ଆରମ୍ଭ ହେଲା ଯୁକ୍ତ ଦୁଇ ପରୀକ୍ଷା ଖାତା ମୂଲ୍ୟାୟନ
ଆସିକା (ୱାଇଏନ୍ଏସ୍) : ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ପରାମର୍ଶକ୍ରମେ ସ୍ଥାନୀୟ ଆସିକା ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଗୁରବାର ଠାରୁ ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମର ଗଣିତ ଓ ଇଂରାଜୀ ଓ ଉଦ୍ଭିଦ ବିଜ୍ଞାନ ବିଷୟର ଇ-ମୂଲ୍ୟାୟନ କଡ୍ଡା ସୁରକ୍ଷା ବଳୟ ମଧ୍ୟରେ ଆରମ୍ଭ ହୋଇଥିବା ଜଣାପଡିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଫେସର ବିଭୁତି ଭୂଷଣ ବେବର୍ତ୍ତାଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ମୂଲ୍ୟାୟନ କେନ୍ଦ୍ରର ପରିଚାଳକ ଅଧ୍ୟାପକ ବିଭୂକଲ୍ୟାଣ ପଣ୍ଡା, ଡିଇଓ କୃଷ୍ଣଚନ୍ଦ୍ର ପଣ୍ଡା, ଅଧ୍ୟାପକ ଡଃ ଅଭୟ କେଶରୀ ପରିଚ୍ଛା ପଟ୍ଟନାୟକ, ଅଧ୍ୟାପିକା ଡଃ ନନ୍ଦିତା ଦାଶ, ଅଧ୍ୟାପକ ଡଃ ସରୋଜ କୁମାର ପଣ୍ଡା, ଅଧ୍ୟାପକ ବିଘ୍ନରାଜ ପାଢୀ, ଅଧ୍ୟାପକ ସାଲ୍ କୁମାର ସ୍ୱାମୀ, ଅଧ୍ୟାପକ ଏଲ୍.ଭାନୁ ରାଓ, ଅଧ୍ୟାପକ ଚିତ୍ରସେନ ବେହେରା, ଅଧ୍ୟାପିକା ପଦ୍ମା ମଲିକ, ଅଧ୍ୟାପକ ଡଃ ଜିନିତ୍ ସବା, ଅଧ୍ୟାପିକା କୁନିକା ଦାଶ, ଅଧ୍ୟାପକ ଚନ୍ଦନ ମାରାଣ୍ଡି, ଅଧ୍ୟାପକ ସାରଥୀ ଗମାଙ୍ଗୋ, ଅଧ୍ୟାପକ ଶୁଭେନ୍ଦୁ କୁମାର ରଥ, ଅଧ୍ୟାପକ ପ୍ରିୟବ୍ରତ ପ୍ରଧାନ, ଅଧ୍ୟାପକ ସପନିତ ପ୍ରଧାନ, ଅଧ୍ୟାପକ ଅଶୋକ କୁମାର ସାହୁ, ଅଧ୍ୟାପକ ଦେବାଶିଷ୍ ସାହୁ, ଅଧ୍ୟାପକ ଓମ୍ ସରାବ୍, ଅଧ୍ୟାପକ ସନାତନ ପାଢୀଙ୍କ ସମେତ ମହାବିଦ୍ୟାଳୟର ବହୁ ଅଧ୍ୟାପକ ଓ ଅଧ୍ୟାପିକା ଏହି କାର୍ଯ୍ୟକ୍ରମକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ମାର୍ଗଦର୍ଶିକା ଅନୁଯାୟୀ ସଂପନ୍ନ କରିବା ଲାଗି ବ୍ୟାପକ ପଦକ୍ଷେପମାନ ଗ୍ରହଣ କରୁଥିବା ଦେଖିବାକୁ ମିଳୁଛି । ଆଜିଠାରୁ ଆରମ୍ଭ ହୋଇଥିବା ଏହି ଯୁକ୍ତଦୁଇ ପରୀକ୍ଷା ଖାତା ମୂଲ୍ୟାୟନ ଆସନ୍ତା ୧୩ ତାରିଖରେ ସରିବାକୁ ଥିଲା ବେଳେ ଦ୍ୱିତୀୟ ପର୍ଯ୍ୟାୟରେ ଏପ୍ରିଲ ୧୫ରୁ ଆରମ୍ଭ ହୋଇ ୨୬ ତାରିଖ ଯାଏଁ ଖାତା ଦେଖା ଚାଲିବ ବୋଲି ଜଣାପଡିଛି । ଆସିକା ବିଜ୍ଞାନ ମହାବିଦ୍ୟାଳୟର ଯୁକ୍ତ ଦୁଇ ବିଜ୍ଞାନ ପାଠ୍ୟକ୍ରମର ଇ-ମୂଲ୍ୟାୟନ ପାଇଁ ୨୩ ଜଣ ଅଧ୍ୟାପକ ଓ ଅଧ୍ୟାପିକା ନିୟୋଜିତ ଥିବା ଜଣାପଡିଛି । ମୂଲ୍ୟାୟନକାରୀମାନେ ନିର୍ଦ୍ଧାରିତ ସମୟରେ କେନ୍ଦ୍ରରେ ପହଞ୍ଚିବେ ଓ ପ୍ରତିଦିନର କାର୍ଯ୍ୟ ନସାରିବା ପର୍ଯ୍ୟନ୍ତ କେହି ବି କେନ୍ଦ୍ର ଛାଡିପାରିବେ ନାହିଁ ତାସାଙ୍ଗକୁ ଖାତା ଦେଖୁଥିବା ଅଧ୍ୟାପକମାନଙ୍କ ପ୍ରବେଶ ଓ ପ୍ରସ୍ଥାନ ସମୟ ଏକ ରେଜିଷ୍ଟରରେ ଉଲ୍ଲେଖ ରହୁଥିବା ବେଳେ ମୂଲ୍ୟାୟନ କେନ୍ଦ୍ରକୁ ମୋବାଇଲ୍ ଫୋନ୍ ବୈଦ୍ୟୁତିକ ସାମଗ୍ରୀ ପ୍ରବେଶ ଉପରେ କଟକଣା ଜାରି କରାଯାଇଥିବା ଜଣାପଡିଛି ।


