ପିଏମ କିଷାନ ଯୋଜନା: କେନ୍ଦ୍ରାପଡାର ୧,୩୧, ୧୩୬ ଚାଷୀ ଉପକୃତ

କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଚାଷୀଙ୍କ ଆର୍ôଥକ ସଶକ୍ତିକରଣ ତଥା କୃଷି କ୍ଷେତ୍ରର ବିକାଶ ଲକ୍ଷ୍ୟରେ ଭାରତ ସରକାରଙ୍କ ପକ୍ଷରୁ ପରିଚାଳିତ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଯୋଜନା ଅନ୍ତର୍ଗତ ରବି ଋତୁ ୨୦୨୬-୨୭ ପାଇଁ ଆଜି ଚାଷୀମାନଙ୍କୁ ଆର୍ôଥକ ସହାୟତାର କିସ୍ତି ପ୍ରଦାନ କରାଯାଇଛି। ଗୁଜରାଟର ବନାସକାଣ୍ଠାଠାରେ ଆୟୋଜିତ ଜାତୀୟସ୍ତରୀୟ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଦେଶର ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଜମାଖାତାକୁ ଏହି ଅର୍ଥରାଶି ସିଧାସଳଖ ହସ୍ତାନ୍ତର କରିଛନ୍ତି। ସେହିପରି ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନଠାରେ ଆୟୋଜିତ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ହିତାଧିକାରୀ ଚାଷୀମାନଙ୍କୁ ଏହି ଆର୍ôଥକ ସହାୟତା ପ୍ରଦାନ କରିଛନ୍ତି। ଏହି ଜାତୀୟ ଓ ରାଜ୍ୟସ୍ତରୀୟ କାର୍ଯ୍ୟକ୍ରମ ସହ ସଂଯୁକ୍ତ ହୋଇ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ କୃଷି ଅଧିକାରୀଙ୍କ କାର୍ଯ୍ୟାଳୟଠାରେ ମଧ୍ୟ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା। ଏଥିରେ ଜିଲ୍ଲାପାଳ ରଘୁରାମ ଆର. ଆୟର ଉପସ୍ଥିତ ରହି ହିତାଧିକାରୀ ଚାଷୀମାନଙ୍କୁ ଏହି ଆର୍ôଥକ ସହାୟତା ସମ୍ପର୍କରେ ଅବଗତ କରାଇଥିଲେ। ଚଳିତ କିସ୍ତିରେ କେନ୍ଦ୍ରାପଡ଼ା ଜିଲ୍ଲାର ମୋଟ ୧,୩୧,୧୩୬ ଜଣ ଯୋଗ୍ୟ ଚାଷୀ ଉପକୃତ ହୋଇଛନ୍ତି। ପ୍ରତ୍ୟେକ ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ୨,୦୦୦ ଟଙ୍କା ଲେଖାଏଁ ହସ୍ତାନ୍ତର କରାଯାଇଛି। ଏହି ଅର୍ଥରାଶି ଆଗାମୀ ରବି ଫସଲ ଚାଷ ପାଇଁ ଆବଶ୍ୟକ ବିହନ, ସାର, କୀଟନାଶକ ଓ ଅନ୍ୟାନ୍ୟ କୃଷି ସାମଗ୍ରୀ କ୍ରୟରେ ଚାଷୀମାନଙ୍କୁ ସହାୟକ ହେବ। ଚାଷର ପ୍ରାରମ୍ଭିକ ପର୍ଯ୍ୟାୟରେ ଆବଶ୍ୟକ ଆର୍ôଥକ ସମ୍ବଳ ଯୋଗାଇବା ସହ ଚାଷୀଙ୍କ ଉପରେ କୃଷି ଖର୍ଚ୍ଚର ଚାପ ହ୍ରାସ କରିବା ଏହି ସହାୟତାର ମୁଖ୍ୟ ଉଦ୍ଦେଶ୍ୟ। ପିଏମ୍‌-କିଷାନ ଯୋଜନା ଅନୁଯାୟୀ, ପ୍ରତ୍ୟେକ ଯୋଗ୍ୟ ଚାଷୀ ପରିବାରକୁ ବାର୍ଷିକ ୬,୦୦୦ ଟଙ୍କା ଆର୍ôଥକ ସହାୟତା ତିନୋଟି ସମାନ କିସ୍ତିରେ, ପ୍ରତ୍ୟେକ କିସ୍ତିରେ ୨,୦୦୦ ଟଙ୍କା ହିସାବରେ ପ୍ରଦାନ କରାଯାଇଥାଏ। ଏହି ସହାୟତା ଖରିଫ ଓ ରବି ଋତୁରେ ଚାଷ କାର୍ଯ୍ୟ ପାଇଁ ଚାଷୀମାନଙ୍କୁ ଆର୍ôଥକ ସମ୍ବଳ ଯୋଗାଇବା ସହ କୃଷି ନିବେଶକୁ ପ୍ରୋତ୍ସାହିତ କରିଥାଏ। ଏହି ଯୋଜନାରେ ସିଧାସଳଖ ଲାଭ ହସ୍ତାନ୍ତର (ଡିବିଟି) ବ୍ୟବସ୍ଥା ମାଧ୍ୟମରେ ଅର୍ଥରାଶି ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ପଠାଯାଉଥିବାରୁ ଅର୍ଥ ପ୍ରଦାନ ପ୍ରକ୍ରିୟାରେ ସ୍ୱଚ୍ଛତା ଓ ସରଳତା ସୁନିଶ୍ଚିତ ହୋଇପାରୁଛି। ଏହି ଅବସରରେ ଜିଲ୍ଲାପାଳ ଶ୍ରୀ ଆୟର ଚାଷୀମାନଙ୍କୁ ପାରମ୍ପରିକ ଧାନ ଚାଷ ସହିତ ବଜାରରେ ଅନ୍ୟାନ୍ୟ ଫସଲ ଚାଷ ପ୍ରତି ଆଗ୍ରହୀ ହେବାକୁ ପରାମର୍ଶ ଦେଇଥିଲେ। ଫସଲ ବିବିଧକରଣ ଦ୍ୱାରା ଚାଷୀମାନେ ଆୟ ବୃଦ୍ଧି କରିବା ସହ କୃଷି କ୍ଷେତ୍ରରେ ଆର୍ôଥକ ସ୍ଥିରତା ହାସଲ କରିପାରିବେ ବୋଲି ସେ ମତବ୍ୟକ୍ତ କରିଥିଲେ। ଏଥିସହ ଜିଲ୍ଲାର ପ୍ରତ୍ୟେକ ବ୍ଲକରେ ଆୟୋଜିତ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିରରେ ଦିନ ସ୍ୱତନ୍ତ୍ର ସଚେତନତା ଶିବିର ଆୟୋଜନ କରି ସରକାରଙ୍କ ବିଭିନ୍ନ କୃଷି ଓ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଲୋକମାନଙ୍କୁ ଅବଗତ କରାଯାଉଥିବା କଥା ଜିଲ୍ଲାପାଳ କହିଥିଲେ। ଯୋଗ୍ୟ ହିତାଧିକାରୀମାନେ ଯେପରି ଯୋଜନାଗୁଡ଼ିକର ସୁଯୋଗ ଓ ଲାଭ ପାଇପାରିବେ, ସେଥିପାଇଁ ତୃଣମୂଳ ସ୍ତରରେ ବ୍ୟାପକ ସଚେତନତା ଓ ଆବଶ୍ୟକ ସହଯୋଗ ଯୋଗାଇଦେବାକୁ ସେ ନିର୍ଦ୍ଦେଶ ଦେଇଥିଲେ। ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ହେମନ୍ତ କୁମାର ସାମଲ, ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଯାମିନି ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ