ମା ରତ୍ନମାଳୀ ହାଇସ୍କୁଲରେ ଉତ୍କଳ ଦିବସ
ଆସିକା (ୱାଇଏନ୍ଏସ୍) : ଆସିକା ବ୍ଳକ ଅନ୍ତର୍ଗତ ହରିଡାପଦର ଗ୍ରାମ ପଞ୍ଚାୟତର ମଣ୍ଟାପଡା ଗ୍ରାମ ସ୍ଥିତ ମା ରତ୍ନମାଳୀ ହାଇସ୍କୁଲରେ ୯୦ତମ ସ୍ୱତନ୍ତ୍ର ଉତ୍କଳ ଦିବସ ପାଳନ ଉତ୍ସାହ ଉଦ୍ଦୀପନାର ସହ ପାଳିତ ହୋଇଯାଇଛି । ମା ରତ୍ନମାଳୀ ହାଇସ୍କୁଲର ପ୍ରଧାନଶିକ୍ଷକ ତାରା ପ୍ରସାଦ ମିଶ୍ର ଓ ସହକାରୀ ଶିକ୍ଷକ ବି.ଚନ୍ଦ୍ରଶେଖର ରେଡି, ଗୋବିନ୍ଦ ପରିଡା, ଶଶୀଭୂଷଣ ସାହୁ, ପାଣ୍ଡବେଶ୍ୱର ଜେନା, ପାଣ୍ଡବ ଗୌଡ, ମହନ୍ତର ସାହୁ, ବୁଲୁ ସେଠୀ, ଶନି ଜେନା ପ୍ରମୁଖ ଏହି କାର୍ଯ୍ୟକ୍ରମରେ ଯୋଗଦେଇ ଉତ୍କଳ ଦିବସ ପାଳନର ଲକ୍ଷ୍ୟ ଓ ଆଭିମୁଖ୍ୟ ଉପରେ ଆଲୋକପାତ କରିବା ସହ ବୀର ପ୍ରସବୀନି ଉତ୍କଳ ମାତାର ବରପୁତ୍ର ପଣ୍ଡିତ ଗୋପବନ୍ଧୁ ଦାଶ, ଫକୀର ମୋହନ ସେନାପତି, ମଧୁସୁଦନ ଦାଶ, ଗଙ୍ଗାଧର ମେହେର, କୃଷ୍ଣଚନ୍ଦ୍ର ଗଜପତି ଭଳି ମହାମନିଷୀ ମାନଙ୍କ ଆଜୀବନ ସଂଗ୍ରାମ ଓ ଅପୂର୍ବ ଆତ୍ମୋତ୍ସୋର୍ଗ ଯୋଗୁଁ ୧୯୩୬ ମସିହା ଏପ୍ରିଲ ମାସ ପହିଲାରେ ଓଡିଶା ପ୍ରଦେଶ ଆତ୍ମପ୍ରକାଶ କରିଥିବା ଯୋଗୁଁ ଏହି ଐତିହାସିକ ଦିବସର ସ୍ମୃତିକୁ ଉଜ୍ଜୀବିତ କରିରଖିବା ଏହି ଦିବସ ପାଳନର ମୂଳ ଲକ୍ଷ୍ୟ ବୋଲି ପ୍ରକାଶ କରିବା ସହ ଓଡିଆ ଭାଷା ଓ ସାହିତ୍ୟର ସୁରକ୍ଷା ପାଇଁ ସମସ୍ତେ ଯତ୍ନବାନ ହୋଇ କାର୍ଯ୍ୟ କରିବାକୁ ସମସ୍ତେ ପରାମର୍ଶ ଦେଇଥିଲେ । ଏହି ଅବସରରେ ଓଡିଶା ପ୍ରଦେଶ ଗଠନରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ବୀର ଓ ମହାନ୍ ବରପୁତ୍ରମାନଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରି ଗଭୀର ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଶିକ୍ଷାନୁଷ୍ଠାନର ବହୁ ବିଦ୍ୟାର୍ଥୀ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


