ମହଙ୍ଗା ପଡ଼ିଲା ନିଆଁ ସହ ଖେଳ, ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ

କଟକ(ଓ୍ବାଇଏନଏସ): ମହଙ୍ଗା ପଡ଼ିଲା ନିଆଁ ସହ ଖେଳ। ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ। ପାଟିରେ ପେଟ୍ରୋଲ ରଖି ନିଆଁକୁ ଫୁଙ୍କିବା ବେଳେ ଜଳିଗଲେ ନାବାଳକ। ରବିବାର ରାତିରେ ଗଞ୍ଜାମ ସଦର ଥାନା ଅନ୍ତର୍ଗତ ନଳିହାଡ ଗ୍ରାମରେ ଏଭଳି ଅଭାବନୀୟ ଘଟଣା ଘଟିଛି। ନାବାଳକଙ୍କୁ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ସୂଚନା ଅନୁସାରେ, ରବିବାର ରାତିରେ ନଳିହାଡ ଗାଁରେ ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ଦୁଇ ନାବାଳକ ନିଆଁ ସହ ଖେଳୁଥିଲେ। ପେଟ୍ରୋଲ ପିଇ ପାଟିରେ ନିଆଁକୁ ଫୁଙ୍କୁଥିବା ବେଳେ ଗାଁର ଶିବ ସ୍ୱାଇଁ(୧୪ବର୍ଷ)ଙ୍କ ଶରୀରରେ ଅଚାନକ ନିଆଁ ଲାଗିଯାଇଥିଲା। ସେ ଗୁରୁତର ଭାବେ ପୋଡ଼ି ଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଉଦ୍ଧାର କରି ବ୍ରହ୍ମପୁର ସ୍ଥିତ ବଡ଼ ମେଡ଼ିକାଲକୁ ଆଣିଥିଲେ। ସ୍ଵାସ୍ଥ୍ୟାବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ଶିବକୁ କଟକ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ସଦର ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ପୁଲିସର କହିବା ଅନୁସାରେ, ନିଆଁ ସହ ଏଭଳି ଖେଳ ନଖେଳିବାକୁ ପରିବାର ସଦସ୍ୟ କିମ୍ଵା ଆଖପାଖ ଲୋକ ମନା କରିବାର ଥିଲା। ନିଆଁ କେବେବି ଖେଳାଣା ନୁହେଁ। ଗୋଟିଏ ମୁହୂର୍ତ୍ତର କାର୍ଯ୍ୟ ସାରା ଜୀବନକୁ ଦୁର୍ଭାଗ୍ୟକୁ ଠେଲି ଦେଇପାରେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ