ପୋଖରୀରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

କୋଦଳା,(ବାପୁନି କୁମାର ମାଲୁ): ବେଗୁନିଆପଡା ଥାନା ଅନ୍ତର୍ଗତ ଚନ୍ଦନପୁର ଠାରେ ଏକ ଅଭାବନୀୟ ଘଟଣାକ୍ରମେ ପୋଖରୀରେ ବୁଡି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି, ମୃତକ ଜଣକ ହେଲେ ଚନ୍ଦନପୁର ଗ୍ରାମର ଗନ୍ତେଇ ପ୍ରଧାନ (65), ପ୍ରାପ୍ତସୂଚନା ଅନୁଯାୟୀ ବୁଧବାର ମଧ୍ୟରାତ୍ର ପ୍ରାୟ 3 ଟା ବେଳେ ସେ ଗ୍ରାମର ପୁରୁଣାବନ୍ଧ ପୋଖରୀକୁ ଶୌଚ ହେବାପାଇଁ ଯାଇ ଗୋଡ଼ଖସି ବୁଡ଼ିଯାଇଥିଲେ, ଘରକୁ ଫେରିବା ବିଳମ୍ବ ଦେଖି ତାଙ୍କ ପୁଅ ଖୋଜିବାକୁ ଆସି ନପାଇ ଫେରିଯାଇଥିଲେ, ଗୁରୁବାର ପ୍ରାତଃରେ ମହିଳା ମାନେ ସ୍ନାନ କରୁଥିବା ବେଳେ ଏକ ଶବ ଭାସୁଥିବା ଦେଖିବାକୁ ପାଇଲେ, ଖବରପାଇ ଦମକଳ ବାହିନୀ ଘଟଣାସ୍ଥଳରେ ପହଞ୍ଚି ମରାଶରୀରକୁ ଉଦ୍ଧାର କରି କୋଦଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ନେଇଥିଲେ, ସେଠାରେ ଡାକ୍ତର ତାଙ୍କୁ ମୃତଘୋଷଣା କଲାପରେ ଶବ ବ୍ୟବଚ୍ଛେଦ ପାଇଁ ଆମ୍ବୁଲାନ୍ସ ଯୋଗେ ବ୍ରହ୍ମପୁର ଏମକେସିଜି ସ୍ଥାନାନ୍ତର କରାଯାଇଛି, ମୃତକଙ୍କ ସ୍ତ୍ରୀ,ଦୁଇପୁଅ ଓ ଜଣେ ଝିଅ ଅଛନ୍ତି, ଏପଟେ ବେଗୁନିଆପଡା ପୋଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଚଳାଇଛି.

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ