙ୍ଗ ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଜନସାଧାରଣଙ୍କ ଯାତା ୟାତ ପାଇଁ ଚାଲୁ ହୋଇନଥିବାରୁ ସ୍ଥାନୀୟ ଲୋକଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ଅନ୍ୟପକ୍ଷରେ ତଳ ଦେଇ ଯାଇଥିବା ସର୍ଭିସ୍ ରୋଡ ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି । ରାସ୍ତାରେ ବଡ଼ ବଡ଼ ଗର୍ଭ ସୃଷ୍ଟି ହୋଇ ଯାଇଥିବା ବେଳେ ବର୍ଷାଜଳ ଜମି ଗର୍ତ୍ତ ଗୁଡ଼ିକ ଛୋଟ ଛୋଟ ଗଡ଼ିଆ ଓ ପୋଖରୀ ଭଳିଆ ଦେଖା ଯାଉଛି । ଯାହା ଫଳରେ ଏହି ରାସ୍ତାରେ ଯାତା ୟାତ କରୁଥିବା ସାଧାରଣ ଲୋକଙ୍କ ସମେତ ନିକଟସ୍ଥ ତିନୋଟି କଲେଜର ଛାତ୍ର ଛାତ୍ରୀ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଏଭଳି ଅବସ୍ଥା ଯୋଗୁଁ ଦୁଃର୍ଘଟଣାର ଆଶଙ୍କା ମଧ୍ୟ ବଢ଼ିଛି । ତେଣୁ ସମ୍ପୃକ୍ତି ଜାତୀୟ ରାଜପଥର କର୍ତ୍ତୃପକ୍ଷ ତୁରନ୍ତ ରାସ୍ତାର ମରାମତି କରିବା ସହ ପୁରା ନିର୍ମିତ ହୋଇ ସାରିଥିବା ଓଭରବ୍ରିଜ୍କୁ ଶୀଘ୍ର ଜନସାଧାରଣଙ୍କ ଯାତା ୟାତ ପାଇଁ ଖୋଲିବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି । କିନ୍ତୁ ଆଜି ସର୍ଭିସ୍ ରୋଡ ଗୁଡ଼ିକର ଅବସ୍ଥା ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଲା ଯେ ଗାଡ଼ି ଗୁଡ଼ିକ ସର୍ଭିସ୍ ରୋଡରେ ଯାତା ୟାତ କରିବା ପାଇଁ ବହୁତ୍ ଅସୁବିଧା ଏବଂ ରାସ୍ତା ଅତ୍ୟନ୍ତ ଜାମ୍ ହେବାରୁ ନିର୍ମିତ ପୂର୍ଣ୍ଣାଙ୍ଗ ଓଭରବ୍ରିଜ୍ ଉପରେ ଗାଡ଼ି ଗୁଡ଼ିକ ଟେମ୍ପରାରି ପାଇଁ ଚଳା ଚଳ କରିବାର ଦେଖିବାକୁ ମିଳିଥିଲା।


